ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ପଛରେ ପୋଲିସର ନିଷ୍କ୍ରୟତା ବିରୁଦ୍ଧରେ ଡ଼ିସେମ୍ବର ୧୬ରେ ରାଜଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ସୂଚନାଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୦.୧୨.୨୦୧୯ରିଖରେ ବାଲିଗୁଡ଼ାସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ଦୁଇଜଣ ଆତତାୟୀ ଗଳି କରି ହତ୍ୟା କରିବା ଘଟଣାକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଦୃଢ ବିରୋଧ କରାଯିବା ସହ ଏକ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ଦାବୀ କରାଯାଇଛି । ଆଜିର ସମ୍ବାଦିକ ସମ୍ମିଳନୀରେ ସୂଚନାଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ଅଭିମନ୍ୟୁଙ୍କ ହତ୍ୟା ପଛରେ ଏକ ବଡ଼ ଧରରଣର ଷଡ଼ଯନ୍ତ୍ର ରହିଛି । ଏହା ଏକ ସୁପରିକଳ୍ପିତ ରାଜନୈତିକ ହତ୍ୟାକାଣ୍ଡ । ବାଲୁଗୁଡ଼ା ଅଞ୍ଚଳର ଶାସକ ଦଳର କୁଜି ନେତା, ମଦ ମାଫିଆ, ଠିକାଦାର ଏବଂ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ସମେତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟମାନେ ମିଳିତ ଚକ୍ରାନ୍ତକରି ଭଡ଼ାଟିଆ ଗୁଣ୍ଡା ଲଗାଇ ଅଭିମନ୍ୟୁଙ୍କୁ ହତ୍ୟା କରିଛନ୍ତି, ଯାହାର ସୁରାକ ପରିବାର ସଦସ୍ୟମାନେ ଦେବା ସହ ଅଭିମନ୍ୟୁଙ୍କ ଘରେ ଅନୁଧ୍ୟାନ କରାଯାଇଥିବା ଆରଟିଆଇ ଫାଇଲ୍‌ରୁ ମିଳିଥିଲା । ଗତ ୧୧.୧୨.୨୦୧୯ରିଖରେ ‘ଓସା’ର ୫ଜଣିଆ ପ୍ରତିନିଧି ଦଳ ବାଲିଗୁଡ଼ା ଯାଇ ପରିବାର ସଦସ୍ୟଙ୍କୁ ଭେଟି ଅଭିମନ୍ୟୁ ହତ୍ୟା ପଛର ରହସ୍ୟ ଏବଂ ଘଟଣାକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ ସହ ଅଭିମନ୍ୟୁଙ୍କ ସମସ୍ତ ଫାଇଲ୍ ପତ୍ର ନିରୀକ୍ଷଣ କରିଥିଲେ । ଉକ୍ତ ଫାଇଲ୍ ନିରୀକ୍ଷଣରୁ ଅଭିମନ୍ୟୁ ସେହି ଅଞ୍ଚଳରେ ସରକାରୀ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ସମ୍ପର୍କିତ ତଥ୍ୟ ସୂଚନା ଆଇନ୍‌ରେ ଖୋଲାସା କରିବା ଏବଂ ଏହା ବିରୁଦ୍ଧରେ ଲଗାତର ଭାବେ ଅଭିଯୋଗ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ସମ୍ପର୍କିତ ଅନେକ ତଥ୍ୟ ସାରଙ୍ଗଗଡ଼ସ୍ଥିତ କନ୍ଧମାଳ ମହାବିଦ୍ୟାଳୟ ହଷ୍ଟେଲ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌, ଏହି କାର୍ଯ୍ୟରେ ସମ୍ପୃକ୍ତ ଠିକାଦାର ଅଶୋକ ପଣ୍ଡାଙ୍କ ବିରୁଦ୍ଧରେ ଅଭିଯୋଗ, ବାଲିଗୁଡ଼ା ସହରରେ ଜିଲ୍ଲା ପ୍ରଶାସନର ଠିପି ଖୋଲା ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ ନିଷ୍ପତ୍ତିକୁ ବିରୋଧ ସହିତ ମଦ ଦୋକାନ ବନ୍ଦ କରିବା, ବାଲିଗୁଡ଼ା ରାଜରାସ୍ତା ନିର୍ମାଣରେ ସରକାରୀ ଯନ୍ତ୍ରୀମାନଙ୍କର ସମ୍ପୃକ୍ତି ଏବଂ ଅନୁସୟା ଠିକାଦାରୀ ସଂସ୍ଥା ବିରୁଦ୍ଧରେ ଲଗାତର ଅଭିଯୋଗ, ଜିଲ୍ଲାର ୪ଟି ବ୍ଲକରେ ଚାଲିଥିବା ପିଡ଼ିଏସ୍ ଚାଉଳ ହରିଲୁଟ୍ ବିରୁଦ୍ଧରେ ୫୦ରୁ ଉର୍ଦ୍ଧ୍ୱ ଆର.ଟି.ଆଇ. ଫାଇଲ୍ କରିବା ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ ଏବଂ ମନ୍ଦିରର ୩୩ଟି ଦୋକାନ ଘରକୁ ଦଖଲକାରୀମାନଙ୍କ କବଳରୁ ହଟାଇବା ଇତ୍ୟାଦି କାର୍ଯ୍ୟ ମାଫିଆମାନଙ୍କୁ ବିବ୍ରତ କରିଥିଲା । ତେଣୁ ସେମାନେ ସଂଘବଦ୍ଧ ଭାବରେ ଚକ୍ରାନ୍ତ କରି ଅଭିଯୁକ୍ତଙ୍କୁ ହତ୍ୟା କରିଛନ୍ତି ବୋଲି ସୂଚନାଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି । ଯାହାର ତଦନ୍ତ ଜରୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ