ଅବ୍ୟବସ୍ଥାରେ ଭିତରେ ନାଉଗାଁ ଥାନା , ଅଫିସର କ୍ୱାଟର ନଥିବାରୁ ଅଫିସରମାନେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା

ନାଉଗାଁ,(ଯୁଗାଦ୍ଦ ନ୍ୟୁଜ) : ଜନସାଧାରଣକୁ ସୁରକ୍ଷା ଦେବା ସହିତ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଅଂଚଳରେ ଥାନା ଖୋଲା ଯାଇଛି । ଏଥିରେ ପୋଲିସ ଅଧିକାରୀ ଠାରୁ କନେଷ୍ଟବଳ ପର୍ଯ୍ୟନ୍ତ ନିଯୁକ୍ତି ହୋଇଛନ୍ତି । ସେମାନେ ଥାନାରେ ରହିବା ସହିତ ଯେ କୌଣସି ମୁହୃର୍ତରେ ଅଂଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବେ ଘଟଣାସ୍ଥଳରେ ପହଁଚି ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ନିୟମ ରହିଛି । ସେମାନଙ୍କର ରହିବା ପାଇଁ ସରକାରଙ୍କ ପକ୍ଷରୁ ଥାନା ପରିସରରେ ଅଫିସର କ୍ୱାଟର ସହିତ ଅତ୍ୟାବଶ୍ୟକ ବ୍ୟବସ୍ଥା ରଖିବା ପାଇଁ ନିୟମ ରହିଛି । କିନ୍ତୁ ଏହି ନିୟମର ବ୍ୟତିକ୍ରମ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାରେ ଦେଖିବାକୁ ମିଳୁଛି ।
ସୂଚନା ମୁତାବକ ନାଉଗାଁ ଅଂଚଳଟି ବାଲିକୁଦା ଥାନା ଅଧିନରେ ରହିଥିଲା । କାଳକ୍ରମେ ଜନସଂଖ୍ୟା ବୃଦ୍ଧି ପାଇବା ସହିତ ଅପରାଧିମାନଙ୍କର ଦୌରାତ୍ମକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନାଉଗାଁରେ ଥାନା ନିର୍ମାଣ ପାଇଁ ୧୯୮୩ ମସିହାରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହାପରେ ସରକାରୀ ଭାବେ ୧୯୮୭ ମସିହାରେ ନାଉଗାଁକୁ ଥାନା ଭାବେ ମାନ୍ୟତା ଦିଆଯାଇଥିଲା । ଏହାପରେ ସରକାରୀ ନିୟମ ଅନୁଯାଇ ଏହି ଥାନାରେ ଜଣେ ଆଇଆଇସି, ୨ ଜଣ ଏସଆଇ, ୩ ଜଣ ଏଏସଆଇଙ୍କ ସମେତ ୯ ଜଣ କନେଷ୍ଠବଳଙ୍କ ମଧ୍ୟରେ ୨ଜଣ ମହିଳା କନେଷ୍ଠବଳ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ବର୍ତମାନ ଥାନାରେ ୩ଜଣ କନେଷ୍ଠବଳ ଓ ୨ ଜଣ ଏଏସଆଇଙ୍କ ପଦବି ଫାଙ୍କା ରହିଛି । ଯାହାକୁ ନେଇ ଅନେକ ସମୟରେ ଆଇନ ଶୃଙ୍ଖଳାକୁ ନେଇ ବ୍ୟତିକ୍ରମ ଘଟୁଥିବାର ନଜିରର ରହିଛି । ଭୌଗୋଳିକ ଦୃଷିକୋଣରୁ ନାଉଗାଁ ଅଂଚଳଟି ଶିଖର ସେତୁ ଦେଇ ପୁରୀ ଓ କଟକ ଜିଲ୍ଲାକୁ ସଂଯୋଗ କରୁଥିଲା ବେଳେ ଗଳଦାରୀ ସେତୁ ଦେଇ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରୁଛି । ଅନ୍ୟପଟରେ ଗାରୋଇ-ମାଛଁଗା,ବାଲିକୁଦା ଦେଇ ପାରାଦ୍ୱିପ ଓ କେନ୍ଦ୍ରାପଡାକୁ ମଧ୍ୟ ସଂଯୋଗ ହୋଇଛି । ବିଭିନ୍ନ ସମୟରେ ଏହି ଅଂଚଳକୁ ବହୁ ଅସମାଜିକ ବ୍ୟକ୍ତିମାନେ ଆସି ଅପରାଧି କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାଯାଇଛି । ଏହା ଯୋଗୁଁ ନାଉଗାଁ ଥାନାର ଗୁରୁତ୍ୱ ବୃଦ୍ଧି ପାଇଛି । କିନ୍ତୁ ଥାନାରେ କର୍ମଚାରୀଙ୍କର ଅଭାବ ହେତୁ ଅଧିକାରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଥାନା ପରିସରରରେ ଶୌଚାଳୟ ଠାରୁ ଆରମ୍ଭ କରି ବିଦ୍ୟୁତ ଗଲାପରେ ଥାନା ପରିସରର ଅନ୍ଧାରରେ ରହୁଥିବା ଦେଖା ଦେଇଛି । ଯଦିଓ ସରକାରଙ୍କ ପକ୍ଷରୁ ଏଠାରେ ସୌରଶକ୍ତି ସମ୍ପନ୍ନ ଲାଇଟି ବ୍ୟବହାର କରାଯାଉଛି । କିନ୍ତୁ ଅନେକ ସମୟରେ ଏହି ଲାଇଟି ଆଲୋକ ଯୋଗାଇବା ବିଫଳ ହେଉଥିବା ଦେଖାଯାଉଛି । କେବଳ ସେତିକି ନୁହେଁ ମାତ୍ର କେତେଜଣ କନେଷ୍ଟବଳଙ୍କ ରହିବା ପାଇଁ ଥାନା ପରିସରରେ ସରକାରୀ କ୍ୱାର୍ଟର ବ୍ୟବସ୍ଥା ଥିବା ବେଳେ ଥାନାରେ କାର୍ଯ୍ୟ କରୁଥିବା ଅଫିସରଙ୍କ ପାଇଁ କୌଣସି କ୍ୱାର୍ଟରର ବ୍ୟବସ୍ଥା କରାଯାଇନାହିଁ । ଫଳରେ ଅଫିସରମାନେ ବାଧ୍ୟ ହୋଇ ବାହାରେ ଘର ଭଡା ନେଇ ରହୁଥିବା ଦେଖିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯଦି କୌଣସି କର୍ମଚାରୀଙ୍କର ଦେହ ଅସୁସ୍ଥ ହୁଏ କିମ୍ବା କୌଣସି ଜରୁରୀ କାର୍ଯ୍ୟ ପାଇଁ ଛୁଟିରେ ରୁହନ୍ତି ତେବେ ଥାନାରେ କାର୍ଯ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଦେଖାଯାଉଛି । ଏପରିକି ଯଦି କୌଣସି କର୍ମଚାରୀ ଜରୁରୀ ମାମଲାରେ ବାହାରକୁ ଯିବାକୁ ପଡେ ଅନୂରୂପ ସମସ୍ୟା ଦେଖା ଦେଉଥିବା ଜଣାଯାଇଛି । ସେହିପରି ଥାନାରେ ପରିସରରେ ଶୌଚାଳାୟ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଫଳରେ ଥାନା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ମହିଳା ଓ ପୁରୁଷମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ