ଅଭିନବ ଧାରାରେ ଗାଁସାଥୀଙ୍କ ତୃତୀୟ ରାଲି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ପର୍ଯ୍ୟାୟକ୍ରମେ ସ୍ଥାୟୀ ନିଯୁକ୍ତି ଓ ମାସିକ ୬ ହଜାରରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ସମେତ ୫ଦଫା ଦାବିରେ ଗତ ନଭେମ୍ବର ୪ ତାରିଖରୁ ଅଦ୍ୟାବଧି ବିଧାନସଭା ଆଗରେ ଧାରଣା ଅବ୍ୟାହତ ରହିଛି । ଆନ୍ଦୋଳନକୁ ୨୨ ଦିନ ପୁରିବା ସହ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହିତ ଦୁଇଥର ଆଲୋଚନା ହୋଇସାରିଛି । ମାତ୍ର ବିଭାଗୀୟ ପ୍ରମୁଖ ସଚିବଙ୍କ ଅନୁପସ୍ଥିତ ପାଇଁ ଆଲୋଚନାରୁ କିଛି ନିଷ୍କର୍ସ ବାହାରିପାରି ନଥିଲା । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଚଳିତମାସ ୨୫ତାରିଖ ସୋମବାର ଦିନ ତୃତୀୟ ମିଳିତ ଆଲୋଚନା ରଖାଯାଇଛି । ଏଣୁ ସଂଘ ତରଫରୁ ଚଳିତ ଅଧିବେଶନର ତୃତୀୟ ରାଲି ସ୍ଥାନୀୟ କଂଗ୍ରେସ ଭବନ ଆଗରୁ ସଂଘର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ସଭାପତି ସୌଭାଗ୍ୟ ମିଶ୍ରଙ୍କ ନେତୃତ୍ୱରେ ହଜାର ହଜାର ଗାଁସାଥୀ ବିଧାନସଭା ବ୍ୟାରିକେଡ଼ ଯାଏ ଯାଇ ରାଜରାସ୍ତାରେ ଧାରଣାରେ ବସିଛନ୍ତି । ପୂର୍ବାହ୍ନ ୯ ଘଟିକାରେ ୧୧ ଘଟିକା ପର୍ଯ୍ୟନ୍ତ ସଂଘର ଧାରଣାସ୍ଥିତ ଟେଣ୍ଟରେ ପଣ୍ଡିତ ବିପିନ ନାହାକ (ଗାଁସାଥୀ)ଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ଯଜ୍ଞର ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ, ବିଧାନସଭା ବ୍ୟାରିକେଡ଼ ଆଗରେ ଏବେବି ଶହ ଶହ ସଂଖ୍ୟାରେ ଗାଁସାଥୀ ଧାରଣାରେ ଅଛନ୍ତି । ବଲାଙ୍ଗୀର ଜିଲ୍ଲାର ମଧୁ ଛତ୍ର୍ରିଆ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବେ ସେ ପୋଲିସ୍ ପ୍ରଶାସନ ଓ ଅଗ୍ନିଶମ ବିଭାଗର ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ସଂଗଠକ ପ୍ରତାପ ମଲ୍ଲିକ, କୁଳମଣି ମେଣ୍ଟା, ହେମନ୍ତ ନାହାକ, ରବି ଗୌଡ଼, ସୁଧାଂଶୁ ଶତପଥୀ, ରବି ପ୍ରଧାନ, ଚରଣ ନାହାକ, ବୁଲି ସ୍ୱାଇଁ, ସୁଷମା ସାହୁ, ଚରଣ ସ୍ୱାଇଁ, କୈଳାସ ଭତ୍ରା, ହରି ମାଡ଼କାମୀ, ମଙ୍ଗଲସାଇ ଭତ୍ରା, ଆନ୍ତା ମୁର୍ମୁ, କନକଲତା ଜେନା, ଶଙ୍କର୍ଷଣ ପଲାଇ, ପବିତ୍ର ସୁନ୍ଦରାୟ, ସୁଶାନ୍ତ ସେଠୀ, ସଂଘର ୩୦ ଜିଲ୍ଲାର ସଂଗଠକ, ୩୧୪ ବ୍ଲକର ସଂଗଠକ ଓ ଅନ୍ୟ ଶତାଧିକ ଗାଁସାଥୀ ସଂଗଠକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ