ଅମାନିଆ ଶିକ୍ଷକ ଶିକ୍ଷୟତ୍ରୀ : ସରକାରଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ବିଦ୍ୟାଳୟରେ ବାଣ୍ଟିଲେ ବହି
ମୋହନା, (ଅଂଶୁମାନ ପଣ୍ଡା): ସାରା ରାଜ୍ୟ ଏବେ କରୋନା ଚିନ୍ତାରେ ରାଜ୍ୟ ସରକାର ବିଭିନ୍ନ ନିୟମାବଳୀ ତଥା ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦେଉଥିବା ବେଳେ ସରକାରୀ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟର ପିଲାମାନଙ୍କ ପାଠପଢ଼ା ବହି ସେମାନଙ୍କ ଘରକୁ ନେଇ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହି ନିୟମକୁ ଖୋଲାଖୋଲି ଭାବେ କେତେକ ସରକାରୀ ବିଦ୍ୟାଳୟ ଅବଜ୍ଞା କରୁଛନ୍ତି । ମୋହନା ବ୍ଲକ୍ ଅଡ଼ବା ଅଂଚଳରେ ଥିବା ବାଳିକା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜସ୍ୱ ଆଇନ କରି ସମସ୍ତ ଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଡ଼କାଇ ସେଠାରେ ଗହଳି କରି ପାଠ୍ୟପୁସ୍ତକ ପ୍ରଦାନ କରିବା ବାସ୍ତବରେ ଏକ ଆଶ୍ଚର୍ଯ୍ୟ ଓ ଶିକ୍ଷକଙ୍କ ଦାୟିତ୍ୱହୀନତାକୁ ପଦାରେ ପକାଇଛି । ସରକାରଙ୍କ ନିର୍ଦ୍ଦେଶକୁ ଏମାନେ ଖୋଲାଖୋଲି ଭାବେ ଅବଜ୍ଞା କରି ଏପରି ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଭିଡ଼ କରି କରୋନା ଭୟାବହତା ବ୍ୟାପିବାରେ ସହାୟକର ଭୂମିକା ଲିଭାଉଛନ୍ତି । ଏପରି ଗହଳିରୁ ଯଦି କୌଣସି ଘଟଣା ଦୁର୍ଘଟଣା ହୁଏ ତେବେ ତାହା ପାଇଁ ଦାୟୀ କି’ଏ ରହିବ ବୋଲି ସାଧାରଣରେ ଓ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ତେଣୁ କରି ଏହି ଦିଗରେ ଶିକ୍ଷାବିଭାଗର ବରିଷ୍ଠ ଅଧିକାରୀ ଓ ବିଇଓ ଏଥିରେ ତଦନ୍ତ କରି ଏପରି କାର୍ଯ୍ୟ କରିଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି ।