ଅବ୍ୟବସ୍ଥା ମଧ୍ୟରେ ଇଣ୍ଡେନ ଗ୍ୟାସ ବିତରଣ।ଅନଲାଇନ ବୁକିଙ୍ଗ କରିଥିବା ଉପଭୋକ୍ତା ହନ୍ତସନ୍ତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ଇଣ୍ଡେନ ଗ୍ରାମିଣ ଗ୍ୟାସ ବିତରଣ କେନ୍ଦ୍ରରେ କିଛିଦିନ ପୂର୍ବରୁ ଉଜ୍ବଳା ଯୋଜନା ଉପଭୋକ୍ତା କାଗଜପତ୍ର ନବୀକରଣ ବେଳେ ଗ୍ୟାସ ବିତରଣ କେନ୍ଦ୍ର ପକ୍ଷରୁ ସାମାଜିକ ଦୂରତା ରକ୍ଷା କରାଯିବାର ବ୍ୟବସ୍ଥା କରାଯାଇ ନଥିବାରୁ ଲୋକେ ଭିଡ ଜମାଇବା ସହ ଠେଲାପେଲା ହେଉଥିବାର ଦେଖିବାକୁ ମିଳିଥିଲା।ବର୍ତ୍ତମାନ କାଗଜପତ୍ର ନବୀକରଣ କରା ନଯାଇ ସିଧା ସଳଖ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି,ତେବେ ଅହେତୁକ ଭିଡରୁ ରକ୍ଷା ପାଇବାକୁ ଲୋକଙ୍କୁ ଅନଲାଇନ ବୁକିଙ୍ଗ କରିବାକୁ ଅନୁରୋଧ କରାଯାଉଛି ତଥା ଅନଲାଇନ ବୁକିଙ୍ଗ କରୁଥିବା ଗ୍ରାହକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବାକୁ ପ୍ରାଥମିକତା ଦିଆଯାଉଛି।ତେବେ ଅନଲାଇନ ବୁକିଙ୍ଗ କରିବା ସହିତ ଅନଲାଇନ ପେମେଣ୍ଟ କରିଥିବା ଗ୍ରାହକମାନେ ରନ୍ଧନ ଗ୍ୟାସ ସଲିଣ୍ଡର ପାଇବାରେ ଅବହେଳାର ଶିକାର ହେଉଛନ୍ତି।ହୋମ ଡିଲିଭରୀ ବିତରକ ଓ କାର୍ଯ୍ୟାଳୟରେ ଥିବା କର୍ମଚାରୀ’ଙ୍କ ମଧ୍ୟରେ ସମନ୍ନ୍ବୟର ଅଭାବ ଥିବାରୁ ଉପଭୋକ୍ତା ମାନଙ୍କ ଦ୍ବାରା ହୋମଡିଲିଭରୀ କର୍ମଚାରୀ ଓ କାର୍ଯ୍ୟାଳୟ କର୍ମଚାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯିବା ସତ୍ବେ ସମୟରେ ରନ୍ଧନଗ୍ୟାସ ସିଲିଣ୍ଡର ପାଇ ପାରୁନାହାନ୍ତି।ଏପରି ଅଭିଯୋଗ କରିଛନ୍ତି ଗିଦିଘାଟୀ ଅଞ୍ଚଳର କେତେକ ଇଣ୍ଡେନ ଗ୍ୟାସ ଉପଭୋକ୍ତା,ହୋମ୍ ଡିଲିଭରୀ ଗାଡି ଗାଁ ଭିତରକୁ ଯାଇ ଲୋକଙ୍କୁ ସିଲିଣ୍ଡର ଯୋଗାଇବା ପରିବର୍ତ୍ତେ ଲୋକଙ୍କୁ ମୂଖ୍ୟରାସ୍ତା ଉପରକୁ ଆସିବାକୁ ବାଧ୍ୟ କରାଯାଯାଉଛି।ହୋମ ଡିଲିଭରୀ ଗାଡି ସକାଳ ୧୦.୩୦’ମି. ସମୟରେ ପହଞ୍ଚିବାକୁ ସୂଚନାଦେଇ ଅପରାହ୍ନ ୨’ଟା ସମୟରେ ପହଞ୍ଚି ଥିଲା ଫଳରେ ଲୋକେ ଘରଠାରୁ ୧’କି.ମି ଦୂରରେ ଖାଲି ସିଲିଣ୍ଡର ଧରି ଭୋକ ଉପାସରେ ଅପେକ୍ଷା କରି ରହିଥିଲେ।ପୁଣି ପହଞ୍ଚିଲା ପରେ କାର୍ଯ୍ୟାଳୟ ବନ୍ଦଥିବା ଦର୍ଶାଇ ଅନଲାଇନ ପେମେଣ୍ଟ କରିଥିବା ଉପଭୋକ୍ତାଙ୍କ ଅନଲାଇନ ପୈଠ କରାଯାଇଥିବା ନେଇ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯାଇ ନପାରିବାରୁ ସିଲିଣ୍ଡର ବିତରଣ କରିନଥିଲେ।ଫଳରେ ୫’ଦିନ ପୂର୍ବରୁ ବୁକିଙ୍ଗ କରିଥାଇ ମଧ୍ୟ ସିଲିଣ୍ଡର ପାଇନପାରି ନିରାଶ ହୋଇଥିଲେ ଏକାଧିକ ଉପଭୋକ୍ତା।ରନ୍ଧନଗ୍ୟାସ ସିଲିଣ୍ଡର ମୂଲ୍ୟ ସହିତ ହୋମ ଡିଲିଭରୀ ବାବଦକୁ ମଧ୍ୟ ଖର୍ଚ୍ଚ ଯୋଡା ଯାଇଥିବାରୁ ୧୫’କି.ମି ମଧ୍ୟରେ ହୋମ୍ ଡିଲିଭରୀ ବାବଦକୁ ଶୁଳ୍କ ନିଆ ଯିବାର ନିୟମ ନଥିଲାବେଳେ ସିଲିଣ୍ଡର ପିଛା ୧୫/-ଟଙ୍କା ଲେଖାଏଁ ଉପଭୋକ୍ତା’ଙ୍କ ଠାରୁ ଆଦାୟ କରାଯାଇଥିବା ନେଇ ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ଏସବୁ ଅଭିଯୋଗକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷ’ଙ୍କ ଦ୍ବାରା ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ