ଅବ୍ୟବସ୍ଥା ମଧ୍ୟରେ କଣାସ ଡିଗ୍ରୀ କଲେଜ, ଉଚ୍ଚ ଅଧିକାରୀଙ୍କ ପରିଦର୍ଶନ

କଣାସ, (ପାହାନ୍ତା ସିଂହ ଅଜଂଳୀ ସାହୁ):ପୁରୀ ଜିଲ୍ଲା କଣାସ ଡିଗ୍ରୀ କଲେଜ ଦୀର୍ଘଦିନ ହେବ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଜଣାପଡିଛି ।ଖବର ନେବାରେ ଜଣାପଡିଛି ମହାବିଦ୍ୟାଳୟକୁ ନିୟମିତ ଅଧ୍ୟକ୍ଷ ଓ ଅଧ୍ୟାପକ ଆସୁନାହାନ୍ତି ।ଜିଦିବା କେତେବେଳେ ଆସୁଛନ୍ତି ୭ଘଣ୍ଟା ପିଲାମାନଙ୍କୁ ପାଠ ପଠାଇବା ପାଇଁ ସରକାରୀ ନିୟମ ରହିଥିବା ବେଳେ ମାତ୍ର ଏକ ରୁ ଦୁଇ ଘଣ୍ଟା ରହି କିଏ ଟିୟୁସନ୍ କରୁଛନ୍ତି ତ କିଏ ନିଜ ବେବସାୟରେ ବ୍ୟସ୍ଥ ରହୁଛନ୍ତି ।ପାଠ ପଢା ବର୍ଷ ଶେଷ ହେବାକୁ ବସିଥିବା ବେଳେ ଆଜି ପର୍ଯ୍ୟନ୍ତ କେତକ ବିଷୟ ଖୋଲା ଯାଇନଥିବା ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ସେଥି ମଧ୍ୟରୁ କଜେଜର ଅଧ୍ୟକ୍ଷ ନିଜେ ପଢାଉ ଥିବା ଅର୍ଥନୀତି ବିଷୟ ମଧ୍ୟ ପଢ଼ା ଯାଉନଥିବା ବେଳେ ଇଂରାଜୀ ରଖିଥିବା ପିଲାମାନେ ଅଧ୍ୟାପକଙ୍କୁ ପାଠ ପଢା କଥା କହିଲେ ତୁମେ କାହିଁକି ଇଂରାଜୀ ରଖିଛ ବୋଲି ଓଲଟା ବିତଣ୍ଡା ଯୁକ୍ତି କରୁଛନ୍ତି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଅନୁଦାନର ହିସାବ ପତ୍ର କରାଯାଉନାହିଁ ।ପରିଚାଳନା କମିଟିର ଅନୁମୋଦନ କ୍ରମେ ବାର୍ଷିକ ଆୟ ବେୟ କରାଯିବାର ବିଧି ବେବସ୍ଥା ରହିଥିବା ବେଳେ କେତେକ ମୁନାଫାଖୋର୍ ଅଧ୍ୟାପକ ଓ ଅଧ୍ୟକ୍ଷ ମିଳିମିଶି ଅର୍ଥ ଆତ୍ମସାତ କରିଥିବା ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ହରିଚନ୍ଦନ କହିଛନ୍ତି ।ବାରମ୍ବାର ପରିଚାଳନା କମିଟି କଲେଜର ବିଭିନ୍ନ ଉନ୍ନୟନ ମୂଳକ କର୍ଯ୍ୟା ପାଇଁ ବୈଠକ ଡକାଉ ଥିଲେ ମଧ୍ୟ କଲେଜ ଅଧକ୍ଷ ବିଭିନ୍ନ ଆଳ ଦେଖାଇ ବୈଠକ କରାଇ ଦେଉନାହାଁନ୍ତି ।କଜେଜର ସରକାରୀ ବେତନ ପାଇଥିବା କର୍ମଚାରୀ ସଠିକ୍ ଭାବରେ କାର୍ଯ୍ୟ କରୁନଥିବା ବେଳେ ଅଣ ବେତନ ପାଉଥିବା ଅଧ୍ୟାପକ ଓ କର୍ମଚାରୀ କଲେଜ ଚଳାଉ ଥିବା ଦେଖିବାକୁ ମିଳିଛି ।ସେପଟେ କାର୍ଯ୍ୟରେ ସ୍ବଚ୍ଛତା ପାଇ ସରକାରଙ୍କ ପକ୍ଷରୁ ବାୟୋମେଟ୍ରିକ୍ ଲଗାଯାଇଥିବା ବେଳେ ତାହାର ବେବହାର କରାଯାଉନାହିଁ ।ମାନୁଆଲ ଉପସ୍ଥାପନରେ ଅଧ୍ୟାପକ ମାନେ ଅନୁପସ୍ଥିତ ରହି ମନଇଚ୍ଛା ଉପସ୍ଥିତ ଦର୍ଶାଇ ଦରମା ବିଲ କରାଇ ସକରକାରଙ୍କ ରାଜ କୋଷରୁ ଅର୍ଥ ଆତ୍ମସାତ କରୁଥିବା ଜଣାପଡିଛି ।ଏନେଇ ଉଚ୍ଚ ଶିକ୍ଷା ଅର୍ଥ ବିଭାଗ ପକ୍ଷରୁ ତା ୧୩/୦୯/୨୦୨୪ ଚିଠି ସଂଖ୍ୟା ୩୬୦୪୫ ରେ କଲେଜକୁ ବାୟୋମେଟ୍ରିକ୍ ଓ ମାନୁଆଲ ଉପସ୍ଥାପନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାହାର କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି ।ଏହିଭଳି କେତେକ ଅଭିଯୋଗକୁ ଭିତ୍ତିକରି ଆଜି ଅଚାନକ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଓ ତାଙ୍କ ଟିମ୍ କଣାସ ଡିଗ୍ରୀ କଲେଜରେ ପହଞ୍ଚି ଦେଖନ୍ତିତ କଲେଜରେ ଦୁଇଜଣ କିରାଣୀ ଓ ପିଅନ ରହିଥିବାବେଳେ ଅଧ୍ୟକ୍ଷ ଓ କୌଣସି ଅଧ୍ୟାପକ ନଥିବା ଦେଖିବାକୁ ପାଇଥିଲେ ।ଯାହାକୁ ନେଇ ଆଞ୍ଚଳିକ ନିର୍ଦ୍ଦେଶକ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ,ସଚିବ ଦୃଷ୍ଟି ଦେବା ପାଇଁ ପରିଚାଳନା କମିଟି ,ଅଭିଭାବକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ