ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପୋଲିିସ ପକ୍ଷରୁ ଚେକିଂ କଡାକଡି କରାଯାଇଛି । ଶୁକ୍ରବାର ଉଭୟ ଥାନା ପକ୍ଷରୁ ଚେକିଂ କରାଯାଇ ୯ ଜଣଙ୍କ ଠାରୁ ୪ ହଜାର ଜୋରିମାନା ଆଦାୟ କରାଯାଇଛି । ବନ୍ତ ଥାନା ପକ୍ଷରୁ ଏମ୍‌.ଭି.ଆକ୍ଟରେ ୩ ଜଣଙ୍କ ଠାରୁ ୧ ହଜାର ଓ ୨ ଜଣ ମାସ୍କ ବ୍ୟବହାର କରିନଥିବା ବ୍ୟକ୍ତିଙ୍କ ଠାରୁ ୧ ହଜାର ଜୋରିମାନା ଆଦାୟ କରାଯାଇଛି । ସେହିପରି କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ୪ ଜଣ ମାସ୍କ ବ୍ୟବହାର କରିନଥିବା ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ଗିରିଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ