ଅଭିଯୋଗ ପରେ ଅଭିଯୋଗର ଲମ୍ବା ତାଲିକା

ଯୋଡା, (ସମୀର କୁମାର ଦାସ):ଯୋଡା ପଞ୍ଚାୟତ ସମିତିର ତୁଳସିରାମ ମହାନ୍ତ ନାମକ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ନିତୀ, ଅନିୟମିତତା, ଅନୈତିକ କାରବାର ଭଳି ସଙ୍ଗିନ ଅଭିଯୋଗରେ ଉବୁଟୁବୁ ହେଉଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ କାରଣ ଦର୍ଶାଅ ନୋଟିସରେ କାର୍ଯ୍ୟାନୁଷ୍ଠାନରେ ସିମିତି ରହିଛି । ତାଙ୍କ ନାମରେ ମାଳମାଳ ଅଭିଯୋଗ ରହିଥିଲେ ମଧ୍ୟ କେବଳ କାରଣ ଦର୍ଶାଇ ନୋଟିସ୍ କାର୍ଯ୍ୟାନୁଷ୍ଠାନ ସମିତି ରହିଛି । ଫଳରେ କେନ୍ଦୁଝର ଜିଲାପାଳ ଏହା ଉପରେ ହସ୍ତକ୍ଷେପ କରି ୭ଦିନ ମଧ୍ୟରେ କୌ÷÷ଫୟତ ତଲବ କରିଥିବା ବେଳେ ଉତ୍ତର ନଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଥିବା ଜଣାପଡିଛି । ଜିଲାପାଳଙ୍କ ଚିଠି ସଂଖ୍ୟା ୮୯୬, ତା. ୦୨.୧୨.୨୦୨୪ରିଖରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତୁଳସିରାମ ମହାନ୍ତଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସରେ ଦର୍ଶାଯାଇଛି ଯେ, ବ୍ଲକ ଉନ୍ନୟନ ଅଧିକାରିଣୀ ଅରୁଣିମାସାହୁଙ୍କ ଚିଠି ସଂଖ୍ୟା ୩୫୪୯, ତା. ୨୮.୧୦.୨୦୨୪ରେ ଦର୍ଶାଇଛନ୍ତି ଯେ, ତୁଳସିରାମ ମହାନ୍ତଙ୍କ ଅନ୍ୟ ପଞ୍ଚାୟତକୁ ବଦଳି ହୋଇଥିବା ବେଳେ ସେ ଦାୟିତ୍ୱରେ ଥିବା ସେରେଣ୍ଡା ଓ ଭୂୟାଁରୋଇଡା ଗ୍ରାମପଞ୍ଚାୟର ଦାୟିତ୍ୱ ନବନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଧାକାନ୍ତ ବେହେରାଙ୍କୁ ହସ୍ତାନ୍ତର କରିନାହାନ୍ତି । ଅପରପକ୍ଷେ ଶ୍ରୀ ମହାନ୍ତ ଭୂୟାଁରୋଇଡା ଗ୍ରାମପଞ୍ଚାୟତର ପେନସନ ହେଡରେ ହିତାଧିକାରୀଙ୍କ ଭତ୍ତା ଅର୍ଥରୁ ୭୮ହଜାର ୮୧୦ ଟଙ୍କା ଜମା କରିବା ଏବଂ ସେରେଣ୍ଡା ଗ୍ରାମପଞ୍ଚାୟତର ଗ୍ରାମପଞ୍ଚାୟତ ଫଣ୍ଡର ୩୪ ହଜାର ୬୨୦ ଟଙ୍କା, ଯାହା ତାଙ୍କର କାର୍ଯ୍ୟାକାଳ ମଧ୍ୟରେ ନଗଦ ରାଶି ଆକାରରେ ପଞ୍ଚାୟତରୁ ଦିଆଯାଇଥିଲା ତାହା ଫେରସ୍ତ କରିବାରେ ସେ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ନୋଟିସ୍ ନଂ. ୨୪୩୮୨, ତା. ୦୪.୧୧.୨୦୨୩ରେ ୫୨ ହଜାର ୭୨୯ ଟଙ୍କା ଆଶିଷ୍ଟାଣ୍ଟ ଏକ୍ଜାମିନର କମ ଡିଷ୍ଟିକ ଅଡିଟ୍ ଅଫିସର, କେନ୍ଦୁଝରଙ୍କ ଅନୁଯାୟୀ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ ସମ୍ପୃକ୍ତ ଅର୍ଥ ରାଶି ଭରଣ କରିନଥିବାରୁ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ୨୦.୦୧.୨୦୨୪ରେ ଦେଇଥିବା ନୋଟିସରୁ ଜଣାପଡିଛି, ତାହାର କୌଣସି କାରଣ ଆଜିପର୍ଯ୍ୟନ୍ତ ସେ ଦର୍ଶାଇ ପାରିନାହାନ୍ତି । ସେହିପରି ଭୂୟାଁରୋଇଡା ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ତାଙ୍କୁ ଚିଠି ସଂଖ୍ୟା ୨୧୨୭, ତା. ୨୦.୦୭.୨୦୨୧ରେ ସରକାରୀ କାଗଜପତ୍ରକୁ ସଠିକ୍ ପରିଚାଳନା କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଏହା ସହିତ ସାଧାରଣ ବଣ୍ଟନ ପ୍ରକ୍ରିୟାରେ ଷ୍ଟକର ଆକାଣ୍ଟ, ସାର୍ଟିଫାଇଡ ଷ୍ଟକ ରେଜିଷ୍ଟର ଏବଂ କ୍ୟାସ ବୁକ୍ ବାଧ୍ୟତା ମୂଳକ ଭାବେ ଦାଖଲ କରିବା ପାଇଁ ନିଦେ୍ର୍ଦଶ ରହିଥିଲା । ଏବଂ ଇ-ପିଓଏସ୍ ଡିଭାଇସ ମାଧ୍ୟମରେ ସମସ୍ତ ପଡି ଚାଉଳକୁ ବଣ୍ଟନ କରିବା ପାଇଁ ନିଦେ୍ର୍ଦଶ ରହିଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଏଥିରେ କାରଣ ଦର୍ଶାଇ ନୋଟିସ୍ ଜାରି କରାଯାଇଥିବା ବେଳେ ଏହି ଅବହେଳାର ମଧ୍ୟ କୌଣସି ସଠିକ୍ ଉତ୍ତର ଦେଇପାରିନଥିଲେ । ଏହା ପରେ ସେ ଭୂୟାଁରୋଇଡା ଗ୍ରାମପଞ୍ଚାୟତରେ ଅବସ୍ଥାପିତ ଥିବା ବେଳେ ଚିଠି ସଂଖ୍ୟା ୩୪୩୪, ତା. ୦୩.୧୦.୨୦୨୩ରେ ଉକ୍ତ ପଞ୍ଚାୟରେ ବଣ୍ଟନ କରାଯାଇଥିବା ଅକ୍ଟୋବର ୨୦୨୩ ରୁ ଡିସେମ୍ବର ୨୦୨୩ ମଧ୍ୟରେ ପିଡିଏସ୍ ଚାଉଳର କୌଣସି ହିସାବ ମିଳିନଥିବା ବେଳେ ୪୨ଟି ରାସନ କାର୍ଡରେ ଅଫଲାଇନ ବ୍ୟବସ୍ଥାରେ ଏହା ବଣ୍ଟନ କରାଯାଇଥିବା ଭଳି ଅନିୟମିତତା ଦେଖିବାକୁ ମିଳିଥିଲା । ତାହାର ମଧ୍ୟ କୌଣସି ସଠିକ୍ ଜବାବ ସେ ଦେଇପାରିନଥିଲେ । ଏସବୁ ପରେ ଗୁଆଲି ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତଙ୍କର ଏକ ଅଶ୍ଲିଳ ଭିଡିଓ ସରକାରୀ ପିଡିଏସ୍ ହ୍ୱାଟ୍ସଅପ ଗ୍ରୁପରେ ପ୍ରସାରିତ ହେବା ପରେ ଏହା ସମସ୍ତଙ୍କୁ ଲଜ୍ଜିତ କରିଥିଲା । ଫଳରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ଠାରୁ ୩୪୪୫, ତା. ୨୧.୧୦.୨୦୨୪ରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତାଙ୍କୁ ମଧ୍ୟ ଶ୍ରୀ ମହାନ୍ତ କୌଣସି ଗୁରୁତରସହ ନନେଇ ବାରମ୍ବାର ଛୁଟି ଦରଖାସ୍ତ ଦେଇ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଛନ୍ତି । ଫଳରେ ଶ୍ରୀ ମହାନ୍ତଙ୍କ ପାଖରେ କୌଣସି ସଠିକ୍ କୌଫୟତ ନଥିବା ଜଣାପଡିବା ପରେ ସେ ସରକାରୀ ଅର୍ଥର ଅପବ୍ୟୟ, ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଏବଂ କ୍ରମାଗତ ଭାବେ କାର୍ଯ୍ୟରେ ଅବହେଳା କରିଥିବା ସ୍ପଷ୍ଟ ହୋଇଥିଲା । ଏ ନେଇ ଜିଲାପାଳଙ୍କ ପକ୍ଷରୁ ଅନ୍ୟ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ୭ଦିନ ମଧ୍ୟରେ ଏହାର ଜବାବ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି, ଏହାର ଖିଲାଫ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ତେବେ ଦେଖାଯାଉ ଆଗାମୀ ଦିନରେ ଏହି ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ଏହି କାରଣ ଦର୍ଶାଅ ନୋଟିସରେ ଏହା ସମିତି ରହୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ