ଅବସର ପ୍ରାପ୍ତ ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ,(ଦୀପକ୍ କୁମାର ବେଉରା): ରାଜ୍ୟ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ପକ୍ଷରୁ କଟକ ରେ ଚାଲିଛି ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ କଟକ ତୁଳସୀପୁର ସ୍ଥିତ ମହୁମାଛି ଗଳି ରେ ଅବସର ପ୍ରାପ୍ତ ବନ ବିଭାଗ ର ରେଞ୍ଜର ଅଭୟ କୁମାର ଜେନା ଙ୍କ ବାସଭବନ ଠାରେ ଚଢଉ କରିଥିଲା ଭିଜିଲାନ୍ସ୍ ଟିମ। ଭିଜିଲାନ୍ସ ର ୫ ଟି ଟିମ୍ କଟକ ସମେତ ପୈତୃକ ଗାଁ ବାଲୁଗାଁ, ଭୁବନେଶ୍ୱର ଠାରେ ମଧ୍ୟ ରେଡ୍ ଜାରି ରହିଛି।କଟକ ବାସ ଭବନ ରେଡ୍ ସମୟ ରେ ଅନେକ ଆସବାପତ୍ର, ନଗଦ ଟଙ୍କା,ସୁନା,ଜମି ଓ ୨ଟି ବନ୍ଧୁକ ଠାବ ହୋଇଛି। ଠାବ ହୋଇଥିବା ସମସ୍ତ ସଂପତ୍ତି ର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଛି।ଏହା ପୂର୍ବ ରୁ ମଧ୍ୟ ଭିଜିଲାନ୍ସ ରେ ଅଭିଯୋଗ ପରେ ରେଡ୍ ର ସାମ୍ନା କରିଥିଲେ ଅଭୟ କୁମାର ଜେନା।ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଏବଂ ଭିଜିଲାନ୍ସ ର ସମସ୍ତ ତଦନ୍ତ କୁ ସହଯୋଗ କରିବେ ବୋଲି କହିଛନ୍ତି ଅବସର ପ୍ରାପ୍ତ ରେଞ୍ଜ ଅଫିସର୍ ଅଭୟ କୁମାର ଜେନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ