ଅଯୋଧ୍ୟା ମାମଲାରେ ସମସ୍ତ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ଅଯୋଧ୍ୟା ଘଟଣା ରାୟ ପରେ ଦେଶରେ ହସଖୁସି ବନାଇବା ସହ ବାଣଫୁଟାଇ୍‌ଥିବା ବେଳେ କିଛି ଲୋକ ନିରବ ରହି ପରେ ବିରୋଧ କରିଥିଲେ । ପୁଣୀ ଥରେ ନଭେମ୍ବର ୯ ତାରିଖ ରେ ଅଯୋଧ୍ୟା ମାମଲାରେ ମାମଲା ସବୁକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟର ବିଚାରପତି ।ଆଜି ପ୍ରଧନ ବିଚାର ପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ,ଜଷ୍ଟିସ ଅଶୋକ ଭୂଷଣ, ଏସ୍ ଏ ନାଜିର, ଏବଂ ଜଷ୍ଟିସ ସଂଜିବ ଖାନ୍ନା ମଧ୍ୟ ଥିଲେ । ତେବେ ରାୟ ଆସିବା ସମୟରେଜଷ୍ଟିସ ସଂଜୟ ଖାନ୍ନ ଖଣ୍ଡପୀଠର ସଦସ୍ୟ ନଥିଲେ । ତତ୍କାଳୀନ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଦେଇଥିବା ରାୟରେ ବିବାଦୀ ୨.୭୭ ଏକର ଜମି ରାମ ଲାଲାଙ୍କୁ ମିଳିଛି। ଅନ୍ୟପକ୍ଷରେ ସୁନ୍ନି ୱାକ୍‌ଫ ବୋର୍ଡ ଏକ ପ୍ରମୁଖ ସ୍ଥାନରେ ମସଜିଦ୍ ନିର୍ମାଣ କରିବା ପାଇଁ ୫ ଏକର ଜମି ଦେବାକୁ ସରକାରଙ୍କୁ କୁହାଯାଇଛି। ଏହି ରାୟ ପରେ ମୋଟ ୧୮ଟି ରିଭ୍ୟୁ ଆବେଦନ ହୋଇଥିଲା। ତନ୍ମଧ୍ୟରୁ ୯ଟି ପୂର୍ବରୁ ମାମଲାର ପକ୍ଷ ଥିବା ପିଟିସନର୍ ଆବେଦନ କରିଥିଲେ। ଅନ୍ୟ ୯ଟି ତୃତୀୟପକ୍ଷ ବା ଥାର୍ଡ ପାର୍ଟିଙ୍କ ଆବେଦନ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ