କନିଷ୍ଠ ରାଜସ୍ୱ ସହାୟକଙ୍କ ବିୟୋଗରେ ଶୋକସଭା

ଛତ୍ରପୁର,୨୪ା୬ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରଜସ୍ୱ ସହାୟକ ରାମକୃଷ୍ଣ ମହାରଣାଙ୍କ ସୋମବାର ମୃତ୍ୟୁ ଘଟିଛି । ସେ ଗତ ତିନିମାସ ହେଲା କିଡନି ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ ଟା ୫୫ ମିନିଟ୍ରେ ତାଙ୍କରି ମୃତ୍ୟୁ ହୋଇଥିଲା । ମୃତ୍ୟୁ ସୂଚନା ପାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଶୋକର ବାତାବରଣ ସୃଷ୍ଟି ହୋଇଥିଲା । ସ୍ୱର୍ଗତ ମହାରଣାଙ୍କ ଆତ୍ମାର ସଦ୍ଗତି ନିମନ୍ତେ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ପୌରହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକସଭାରେ ଡିଆରଡିଏ ଏପିଡି ଦେବବ୍ରତ ସାହୁ, ଡୁଡା ପିଡି ସବ୍ୟସାଚି ହୋତା, ଜିଲ୍ଲା ରାଜସ୍ୱ ଅଧିକାରୀ ଡ.ଦିବ୍ୟ ଲୋଚନ ମହନ୍ତି, ଡେପୁଟି କଲେକ୍ଟର ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରାମଚନ୍ଦ୍ର ତରାଇ, ନିଜାରତ ନାୟକବାବୁ, ଆସିଷ୍ଟାଣ୍ଟ ନିଜାରତ ନିରଞ୍ଜନ ଚୌଧୂରୀଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୁଇମିନିଟ୍ ନୀରବ ପ୍ରାର୍ଥନା କରି ସ୍ୱର୍ଗତ ମହାରଣାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ