ଅବସରପ୍ରାପ୍ତ ଶିକ୍ଷକ ନେତାଙ୍କ ବିୟୋଗରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଶିକ୍ଷକ ସଙ୍ଘର ଜଣେ ଟାଣୁଆ ନେତା ତଥା ଅବସରପ୍ରାପ୍ତ ଶିକ୍ଷକ ସୁମନ୍ତ ସିଂତଡାଙ୍କ ପରଲୋକ ହୋଇଯାଇଛି। ଏନେଇ ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି. ଅବସରପ୍ରାପ୍ତ ଶିକ୍ଷକ ସୁମନ୍ତ ସିଂତଡାଙ୍କ ୬୧ ବର୍ଷରେ ନିଜ ବାସଭବନରେ ଶୋଉଥିବା ସମୟରେ ପରଲୋକ ହୋଇଯାଇଛି । ସେ ଜଣେ ଟାଣୁଆ ସଂଘଠକ ଥିଲେ । ଶିକ୍ଷକଙ୍କ ଦାବୀ ଉପସ୍ଥାପନା ଉପରେ ଜୋର ଦେଉଥିଲେ । ଗତ ବର୍ଷ ସେ ଅବସର ନେଇଥିଲେ । ତାଙ୍କ ବିୟୋଗରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଲକ ଅଧ୍ୟାକ୍ଷା ଵାଲା ସାୟାମ୍ମା, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ଜିଲ୍ଲା ସଭାପତି ଜଗଦୀଶ ପାତ୍ର, ଉପ ସଭାପତି ବି. ଗୋପାଳ ରାଓ ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ – ଶିକ୍ଷୟିତ୍ରୀ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ