ଅମରେଶ୍ୱରଙ୍କ ଶୈବପୀଠରେ ରୁଦ୍ରଯଜ୍ଞ ଓ ଶିବ ବିବାହ ଉତ୍ସବ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଗୋପସ୍ଥିତ ପୁରାଣ ପ୍ରସିଦ୍ଧ ଅମରେଶ୍ୱରଙ୍କ ଶୈବପୀଠରେ ଶୀତଳଷଷ୍ଠୀ ଉପଲକ୍ଷେ ଶିବ ବିବାହ ଓ ରୁଦ୍ର ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନବମ ବାର୍ଷିକ ଶୀତଳଷଷ୍ଠୀ କାର୍ଯ୍ୟକ୍ରମରେ ବୁଧବାର ଅଙ୍କୁରାରୋପଣ କରାଯାଇ ଗୁରୁବାର କଳସଯାତ୍ରା, ଅଗ୍ନିସ୍ଥାପନ, ରୁଦ୍ରାଭିଷେକ, ଚଣ୍ଡିପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରୁଦ୍ରାଭିଷେକ ସହ ଶିବ ବିବାହ ଉତ୍ସବ ସଂନ୍ଧ୍ୟା ସମୟରେ ଅନୁଷ୍ଟିତ ହୋଇଥିଲା । ଏହି ବିବାହ କାର୍ଯ୍ୟକ୍ରମରେ ବରପିତାଭାବେ ସୁଧାଂଶୁ ଶେଖର ପଣ୍ଡା ଓ ଅନିଲ୍ ରଂଜନ ପଣ୍ଡା ବିବାହ ନିର୍ବାହ କରିଥିବାବେଲେ କନ୍ୟାପିତାଭାବେ ସଂଗ୍ରାମ କେଶରୀ ଜେନା କନ୍ୟାଦାନ କରିଥିଲେ । ରୁଦ୍ର ଯଜ୍ଞ ଅନୁଷ୍ଠାନରେ ଯଜ୍ଞକର୍ତର୍ାଭାବେ ମହେନ୍ଦ୍ର କୁମାର ରାଉତ ଓ ରାଜଲକ୍ଷ୍ମୀ ରାଉତ ଅଂଶଗ୍ରହଣ କରି ରୁଦ୍ର ଯଜ୍ଞ ସମାପନ କରିଥିଲେ । ପଣ୍ଡିତ ଧ୍ରୁବ ଚରଣ ପଣ୍ଡା, ଗଣେଶ୍ୱର ପଣ୍ଡା, ଭ୍ରମରବର ନନ୍ଦ, ନରହରି ପତି, ପୂର୍ଣ୍ଣଚନ୍ଦ୍ର ପତି, କୃଷ୍ଣଚନ୍ଦ୍ର ମିଶ୍ର, ଉମାକାନ୍ତ ପତି, ରବିନ୍ଦ୍ର ପତି, ଚିତରଂଜନ କର, କୁଞ୍ଜବିହାରୀ ଦାସ, ହରିହର ଶତପଥୀ, ହେମନ୍ତ କର, ସରୋଜ ପତି ପ୍ରମୁଖ ଯାଜ୍ଞିକ ପଣ୍ଡିତମାନେ ଯଜ୍ଞକାର୍ଯ୍ୟ ବୈଦ୍ଦିିକ ମତେ ନିର୍ବାହ କରିଥିଲେ । ଶନିବାର ଶୋଭ।।ଯାତ୍ରା ସହର ପରିକ୍ରମା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ