ଅଭିଯୋଗ ପେରେ ବି ଅନାବାଦୀ ଓ ଗୋଚର ଜମି ପ୍ରତି ତହିସଲଦାରଙ୍କ ନଜର ନାହିଁ
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ବୟାଙ୍ଗଡିହି ପଞ୍ଚାୟତ ଗୋଠିଣା ଗ୍ରାମରେ ଥିବା ଏକ ସର୍ବ ସାଧାରଣ ରାସ୍ତାକୁ କିଛି ମୁଷ୍ଟିମେୟ ଲୋକେ ନିଜ ଅକ୍ତିଆର କରିନେଇଥିବା ଅଭିଯୋଗ ହୋଇଛି । ଯାହାଦ୍ୱାରା ଗ୍ରାମ ଭିତରକୁ ଆମ୍ବୁଲାସନ୍ସ, ଅଗ୍ନିଶମ ଗାଡି ଭଳି ବିଭିନ୍ନ ଜରୁରୀ କାଳୀନ ସେବା ମିଳିପାରୁନାହିଁ । ବର୍ଷ ବର୍ଷ ଧରି ସରକାରୀ ରକ୍ଷିତ ଅନାବାଦୀ ଓ ଗୋଚର ଜମି କିଛି ମୁଷ୍ଟିମେୟ ବ୍ୟକ୍ତି ହାତେଇ ନେଇ ପକ୍କା ଘର କରିବା ସହ ଅବରୋଧ କରୁଛନ୍ତି । ସେହି ରାସ୍ତା ଦେଇ ଯାତାୟାତ ବେଳେ ସ୍ଥାନୀୟ ଜନସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଥିବା କହିଛନ୍ତି । ଜନସାଧାରାଣ ଏନେଇ ସ୍ଥାନୀୟ ଆରଆଇ ଙ୍କ ଠାରୁ ଆରମ୍ଭ କରି ଧାମନଗର ତହିସଲଦାର ଙ୍କୁ ନେଇ ଅଭିଯୋଗ କରିଥିଲେ ମଧ୍ୟ ଏହି ବିଷୟରେ ତହିସଲଦାର କିଛି ଶୁଣୁ ନଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି। ପରେ ଧାମନଗର ବ୍ଲକ ସଭାଗୃହରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଭଦ୍ରକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ପାଖରେ ଏହାର ସମାଧାନ ପାଇଁ ଦାବି କରିଥିଲେ । ତେବେ ଏପର୍ଯ୍ୟନ୍ତ କୋୖଣସି ସମାଧାନ କରାଯାଇନାହିଁ ।