ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ପାଣ୍ଠି ସଂଗ୍ରହ।
ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡା ସହର ଓ ସରକାରୀ କାର୍ଯ୍ୟାଳୟରୁ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ପାଣ୍ଠି ସଂଗ୍ରହ କରାଯାଉଛି। ଦୀର୍ଘ ଦିନର ସଂଘର୍ଷ ପରେ ମାନ୍ଯବର ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରକାଶ କରିଥିଲେ। ଯେଉଁଥିରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା। ଆଜି ଜଗତସିଂହପୁର ଜିଲ୍ଲାର ବିଜେପି ନେତା ଶ୍ରୀଯୁକ୍ତ ସତ୍ୟବ୍ରତ ମହାପାତ୍ର ଜଗତସିଂହପୁର ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ କର୍ତ୍ତବ୍ୟ ରତ ଡାକ୍ତର ଓ କର୍ମଚାରୀ ମାନଙ୍କୁ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ପାଣ୍ଠି ସଂଗ୍ରହ କରିବା ସଂପର୍କରେ ସୂଚନା ଦେଇଥିଲେ। ସମସ୍ତ କର୍ମଚାରୀ ଆଗ୍ରହ ସହକାରେ ସମର୍ଥ ଅର୍ଥ ରାଶି ପ୍ରଦାନ କରିଥିଲେ। ସେହିପରି ବାଲିକୁଦା ବ୍ଲକର ମୁଳୁଗାଁ ପଞ୍ଚାୟତର ଅବସର ପ୍ରାପ୍ତ ଆଧ୍ଯାତ୍ମିକ ବାଦୀ ଶ୍ରୀଯୁକ୍ତ ରବିନ୍ଦ୍ର ସେଠୀ, ଅଜୟ ଦାସ, ଶଙ୍କର ସଣ ରାଉତ ଓ ବିଶିଷ୍ଟ ସମାଜସେବୀ ସୋମନାଥ ରଣା ପ୍ରଭୃତି ମନ୍ଦିର ନିର୍ମାଣ ପାଣ୍ଠି ସଂଗ୍ରହ କାର୍ଯ୍ଯରେ ନିୟୋଜିତ ଥିବା ଦେଖିବାକୁ ମିଳୁଛି।


