ଅବସରପ୍ରାପ୍ତ ସେନା ଓ ଯୁଗ ଜ୍ୟୋତି ଯୁବ ସଂସଦ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
କୁକୁଡ଼ାଖଣ୍ଡି, (ବିଭୁ ନନ୍ଦନ ପଣ୍ଡା): କୁକୁଡାଖଣ୍ଡି ଯୁଗ ଜ୍ୟୋତି ଯୁବ ସଂସଦ ଓ ଅବସର ପ୍ରାପ୍ତ ସେନା ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ବୁଧବାର ଦିନ ଅପରେସନ ସିନ୍ଦୂର ର ସଫଳତା କୁ ନେଇ ତହସିଲ ଠାରୁ ବାହାରି ବିଭିନ୍ନ ସାହି ପରିକ୍ରମା କରି ବ୍ଲକ ପରିସରର ପର୍ଯ୍ୟନ୍ତ ବିଶାଳ ବାଇକ୍ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସଶସ୍ତ୍ର ବାହିନୀର ମନୋବଳ କୁ ବୁଦ୍ଧି କରିବା ପାଇଁ ଏହି ତ୍ରିରଙ୍ଗା ରାଲି ଆୟୋଜନ ହୋଇଥିବା ବେଳେ ତ୍ରିରଙ୍ଗା ଧରି ଅଂଶ ଗ୍ରହଣକାରୀ ମାନେ ଦେଶାତ୍ମବୋଧକ ସ୍କୋଗାନ ଦେଇ ପରିକ୍ରମା କରିଥିଲେ।ଆମର ଜବାନ୍ ମାନେ ଆତଙ୍କବାଦୀ ଏବଂ ପାକିସ୍ତାନ କୁ ଉଚିତ୍ ଶିକ୍ଷା ଦେଇଛନ୍ତି ଓ ଭାରତୀୟ ସେନା ମାନଙ୍କୁ ସମ୍ମାନ କରିବା ଓ ତାଙ୍କରି ମହାନ୍ ଉଦ୍ଦେଶ୍ୟ ରେ ଏହି ଶୋଭାଯାତ୍ରା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସବ୍ ମେଜର ସନ୍ତୋଷ କୁମାର ପାଢୀ, ସନ୍ତୋଷ କୁମାର ପଟ୍ଟନାୟକ, ଇ ଶ୍ରୀନିବାସ ,ଏମ୍ କାଳୀ ଚରଣ, ହରିକୃଷ୍ଣ ସାହୁ, ଗୋପାଳକୃଷ୍ଣ(ଜଳସେନା), ସାକା ସୁଜିତ୍ କୁମାର , ଜିତେନ୍ଦ୍ର ମହାରଣା,ପି. ଶିବପ୍ରସାଦ ଦୋରା,ଏ.ରୋଶନ୍,, ଦିଲ୍ଲୀପ ପାତ୍ର ,ପି. ନାଗେଶ୍ଵର ଦୋରା ସହ ବହୁ ଯୁବଗୋଷ୍ଠୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଦର ଥାନା ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ।