ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜାମିନ୍ ନିମନ୍ତେ ସର୍ତ୍ତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ମାମଲାର ମକଦ୍ଦମା ପରିଚାଳନା ହୋଇଥିଲା । ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଓକିଲ ସଞ୍ଜୟ ନାରାୟଣ ସାହୁଙ୍କ ତରଫରୁ ଉଚ୍ଚନ୍ୟାୟାଳୟଙ୍କ ଦିଶା ନିର୍ଦ୍ଦେଶ ଅନୁଯାୟୀ ପ୍ରଦୀପଙ୍କୁ ଜାମିନ୍ ପ୍ରଦାନ କରିବାକୁ ଛତ୍ରପୁର ଏସ୍‌ଡିଜେଏମ୍ ସୌମ୍ୟା ପ୍ରଧାନଙ୍କୁ ଅନୁରୋଧ କରାଯାଇଥିଲା । ଜାମିନ୍ ଆବେଦନ ଶୁଣାଣି ବେଳେ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ବିଭିନ୍ନ ଯୁକ୍ତିତର୍କ ରଖିବା ସହ ପ୍ରଦୀପ ସେଠୀଙ୍କ ପାସପୋର୍ଟ ଜବତ କରାଯାଉ ଓ ସେ ଓଡିଶା ବାହାରକୁ ଯିବା ସମୟରେ ଛତ୍ରପୁର ଏସ୍‌ଡିଜେଏମ୍‌ଙ୍କ ଅନୁମତି ନେଇ ଯାଆନ୍ତୁ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳଙ୍କ ନିର୍ଦ୍ଦେଶ ମୁତାବକ କଠୋର ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଉ ବୋଲି କହିଥିଲେ । ସମସ୍ତ ବିଷୟକୁ ବିଚାର କରି ଛତ୍ରପୁର ଏସ୍‌ଡିଜେଏମ୍ ଏହି ମାମଲାରୁ ଶୁଣାଣି କରି ଏକଲକ୍ଷ ଟଙ୍କାର ଜାମିନ୍ ବଣ୍ଡ ଓ ଦୁଇ ଜାମିନ୍‌ଦାର ଜିମାରେ ଜାମିନ୍ ପ୍ରଦାନ କରାଯିବ ବୋଲି ସର୍ତ୍ତ ରଖିଥିଲେ । ଆଜି ସବୁ ବ୍ୟବସ୍ଥା ହୋଇପାରିନଥିବା ବେଳେ ତେଣୁ ପ୍ରାପ୍ତ ସୂଚନା ମୁତାବକ ପ୍ରଦୀପ ସେଠୀ ପୁଣି ଜାମିନ୍ ନ ପାଇ ବ୍ରହ୍ମପୁର କାରାଗାରରେ ରହିଛନ୍ତି । ସୂଚନାନୁସାରେ, ଛତ୍ରପୁରରେ ଏଟି ଚିଟ୍‌ଫଣ୍ଡ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା । ସେଠାରେ କଣମଣା ଗ୍ରାମର ଦେବରାଜ ସାହୁ ୨୦୧୦ ମସିହା ଡିସେମ୍ବର ୧ ତାରିଖରେ ଏକଲକ୍ଷ ଟଙ୍କା ଜମା କରିଥିଲେ । ପରେ ଏହି ସଂସ୍ଥା ବନ୍ଦ ହେବା ସହ ରାତାରାତି ଜମାଟଙ୍କା ହଡପ କରିଥିବା ଅଭିଯୋଗ ଛତ୍ରପୁର ଥାନାରେ କେସ୍ ନମ୍ବର ୬୮/୨୦୧୩ରେ ଏବଂ ପରେ ୧୩୫/୧୩ରେ ଛତ୍ରପୁର କୋର୍ଟରେ ମାମଲା ବିଚରାଧୀନ ରହିଥିଲା ।ର୍ଲାବର୍ଷ ୨୦ ଜାନୁଆରିରେ ପ୍ରଦୀପ ସେଠୀଙ୍କ ତରଫରୁ ଜାମିନ୍ ଆବେଦନ ହୋଇ ଖାରଜ ହୋଇଥିଲା । ଏହା ବିରୋଧରେ ସେ ହାଇକୋର୍ଟରେ ଆବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ