ଅଭିନେତା ବିଜୟ ମହାନ୍ତିଙ୍କୁ ‘କଳାହାଣ୍ଡି ଥିଏଟର୍’ର ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା, (ଓ୍ବାଇଏନ୍ଏସ୍):ମଂଚ ଓ ସିନେମାର ଅପ୍ରତିଦ୍ୱନ୍ଦୀ ଅଭିନେତା ବିଜୟ ମହାନ୍ତିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ ନାଟ୍ୟାନୁଷ୍ଠାନ କଳାହାଣ୍ଡି ଥିଏଟର୍ ତରଫରୁ ଆୟୋଜିତ ହୋଇଯାଇଛି ଏକ ଶ୍ରଦ୍ଧାଞ୍ଜଳି ସଭା। ଜୁମ୍ ଆପ୍ ଦ୍ୱାରା ଡିଜିଟାଲ୍ ପ୍ଲାଟଫର୍ମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଅତିଥି ଭାବେ ବିଶିଷ୍ଟ ଚିନ୍ତକ ତଥା ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ଭବାନୀ ଶଙ୍କର ନିଆଲ, କଳାହାଣ୍ଡି ବେଡମିଣ୍ଟନ୍ ଏସୋସିଏସନ୍’ର ସଭାପତି ପ୍ରଦୀପ ଦାସ, ଯୁବ କଳାକାର ସୁଧୀର କୁମାର ଧଙ୍ଗଡ଼ାମାଝୀ, ଯୁବକବି ଅର୍ଜୁନ ଗୋପାଳ, ଅଭିନେତ୍ରୀ ସାବିତ୍ରୀ ମହାରଣା ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଶ୍ରୀ ମହାନ୍ତିଙ୍କ ବିୟୋଗ ସଙ୍ଗୀତ, ସିନେମା, ନାଟକ ଓ ସାହିତ୍ୟ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ସେମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେରେ ଯୁବ କଳାକାର ଯାଦବେନ୍ଦ୍ର ସାହା, ଯୁଧିଷ୍ଠିର ମୁଦୁଲି, ଲିଲେଶ ସାହୁ, କ୍ଷୀରସିନ୍ଧୁ ସାହୁ, ଆନନ୍ଦ ସଗରିଆ, ଜଗଜ୍ଜୀବନ ସା, ସୁଶାନ୍ତ ବାରିକ, କାଜଲ ମହାରଣା, ଇପ୍ସାମୟୀ ଦୁବେ, ସ୍ନିଗ୍ଧାରାଣୀ ନନ୍ଦ, ଭୋଳାପ୍ରସାଦ ନାଗ, ଚିନ୍ମୟୀ ବୈଠାରୁ, ତାରାକାନ୍ତ ନାଗ, ସୁଶାନ୍ତ ପ୍ରଧାନୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଯୁବ କଳାକାର ଡିଲେଶ୍ୱର ରଣା। ଧନ୍ୟବାଦ ଦେଇଥିଲେ ଯୁବ ନାଟ୍ୟକାର ଦକ୍ଷ ସାହୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ