ଅବୁ ୱାହିଦ ମେମୋରିଆଲ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟଉଦଘାଟିତ

କେନ୍ଦ୍ରାପଡ଼ା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ ଆଜାଦ କ୍ଲବର ୭୫ବର୍ଷ ପୂର୍ତ୍ତି ଅବସରରେ କ୍ଲବର ପ୍ରାକ୍ତନ ଖେଳାଳୀଙ୍କ ସ୍ମୃତିରେ “ଅବୁ ୱାହିଦ ମେମୋରିଆଲ ଜାତୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ” କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ତଥା ପୂର୍ବତନ କାଉନସିଲର ହିବଜୁର ରହେମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କ୍ରୀଡା ପତକା ଉତ୍ତୋଳନ ପୂର୍ବକ ଏହି ସର୍ବ ଭାରତୀୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚକୁ ଉଦଘାଟନ କରିଥିଲେ । ଏଥିସହିତ ପଡିଆ ମଧ୍ୟକୁ ଯାଇ ଦୁଇଟି ଦଳର ଖେଳାଳୀମାନଙ୍କ ସହ ହାତ ମିଳାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, କ୍ଲବର ସମ୍ପାଦକ ସେଖ ଲିଆକତ ଅଲ୍ଲୀ, ସୟଦ ଅବଦୁଲ ସତ୍ତାର ପ୍ରମୁଖ ଯୋଗଦେଇଥିଲେ । ଆଜିର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ ଭୁବନେଶ୍ୱରର କଳିଙ୍ଗ ଏଫସି ଭୁବନେଶ୍ୱରର କିଶୋର କ୍ଲବକୁ ୨-୦ ଗୋଲରେ ହରାଇ ବିଜୟୀ ହୋଇଛି । ଏହି ମ୍ୟାଚରେ କଳିଙ୍ଗ ଏପ.ସି.ର ଖେଳାଳୀ ମଧୁ ଜାନି ୨ଟି ଯାକ ଗୋଲ ଦେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । କ୍ଲବର ଉପସଭାପତି ମହମ୍ମଦ ନିଆଜ, ସହସମ୍ପାଦକ ମୀର ବକାଉଲ୍ଲା, ସେକ ସିରହାନ ଅଲୀ, ଜାହିଦ ଖାଁ, ମିର ଖୁବେର, ଟିକା ଖାଁ, ମହମ୍ମଦ ଅମୀର, ଅବଦୁଲ ମଜିଦ, ଅମିର ମହମ୍ମଦ, ଜୁମା ଖାଁ, ଅକିଲ ଅହେମଦ, ସେକ ସାହାବୁଲ୍ଲା, ମହମ୍ମଦ ଜାକିର, ସେକ ସଫାତୁଲ୍ଲା, ତାଜୁଦ୍ଦିନ ଖାଁ, ମିର ଅବୁସମା, ନଫିସ ଅହେମଦ, ନୁର ଖାଁ, ସେକ ଫରହାନ, ପ୍ରଦୀପ କୁମାର ବେହେରା, ରବିନ୍ଦ୍ର ବେହେରା, ସେକ ନୋଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଜିର ଏହି ଫୁଟବଲ ମ୍ୟାଚକୁ ରେଫରୀ ଭାବରେ ସେକ ମୋକିମ, ମହମ୍ମଦ ସକଲିମ, ଯୋଗି ପଲାଲା ଓ ଶିବ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ