ଅଭିଜିତ୍ ମଜୁମଦାର ଙ୍କ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଓଡିଶୀନୃତ୍ୟ, ମହିଳା ପାଲା, ଭାରତଲୀଳା, ଗଂଜାମ ଫୋକ ଡ୍ୟାନ୍ସ, ମୋଡେର୍ଣ୍ଣ ଡ୍ୟାନ୍ସ, କୁଚୁପୁଡି ଡ୍ୟାନ୍ସ ଓ ସୋଲୋ ସଂଗୀତ ଦେଖିବାକୁ ଶୁକ୍ରବାର ଛତ୍ରପୁର ରେ ଚାଲିଥିବା ଦ୍ୱିତୀୟ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ତୃତୀୟ ସନ୍ଧ୍ୟା ରେ ଲୋକ ବହୁ ଭିଡ ଜମିଥିଲା । ଏହା ସହିତ ଅଭିଜିତ୍ ମଜୁମଦାର ଙ୍କ ଗେଲି ତୁ ଚିପୁଡି ଦେଲୁ ତିଲଟା .. କଚା ହଳଦି ଗୀତରେ ହଜାର ହଜାର ଦର୍ଶକ ମାନେ ବହୁ ମଜା ଉଠାଇଥିଲେ । ମହୋତ୍ସବର ସଭାପତି ତଥା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପୈାରହିତ୍ୟରେ ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ଉପ ମହାନୀରିକ୍ଷକ ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର ଓ ବିକ୍ରମ ଦୋରା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ ଧଳଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ,ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରି ସମିଷ୍ଠା ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଛନ୍ତି । ଏହି ଅବସରରେ ପଲ୍ଲିଶ୍ରୀ ମେଳା ଓ ମୀନା ବଜାରେ କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବହୁ ଜନସାଧାରଣ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ