ଅବସର ପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ବୃକ୍ଷଚାରା ରୋପଣ

ବାଲେଶ୍ୱର, (ସରୋଜ ପଣ୍ଡା) :-ଅବସର ପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ୱର ତରଫରୁ ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ନାରାୟଣ ପ୍ରସାଦ ଉଚ୍ଚବିଦ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟିକରିବା ନିମନ୍ତେ ‘ବୃକ୍ଷ ହିଁ ଜୀବନ’ ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗତା ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ହରପ୍ରସାଦ ପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଉପସ୍ଥିତ ଅତିଥିମାନେ ମୂଲ୍ୟବାନ ବକ୍ତୃତା ପ୍ରଦାନ କରିଥିଲେ । ସଂଘର ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସଭାପତି ଇଂ ବନାମାଳି ନାୟକ, ଉପ-ସଭାପତି ଇଂ ସୁରେନ୍ଦ୍ର ନାଥ ଦାସଙ୍କ ସହିତ ସ୍ଥାନୀୟ ସରପଞ୍ଚପ୍ରଫୁଲ୍ଲ ଦ୍ୱିବେଦୀ ମଞ୍ଚାସୀନ ରହିଥିଲେ । ସଂଘର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ବିଦ୍ୟାଳୟ ପରିସର ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଦର୍ଶନ ଦାସ, ସାବିତ୍ରୀ ଦାସ, ଶଶାଙ୍କ ଶେଖରତ୍ତଦତ୍ତ, ଶଚୀନ୍ଦ୍ର ନାଥ ଦାଶ, ସୁଜିତ କୁମାର ଜେନା, ଗୋବିନ୍ଦ ମାଝୀ, ଜ୍ୟୋତ୍ସ୍ନା ରାୟ, ରୀତାରାୟ, ଇଂ ଶ୍ରୀରାମ ପ୍ରସାଦ ଦାଶ, ଲୋକନାଥ ଆଚାର୍ଯ୍ୟ, ଭବେଶ ଚନ୍ଦ୍ର ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନୀ, ବିଷ୍ଣୁଚରଣ ପାଢ଼ୀ, ଜଳଧର ପଣ୍ଡା, ଯୋଗେନ୍ଦ୍ର ସିଂ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦ୍ୱିଜେନ୍ଦ୍ର ନାରାୟଣ ଦାସ ଓ ସଦସ୍ୟ ବୃନ୍ଦ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀବୃନ୍ଦ ସକ୍ରିୟ ସହଯୋଗ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଜୟଶ୍ରୀ ବେହେରା, ଦ୍ୱିତୀୟ ସ୍ଥାନ ପ୍ରତ୍ୟାଶା ମିଶ୍ର ଓ ତୃତୀୟ ସ୍ଥାନ ରୂପାଲି ଦାସ ଲାଭକରି ଅତିଥିଙ୍କଠାରୁ ଟ୍ରଫି ଗ୍ରହଣ କରିଥିଲେ ।ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ