ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିଦ୍ୟୁତ ଆଘାତରେ ବିୟୋଗ
ନାଉଗାଁ, (ୱାଇଏନ୍ଏସ୍): ଜଗତସିଂହପୁର ବ୍ଳକ ଅନ୍ତର୍ଗତ ମହିରା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ସ୍ୱାଇଁ (୬୨ବର୍ଷ)ଙ୍କ ବିଦ୍ୟୁତ ଆଘାତରେ ବୁଧବାର ବିୟୋଗ ଘଟିଛି । ସେ ନିଜ ବାଡିରେ କଦଳି ଗଛ କାଟୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପରିବାର ଲୋକଙ୍କ ପକ୍ଷରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ତାଙ୍କର ବିଧବା ପତ୍ନୀଙ୍କ ସମେତ ୨ପୁଅ ଗୋଟିଏ ଝିଅ ଅଛନ୍ତି । ଦୀର୍ଘ ଦିନ ହେବ ସେ ନାଉଗାଁ ବ୍ଳକରେ ସିଆରସିସି ଭାବେ କାର୍ଯ୍ୟ କରିଥିଲେ । ପରେ ପ୍ରଧାନ ଶିକ୍ଷକ ଭାବେ ୨୦୨୦ ଫେବୃଆରୀ ୧୮ ତାରିକରେ କୁଣ୍ଡେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ଜଣେ ସକ୍ରିୟ କର୍ମୀ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କ ମର ଶରୀରକୁ ପ୍ରଥମେ ରାୟରପୁରର ଶ୍ରୀ ଅରବିନ୍ଦ ଭବନକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଶେଷ ଦର୍ଶନ କରିଥିଲେ । ଜଗତସିଂହପୁର ପାଠଚକ୍ର ସଙ୍ଗଠନର ପ୍ରଫୁଲ୍ଲ କୁମାର ଦାସ, ଜୟଶ୍ମିତ ପାତ୍ର, ଆଇନଜୀବି ଦେବଦତ ସାହୁ, ମାତୃଭବନର ପ୍ରଶାଦ ତ୍ରିପାଠୀ, ଶ୍ରୀ ଅରବିନ୍ଦ ନିଳୟ ବାଲିକୁଦାର ଧୃବ ଚରଣ ସାହୁ, ରବିନ୍ଦ୍ର କୁମାର ରାଉତ, ରାୟପୁରର ଡା ବିଜୟିନୀ ମାହପାତ୍ର, ମୁଣ୍ଡାଳର ଅଜୟ କୁମାର ବେହେରା, ପ୍ରଦୋଷ ମହାନ୍ତି, ସାରେଇକୂଳର ଅନସ୍ମିତା ବେହୁରା,ବାଂଶର ବୈଜୟନ୍ତୀ ମାଳା ସ୍ୱାଇଁ ଓ ସମସ୍ତ ମାତୃ ସନ୍ତାନ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।