ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ଲେଙ୍କାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚ ।ୟତ ଭଣ୍ଡାରିଗଢିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ଲେଙ୍କା(୮୦)ଙ୍କର ସୋମବାର ପରଲୋକ ଘଟିଛି । ଗତ ୪ ଦିନ ତଳେ ସେ ଥଣ୍ଡାଜନିତ ରୋଗରେ ପିଡିତ ହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ଆଜି ଘରକୁ ଫେରୁ ବେଳେ ରାସ୍ତାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ଖବର ପାଇ ବହୁ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମର ଶରୀର ଗ୍ରାମରେ ପହଞ୍ôଚବା ପରେ ଶୋକାକୂଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା । ବଡ ନାତି ପ୍ରତ୍ୟୁଷ ମୁଖାଗ୍ନି ଦେଇଥିଲେ । ସେ କେନ୍ଦୁଝର ଜିଲାର ବିଭିନ୍ନ ବିଦ୍ୟାଳୟରେ ଚାକିରୀ ଜୀବନ ଅତିବାହିତ କରି ହରିଚନ୍ଦନପୁର ବିଦ୍ୟାଳୟରେ ଅବସର ନେଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ପରୋପକାରୀ, ସତସଙ୍ଗୀ ଶିକ୍ଷକ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


