ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦,ପ୍ରମୁଖବୈଶିଷ୍ଟ୍ୟ :

 ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ୬ ରୁ ୬.୫ ପ୍ରତିଶତ ହେବା ଆକଳନ

 ଏପ୍ରିଲ୨୦୧୯ ରେ ମୁଦ୍ରାସ୍ଫୀତି ହାର ୩.୨ ପ୍ରତିଶତରୁ  ଡିସେମ୍ବର, ୨୦୧୯ ରେ ୨.୬କୁ ହ୍ରାସ

 ୨୦୧୯-୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଚଳନ୍ତି ଖାତା  ନିଅଂଟ ଜିଡିପିର ୧.୫ ପ୍ରତିଶତ

 ୨୦୧୯-୨୦ ରେ ବିତିୟ ନିଅଂଟ ଜିଡିପିର ୩.୩ ପ୍ରତିଶତ

 ୨୦୧୯-୨୦ ଏପ୍ରିଲରୁ ନଭେମ୍ବର ମଧ୍ୟରେ କେନ୍ଦ୍ର ପାଇଁ ଜିଏସଟି ସଂଗ୍ରହରେ ୪.୧ ପ୍ରତିଶତ ବୃଦ୍ଧି

 ୨୦୧୯-୨୦ରେ ୫ଥର ଜିଏସଟି ସଂଗ୍ରହ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ

 ଅଣ ଟିକସ ରାଜସ୍ୱ ସଂଗ୍ରହରେ ବୃଦ୍ଧି ହେତୁ ଏପ୍ରିଲ ରୁ ନଭେମ୍ବର ୨୦୧୯ ମଧ୍ୟରେ ରାଜସ୍ୱ ସଂଗ୍ରହରେ ୧୩

ପ୍ରତିଶତ ବୃଦ୍ଧି

 ୨୦୧୯-୨୦ର ପ୍ରଥମ ୮ ମାସରେ ପ୍ରତ୍ୟକ୍ଷ ବିଦେଶୀ  ପୁଞ୍ଜିନିବେଶ ୨୪.୪ ବିଲିୟନ ଡଲାର

 ୧୦ ଜାନୁଆରୀ ୨୦୨୦ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଂଡାର ୪୬୧.୨ ବିଲିୟନ ଡଲାର

 ଦେଶର ବାଲାଂନ୍ସ ଅଫ ପେଂମେଂଟ ସ୍ଥିତିରେ ଉନ୍ନତି

 ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ କୃଷି, ପ୍ରତିରକ୍ଷା ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ଅଧିକ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି

ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ ରିପୋର୍ଟ ଉପସ୍ଥାପନ କରିଛନ୍ତି ।

ଏହି ରିପୋର୍ଟର ପ୍ରମୁଖ ବୈଶିଷ୍ଟ୍ୟ ନିମ୍ନରେ ଉଲ୍ଲେଖ କରାଗଲା :

ସମ୍ପତି ସୃଷ୍ଟି : ଅଦୃଶ୍ୟ ହାତକୁ ମିଳିଲା ଭରସାର ସହଯୋଗ

 ଅର୍ଥନୈତିକ ଇତିହାସର ତିନି ଚତୁର୍ଥାଂଶ ସମୟ ଧରି ବିଶ୍ୱ ଆର୍ଥିକ ଶକ୍ତି ଭାବେ

ଭାରତର ଆଧିପତ୍ୟ ସୁଦୃଢ଼ ଢାଂଚାକୁ ଦର୍ଶାଉଛି ।

 କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରେ ଯେକୌଣସି ଅର୍ଥବ୍ୟବସ୍ଥାରେ ‘ମୂଲ୍ୟ’ର ଭୂମିକା

ବିଷୟରେ ଉଲ୍ଲେଖ କରାଯାଇଛି (ସ୍ପେଙ୍ଗଲର, ୧୯୭୧) ।

 ଐତିହାସିକ ଦୃଷ୍ଟିକୋଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଭରସାର ସହଯୋଗ ସହିତ

ବଜାରର ଅଦୃଶ୍ୟ ସହଯୋଗ ଉପରେ ମଧ୍ୟ ବିଶ୍ୱାସ କରିଥାଏ :

 ବଜାରର ଅଦୃଶ୍ୟ ସହଯୋଗ ଆର୍ଥିକ କାରବାରର ଖୋଲାପଣରେ ପ୍ରତିଫଳିତ

ହୋଇଛି ।

 ଭରସାର ସହଯୋଗ ନୈତିକ ଏବଂ ମନୋବୈଜ୍ଞାନିକ ଦିଗରେ ରେଖାଙ୍କିତ

ହୋଇଛି ।

 ଉଦାରୀକରଣ ପରେ ଭାରତୀୟ ଅର୍ଥବ୍ୟବସ୍ଥା ଆର୍ଥିକ ମଡେଲର ସେହି ଦୁଇଟି

ସ୍ତମ୍ଭକୁ ଆବଶ୍ୟକ ସହଯୋଗ ଦେଇଆସିଛି ଯାହା ସମ୍ପର୍କରେ ଆମର

ପାରମ୍ପରିକ ଚିନ୍ତାଧାରାରେ ଜୋର ଦିଆଯାଇଛି ।

 ବଜାରର ଅଦୃଶ୍ୟ ସହଯୋଗରୁ ପ୍ରାପ୍ତ ବ୍ୟାପକ ଲାଭ ବିଷୟରେ ଆର୍ଥିକ

ସମୀକ୍ଷାରେ ଉଲ୍ଲେଖ କରାଯାଇଛି ।

 ଉଦାରୀକରଣ ପରେ ଭାରତର ଜିଡିପି ଏବଂ ଲୋକମାନଙ୍କ ମୁଣ୍ଡପିଛା

ଜିଡିପିରେ ଉଲ୍ଲେଖନୀୟ ବୃଦ୍ଧି ସହିତ ସମ୍ପତି ମଧ୍ୟ ସୃଷ୍ଟି ହୋଇଛି ।

 ବନ୍ଦ ପଡ଼ି ରହିଥିବା କ୍ଷେତ୍ର ତୁଳନାରେ ଉଦାର କିମ୍ବା ଖୋଲିସାରିଥିବା କ୍ଷେତ୍ରରେ

ବୃଦ୍ଧି ହାର ଅଧିକ ରହିଥିବା ଆର୍ଥିକ ସମୀକ୍ଷାରେ ଉଲ୍ଲେଖ କରାଯାଇଛି ।

 ଅଦୃଶ୍ୟ ସହଯୋଗକୁ ଭରସାର ସହାୟତା ଜରୁରି, ଯାହା ୨୦୧୧ ରୁ

୨୦୧୩ର ଅବଧି ମଧ୍ୟରେ ଆର୍ଥିକ କ୍ଷେତ୍ରର ପ୍ରଦର୍ଶନରୁ ପରିଲକ୍ଷିତ

ହୋଇଥାଏ ।

 ଆର୍ଥିକ ସମୀକ୍ଷାରେ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା

ଲାଗି ଭାରତର ଆକାଂକ୍ଷା ବିଷୟରେ ଉଲ୍ଲେଖ କରାଯାଇଛି ଯାହା ନିମ୍ନଲିଖିତ

ଦିଗ ଉପରେ ନିର୍ଭରଶୀଳ :

କ୍ଟ ବଜାରର ଅଦୃଶ୍ୟ ସହଯୋଗକୁ ସୁଦୃଢ଼ କରିବା ।

କ୍ଟ ଏହାକୁ ଭରସା ଯୋଗାଇ ଦେବା ।

 ବ୍ୟବସାୟ ଅନୁକୂଳ ନୀତିକୁ ପ୍ରୋତ୍ସାହନ ଦେଇ ଅଦୃଶ୍ୟ ସହଯୋଗକୁ ସୁଦୃଢ଼

କରିବା, ନୂଆ ପ୍ରବେଶକାରୀଙ୍କୁ ସମାନ ସୁଯୋଗ ଦେବା ।

 ଉଚିତ ପ୍ରତିଦ୍ୱନ୍ଦ୍ୱିତା ଏବଂ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା

 ସରକାରଙ୍କ ଦୃଢ଼ ପଦକ୍ଷେପ ଜରିଆରେ ବଜାରକୁ ଅନାବଶ୍ୟକ ଢଙ୍ଗରେ

ଅଣଦେଖା କରୁଥିବା ନୀତିକୁ ସମାପ୍ତ କରିବା ।

 ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବ୍ୟବସାୟକୁ ସୁନିଶ୍ଚିତ କରିବା

 ବ୍ୟାଙ୍କିଙ୍ଗ କ୍ଷେତ୍ରର କାରବାର ସ୍ତରକୁ ଦକ୍ଷତାପୂର୍ବକ ବୃଦ୍ଧି କରିବା

 ଆର୍ଥିକ ସମୀକ୍ଷାରେ ପରାମର୍ଶ ଦିଆଯାଇଛି ଯେ ନୀତି ଏପରି ହେବା ଆବଶ୍ୟକ

ଯାହା ଡାଟା ଏବଂ ପ୍ରଯୁକ୍ତିର ଉପଯୋଗ କରି ପାରଦର୍ଶିତା ଆଣିବା ସହିତ

ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ସଶକ୍ତ କରିବ ।

ତୃଣମୂଳସ୍ତରରେ ଉଦ୍ୟମିତା ଏବଂ ସମ୍ପତି ସୃଷ୍ଟି

 ଉତ୍ପାଦକତାକୁ ଦ୍ରୁତ ଗତିରେ ବଢ଼ାଇବା ଏବଂ ସମ୍ପତି ସୃଷ୍ଟି କରିବା ଲାଗି ଏକ

ରଣନୈତିକ ଢଙ୍ଗରେ ଉଦ୍ୟମିତା

 ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ନୂଆ କମ୍ପାନୀ ଗଠନ ସଂଖ୍ୟା ଦୃଷ୍ଟିରୁ ଭାରତର

ସ୍ଥାନ ତୃତୀୟ ।

 ୨୦୧୪ ପରେ ଭାରତରେ ନୂଆ କମ୍ପାନୀ ଗଠନରେ ଉଲ୍ଲେଖନୀୟ ବୃଦ୍ଧି :

କ୍ଟ ୨୦୧୪ ରୁ ୨୦୧୮ ମଧ୍ୟରେ ଔପଚାରିକ କ୍ଷେତ୍ରରେ ନୂଆ

କମ୍ପାନୀର କ୍ରମବର୍ଦ୍ଧନଶୀଳ ବାର୍ଷିକ ବୃଦ୍ଧି ହାର ୧୨.୨ ପ୍ରତିଶତ ରହିଥିଲା ।

ଅନ୍ୟପକ୍ଷରେ ୨୦୦୬ ଠାରୁ ନେଇ ୨୦୧୪ ମଧ୍ୟରେ ଏହି ବୃଦ୍ଧି ହାର ୩.୮

ପ୍ରତିଶତ ଥିଲା ।

କ୍ଟ ୨୦୧୮ ବର୍ଷରେ ହାରାହାରି ୧.୨୪ ଲକ୍ଷ ନୂଆ କମ୍ପାନୀ ଗଠନ

ହୋଇଥିଲା ଯାହା ୨୦୧୪ରେ ଗଠିତ ପାଖାପାଖି ୭୦,୦୦୦ କମ୍ପାନୀ

ତୁଳନାରେ ପାଖାପାଖି ୮୦% ଥିଲା ।

 ଅର୍ଥନୈତିକ ସର୍ବେକ୍ଷଣରେ ଭାରତରେ ପ୍ରଶାସନିକ ପିରାମିଡର ସବୁଠୁ

ନିମ୍ନସ୍ତରରେ ଅର୍ଥାତ ୫୦୦ରୁ ଅଧିକ ଜିଲ୍ଲାରେ ଉଦ୍ୟମିତା ସହ ଜଡ଼ିତ

ଉପାଦାନ ଓ ବାହକ ଉପରେ ଦୃଷ୍ଟି ଦିଆଯାଇଛି ।

 ସେବା କ୍ଷେତ୍ରରେ ଗଠିତ ନୂଆ କମ୍ପାନୀଗୁଡ଼ିକ ସଂଖ୍ୟା ଉତ୍ପାଦନ, ଭିତିଭୂମି କିମ୍ବା

କୃଷି କ୍ଷେତ୍ରରେ ଗଠିତ କମ୍ପାନୀଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ।

 ସମୀକ୍ଷାରେ ଏଥିପ୍ରତି ମଧ୍ୟ ରେଖାଙ୍କିତ କରାଯାଇଛି ଯେ ତୃଣମୂଳସ୍ତରରେ

ଉଦ୍ୟମିତା କେବଳ ଆବଶ୍ୟକତା ଦ୍ୱାରା ହିଁ ପରିଚାଳିତ ହୋଇନଥାଏ ।

 କୌଣସି ଜିଲ୍ଲାରେ ନୂଆ କମ୍ପାନୀର ପଞ୍ଜିକରଣରେ ୧୦ ପ୍ରତିଶତ ବୃଦ୍ଧି ହେବା

ଫଳରେ ସକଳ ଘରୋଇ ଜିଲ୍ଲା ଉତ୍ପାଦ (ଜିଡିଡିପି)ରେ ୧.୮ ପ୍ରତିଶତ ବୃଦ୍ଧି

ହୋଇଥାଏ ।

 ଜିଲ୍ଲା ସ୍ତରରେ ଉଦ୍ୟମିତାର ଉଲ୍ଲେଖନୀୟ ପ୍ରଭାବ ତୃଣମୂଳସ୍ତରରେ ସମ୍ପତି

ସୃଷ୍ଟି ଉପରେ ହୋଇଥାଏ ।

 ଭାରତରେ ନୂଆ କମ୍ପାନୀ ଗଠନ ବହୁଜାତୀୟ ହୋଇଥାଏ ଏବଂ ଏହା ବିଭିନ୍ନ

ଜିଲ୍ଲା ଏବଂ କ୍ଷେତ୍ରରେ ବ୍ୟାପି ରହିଥାଏ ।

 ଯେକୌଣସି ଜିଲ୍ଲାରେ ସାକ୍ଷରତା ଓ ଶିକ୍ଷା ଦ୍ୱାରା ସ୍ଥାନୀୟ ସ୍ତରରେ ଉଦ୍ୟମିତାକୁ

ଯଥେଷ୍ଟ ପ୍ରୋତ୍ସାହନ ମିଳିଥାଏ :

କ୍ଟ ଏହି ପ୍ରଭାବ ସବୁଠୁ ଅଧିକ ସେତିକି ବେଳେ ଦୃଷ୍ଟିକୁ ଆସିଥାଏ

ଯେତେବେଳେ ସାକ୍ଷରତା ୭୦%ରୁ ଅଧିକ ହୋଇଥାଏ ।

କ୍ଟ ୨୦୧୧ ଜନଗଣନା ଅନୁଯାୟୀ, ସର୍ବନିମ୍ନ ସାକ୍ଷରତା ହାର (୫୯.୬

ପ୍ରତିଶତ) ଥିବା ପୂର୍ବ ଭାରତରେ ସବୁଠୁ କମ ନୂଆ କମ୍ପାନୀ ଗଠନ ହୋଇଛି ।

 କୌଣସି ଜିଲ୍ଲାରେ ଭୌତିକ ଭିତିଭୂମିର ଗୁଣବତା ନୂଆ କମ୍ପାନୀର ଗଠନ

ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ ।

 ଆର୍ଥିକ ସମୀକ୍ଷାରେ ଏହି ପରାମର୍ଶ ଦିଆଯାଇଛି ଯେ ବ୍ୟବସାୟିକ ସୁଗମତା ବୃଦ୍ଧି

ଏବଂ ନମନୀୟ ଶ୍ରମ ଆଇନକୁ ଲାଗୁ କରିବା ଫଳରେ ଜିଲ୍ଲା ଏବଂ ଏହିପରି

ଭାବେ ରାଜ୍ୟରେ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ବ୍ୟବସାୟ ଅନୁକୂଳ ବନାମ ବଜାର ଅନୁକୂଳ :

 ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ୫ ଲକ୍ଷ କୋଟି ଡଲାର

ଅର୍ଥବ୍ୟବସ୍ଥା ହେବା ସମ୍ପର୍କରେ ଭାରତର ଆକାଂକ୍ଷା ନିମ୍ନଲିଖିତ ଦିଗ ଉପରେ

ନିର୍ଭର କରିଥାଏ :

 ବ୍ୟବସାୟ ଅନୁକୂଳ ନୀତିକୁ ପ୍ରୋତ୍ସାହନ ଦେବା ଯାହା ସମ୍ପତି ସୃଷ୍ଟି ଲାଗି

ପ୍ରତିଦ୍ୱନ୍ଦ୍ୱୀ ବଜାରର ଶକ୍ତିକୁ ଉନ୍ମୁକ୍ତ କରିଥାଏ ।

 ପ୍ରିୟାପ୍ରୀତି ତୋଷଣ ନୀତିରୁ ଦୂରେଇଯିବା କାରଣ ଏହାଦ୍ୱାରା ବିଶେଷ କରି

ଶକ୍ତିଶାଳୀ ଘରୋଇ ସ୍ୱାର୍ଥକୁ ପ୍ରୋତ୍ସାହନ ମିଳିବାର ଆଶଙ୍କା ରହିଥାଏ ।

 ଶେୟାର ବଜାର ଦୃଷ୍ଟିରୁ ଦେଖିଲେ, ଉଦାରୀକରଣ ପରେ ବ୍ୟାପକ ପରିବର୍ତନ

ଆଣିବା ଦିଗରେ ଯଥେଷ୍ଟ ଗତି ଆସିଛି:

କ୍ଟ ଉଦାରୀକରଣ ପୂର୍ବରୁ ସେନସେକ୍ସରେ ସାମିଲ ଯେକୌଣସି କମ୍ପାନୀ

ଏଥିରେ ୬୦ ବର୍ଷ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଥିଲା । ଉଦାରୀକରଣ

ପରେ ଏହି ଅବଧି ହ୍ରାସ ପାଇ ମାତ୍ର ୧୨ ବର୍ଷ ରହିଯାଇଛି ।

କ୍ଟ ପ୍ରତ୍ୟେକ ପାଂଚ ବର୍ଷରେ ସେନସେକ୍ସରେ ସାମିଲ ଏକ ତୃତୀୟାଂଶ

କମ୍ପାନୀର ପରିବର୍ତନ ପରିଲକ୍ଷିତ ହୋଇଛି ଯାହା ଅର୍ଥବ୍ୟବସ୍ଥାରେ ନୂଆ

କମ୍ପାନୀ, ଉତ୍ପାଦ ଓ ପ୍ରଯୁକ୍ତିର ନିରନ୍ତର ଆଗମନକୁ ଦର୍ଶାଉଛି ।

 ପ୍ରତିଦ୍ୱନ୍ଦ୍ୱୀ ବଜାର ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ପ୍ରଗତି ସତ୍ୱେ ପ୍ରୀୟାପ୍ରୀତି

ତୋଷଣକୁ ପ୍ରୋତ୍ସାହନ ଦେଉଥିବା ନୀତି ଅର୍ଥବ୍ୟବସ୍ଥାର ମୂଲ୍ୟ ଉପରେ ଅତ୍ୟନ୍ତ

ପ୍ରତିକୂଳ ପ୍ରଭାବ ପକାଇଛି :

କ୍ଟ ୨୦୦୭ ବର୍ଷ ଠାରୁ ଆରମ୍ଭ କରି ୨୦୧୦ ଅବଧିରେ ପରସ୍ପର ସହ

ସମ୍ପର୍କ ଥିବା କମ୍ପାନୀଗୁଡ଼ିକର ଇକ୍ୟୁଟି ଇଣ୍ଡେକ୍ସ ପ୍ରଦର୍ଶନ ବଜାର ତୁଳନାରେ

ବାର୍ଷିକ ୭ ପ୍ରତିଶତ ଅଧିକ ରହିଛି ଯାହା ସାଧାରଣ ଜନତାଙ୍କ ଖର୍ଚ୍ଚରେ ହାସଲ

ଅସାଧାରଣ ଲାଭକୁ ଦର୍ଶାଉଛି ।

କ୍ଟ ଅନ୍ୟପକ୍ଷରେ ଏହାର ବିପରୀତ ୨୦୧୧ରେ ଇକ୍ୟୁଟି ଇଣ୍ଡେକ୍ସର

ପ୍ରଦର୍ଶନ ବଜାର ତୁଳନାରେ ୭.୫ ପ୍ରତିଶତ କମ ରହିଛି ଯାହା ଏପରି

କମ୍ପାନୀଗୁଡ଼ିକର ଅନ୍ତର୍ନିହିତ ଅକ୍ଷମତା ଓ ମୂଲ୍ୟ ହ୍ରାସକୁ ଦର୍ଶାଉଛି ।

ବଜାରକୁ ଅଣଦେଖା : ଯେତେବେଳେ ସରକାରୀ ହସ୍ତକ୍ଷେପ ସହାୟକ ହେବା

ବଦଳରେ ବାଧକ ସାଜିଥାଏ

 ଭଲ ଉଦ୍ଦେଶ୍ୟ ଥିବା ସତ୍ୱେ ସରକାରୀ ହସ୍ତକ୍ଷେପ ଅଧିକାଂଶ ସମୟରେ ସମ୍ପତି

ସୃଷ୍ଟିରେ ସହାୟକ ହେବା ଲାଗି ବଜାରର ସାମର୍ଥ୍ୟକୁ ଅଣଦେଖା କରିଥାଏ ।

ଫଳରେ ଏହାର ବିପରୀତ ପ୍ରଭାବ ପଡ଼ିଥାଏ ।

ଅସମୟରେ ସରକାରୀ ହସ୍ତକ୍ଷେପର ୪ଟି ଉଦାହରଣ :

୧.ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ଇସିଏ), ୧୯୫୫:

କ୍ଟ ଇସିଏ ଅନ୍ତର୍ଗତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଉପରେ ଲଗାତାର ଏବଂ

ଅନିଶ୍ଚିତ ଭଣ୍ଡାରଣ ସୀମା ନିର୍ଦ୍ଧାରଣ କରିବାର କୁପ୍ରଭାବ :

 ଘରୋଇ କ୍ଷେତ୍ର ଦ୍ୱାରା ପଣ୍ୟ ଭିତିଭୂମି ସୃଷ୍ଟି ପାଇଁ ପ୍ରୋତ୍ସାହନ

 କୃଷି ମୂଲ୍ୟ ଶୃଙ୍ଖଳାକୁ ଉପରକୁ ନେବା

 କୃଷି ଉତ୍ପାଦ ପାଇଁ ଜାତୀୟ ବଜାରର ବିକାଶ

କ୍ଟ ୨୦୦୬ର ତୃତୀୟ ତ୍ରୈମାସରେ ଡାଲି, ୨୦୦୯ ପ୍ରଥମ ତ୍ରୈମାସରେ ଚିନି

ଏବଂ ସେପ୍ଟେମ୍ବର ୨୦୧୯ରେ ପିଆଜ ଉପରେ ଷ୍ଟକ ସୀମା ଲାଗୁ କରିବା

ଦ୍ୱାରା ଖୁଚୁରା ଓ ପାଇକାରୀ ଦରରେ ଅସ୍ଥିରତା ବୃଦ୍ଧି ପାଇଥିଲା ।

କ୍ଟ ଆଜିର ଭାରତରେ ଇସିଏର ପ୍ରାସଙ୍ଗିକତା ଉପରେ ଉପଭୋକ୍ତା ବ୍ୟାପାର

ବିଭାଗ ବିଚାର କରିବା ଉଚିତ ।

କ୍ଟ ଚଢ଼ାଉ ଘଟଣାରେ ନିମ୍ନ ଦଣ୍ଡବିଧାନ ହାର ଏବଂ ଦର ଉପରେ କୌଣସି ପ୍ରଭାବ

ନପଡ଼ିବା ଦ୍ୱାରା ଇସିଏ କେବଳ ଏକ ଉତ୍ପୀଡ଼ନ ଏବଂ ଅର୍ଥ ଆଦାୟର ଉପାଦାନ

ପାଲଟିଛି ।

କ୍ଟ ଏହି ଅପ୍ରାସଙ୍ଗିକ ଆଇନକୁ ନିଷ୍କ୍ରିୟ କରିବା ଲାଗି ଯଥେଷ୍ଟ କାରଣ ରହିଛି ।

୨. ଇସିଏ ଅନ୍ତର୍ଗତ ଔଷଧ ମୂଲ୍ୟ ନିୟନ୍ତ୍ରଣ

 ଡିପିସିଓ ୨୦୧୩ ଜରିଆରେ ଔଷଧ ମୂଲ୍ୟ ନିୟନ୍ତ୍ରଣ କରିବା ଦ୍ୱାରା

ନିୟନ୍ତ୍ରିତ ଔଷଧର ମୂଲ୍ୟ ଅନିୟନ୍ତ୍ରିତ ଔଷଧ ତୁଳନାରେ ଅଧିକ ବୃଦ୍ଧି

ପାଇଥିଲା ।

 ଶସ୍ତା ଔଷଧ ଫର୍ମୁଲେସନର ମୂଲ୍ୟ ଦାମୀ ଔଷଧ ଫର୍ମୁଲେସନଠାରୁ ଅଧିକ

ବୃଦ୍ଧି ପାଇଲା ।

 ଏହା ପ୍ରମାଣିତ କଲା ଯେ ଡିପିସିଓ ଶସ୍ତା ଔଷଧର ଉପଲବ୍ଧତା ଲାଗି ଯେଉଁ

ପ୍ରୟାସ କଲା ତାହାର ବିପରୀତ ପ୍ରଭାବ ପଡ଼ିଲା ।

 ସରକାର ବଡ଼ ଔଷଧ କ୍ରେତା ହୋଇଥିବା କାରଣରୁ ଶସ୍ତା ଔଷଧର ମୂଲ୍ୟ

କମ କରିବା ଲାଗି ଚାପ ପକାଇପାରିବ ।

 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ ସରଳ ବ୍ୟବସ୍ଥା କରିବା

ଆବଶ୍ୟକ ଯାହା ସରକାରଙ୍କ କ୍ରୟ କ୍ଷମତାକୁ ଏକ ପାରଦର୍ଶୀ ଢଙ୍ଗରେ

ଉପଯୋଗ କରିପାରିବ ।

୩.ଖାଦ୍ୟଶସ୍ୟ ବଜାରରେ ସରକାରଙ୍କ ହସ୍ତକ୍ଷେପ

 ଖାଦ୍ୟଶସ୍ୟ ବଜାରରେ ସରକାରୀ ହସ୍ତକ୍ଷେପ କାରଣରୁ ସରକାର ଗହମ ଓ

ଚାଉଳର ବଡ଼ କ୍ରେତା ହେବା ସହିତ ସବୁଠୁ ବଡ଼ ଜମାଖୋର ମଧ୍ୟ

ହୋଇଯାଇଛନ୍ତି ।

 ଘରୋଇ କାରବାରରୁ ସରକାର ଦୂରେଇ ଯିବା

 ମାର୍କେଟର ଅକ୍ଷମତା ବୃଦ୍ଧି ପାଇବା କାରଣରୁ କୃଷି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ

ପ୍ରଭାବିତ

 ଖାଦ୍ୟଶସ୍ୟ ନୀତିକୁ ଅଧିକ ଗତିଶୀଳ କରିବା ଏବଂ ଶସ୍ୟ ବିତରଣ ଲାଗି

ପାରମ୍ପରିକ ପଦ୍ଧତି ସ୍ଥାନରେ ନଗଦ ମୁକ୍ତ ଫୁଡ଼ କୁପନ ଏବଂ ସ୍ମାର୍ଟ କାର୍ଡର

ଉପଯୋଗ କରିବା

୪. ଋଣ ଛାଡ଼

 କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ଦିଆଯାଉଥିବା ଋଣ ଛାଡ଼ ସୁବିଧାର ସମୀକ୍ଷା ।

 ସମ୍ପୂର୍ଣ୍ଣ ଭାବେ ଋଣ ଛାଡ଼ ସୁବିଧା ନେଉଥିବା ହିତାଧିକାରୀ କମ ଖର୍ଚ୍ଚ, କମ

ସଂଚୟ ଏବଂ କମ ନିବେଶ କରିଥାନ୍ତି । ଫଳରେ ଆଂଶିକ ଭାବେ ଋଣ ଛାଡ଼

ପାଇଥିବା ହିତାଧିକାରୀଙ୍କ ତୁଳନାରେ ସେମାନଙ୍କ ଉତ୍ପାଦନ ମଧ୍ୟ କମ

ହୋଇଥାଏ ।

 ଋଣ ଛାଡ଼ର ଲାଭ ନେଉଥିବା କୃଷକ ଋଣ ନେବାର ପ୍ରଚଳନକୁ ପ୍ରଭାବିତ

କରିଥାନ୍ତି ।

 ସେମାନେ ସେହି କୃଷକଙ୍କ ଲାଗି ଔପଚାରିକ ଋଣ ପ୍ରବାହକୁ କମ କରିଦିଅନ୍ତି,

ଏହାଦ୍ୱାରା ଋଣ ଛାଡ଼ର ଔଚିତ୍ୟ ସମାପ୍ତ କରିଦେଇଥାନ୍ତି ।

 ସମୀକ୍ଷାରେ ଦିଆଯାଇଥିବା ପରାମର୍ଶ

 ସରକାରଙ୍କ ଅନାବଶ୍ୟକ ହସ୍ତକ୍ଷେପ ଥିବା ବଜାର କ୍ଷେତ୍ରଗୁଡ଼ିକୁ ବ୍ୟବସ୍ଥିତ

ଢଙ୍ଗରେ ଚିହ୍ନଟ କରାଯିବା ଆବଶ୍ୟକ ।

 ବିଭିନ୍ନ ଅର୍ଥବ୍ୟବସ୍ଥାରେ ଏକଦା ସରକାରୀ ହସ୍ତକ୍ଷେପ ପ୍ରାସଙ୍ଗିକ ଥିଲା । କିନ୍ତୁ

ସେସବୁ ପରିବର୍ତିତ ଅର୍ଥବ୍ୟବସ୍ଥା ଲାଗି ଏବେ ଅପ୍ରାସଙ୍ଗିକ ହୋଇଯାଇଛନ୍ତି ।

ଏପରି ସରକାରୀ ହସ୍ତକ୍ଷେପକୁ ଦୂର କରିବା ଦ୍ୱାରା ବଜାର ପ୍ରତିଦ୍ୱନ୍ୱୀ ହେବ

ଏବଂ ନିବେଶ ତଥା ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ ।

ନେଟୱର୍କ ଉତ୍ପାଦରେ ବିଶେଷଜ୍ଞତା ଜରିଆରେ ବିକାଶ ଓ ନିଯୁକ୍ତି ସୃଷ୍ଟି

 ସମୀକ୍ଷାରେ କୁହାଯାଇଛି ଯେ ଭାରତ ନିକଟରେ ଶ୍ରମ ଆଧାରିତ ରପ୍ତାନିକୁ

ପ୍ରୋତ୍ସାହନ ଦେବା ଲାଗି ଚୀନ ଭଳି ଅଭୂତପୂର୍ବ ସୁଯୋଗ ରହିଛି ।

 ବିଶ୍ୱ ପାଇଁ ଭାରତରେ ଆସେମ୍ବଲଡ ଇନ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆ

ଯୋଜନାକୁ ଏକ ସଙ୍ଗେ ମିଶାଇ ଦେବା ଫଳରେ ରପ୍ତାନି ବଜାରରେ ଭାରତର

ଅଂଶଧନ ୨୦୨୫ ସୁଦ୍ଧା ୩.୫ ପ୍ରତିଶତ ଏବଂ ୨୦୩୦ ସୁଦ୍ଧା ୬ ପ୍ରତିଶତ

ହୋଇଯିବ ।

 ୨୦୨୫ ସୁଦ୍ଧା ଦେଶରେ ଭଲ ବେତନର ଚାକିରି ସଂଖ୍ୟା ୪ କୋଟି

ହୋଇଯିବ ଏବଂ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୮ କୋଟି ହୋଇଯିବ ।

 ନେଟୱର୍କ ଉତ୍ପାଦଗୁଡ଼ିକର ରପ୍ତାନି ବୃଦ୍ଧି ଫଳରେ ୨୦୨୫ ସୁଦ୍ଧା ଭାରତକୁ ୫

ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଆବଶ୍ୟକ ମୂଲ୍ୟ

ବୃଦ୍ଧିରେ ଏକ ତୃତୀୟାଂଶ ଯୋଗଦାନ ହୋଇପାରିବ ।

 ସମୀକ୍ଷାରେ ପରାମର୍ଶ ଦିଆଯାଇଛି ଯେ ନିମ୍ନଲିଖିତ ସୁଯୋଗର ଲାଭ ଉଠାଇବା

ଲାଗି ଭାରତକୁ ଚୀନ ଭଳି ରଣନୀତି ଆପଣାଇବାର ଆବଶ୍ୟକତା ରହିଛି ।

 ଶ୍ରମ ଆଧାରିତ କ୍ଷେତ୍ର ବିଶେଷ କରି ନେଟୱର୍କ ଉତ୍ପାଦ କ୍ଷେତ୍ରରେ ବ୍ୟାପକ

ପରିମାଣରେ ବିଶେଷଜ୍ଞତା ହାସଲ କରିବା ଜରୁରି ।

 ନେଟୱର୍କ ଉତ୍ପାଦଗୁଡ଼ିକର ଅଧିକ ସଂଖ୍ୟାରେ ଆସେମ୍ବ୍ଲିଂ ଗତିବିଧି ଉପରେ

ବିଶେଷ ଗୁରୁତ୍ୱ ଦେବା ।

 ଧନୀ ଦେଶର ବଜାରରେ ରପ୍ତାନିକୁ ପ୍ରୋତ୍ସାହନ ଦେବା ।

 ରପ୍ତାନି ନୀତି ସୁବିଧାଜନକ କରିବା ।

 ଆର୍ଥିକ ସମୀକ୍ଷା ରିପୋର୍ଟରେ ମୋଟ ବ୍ୟବସାୟ ସନ୍ତୁଳନ ଉପରେ ଭାରତ

ପକ୍ଷରୁ କରାଯାଇଥିବା ବ୍ୟବସାୟିକ ରାଜିନାମାର ପ୍ରଭାବ ସମ୍ପର୍କରେ

ବିଶ୍ଳେଷଣ କରାଯାଇଛି ।

 ଏଥିରେ କୁହାଯାଇଛି ଯେ ଭାରତରୁ ରପ୍ତାନି ହୋଇଥିବା ମୋଟ ଉତ୍ପାଦରେ

୧୦.୯ ପ୍ରତିଶତ ଏବଂ ବିନିର୍ମାଣ ଉତ୍ପାଦ ରପ୍ତାନିରେ ୧୩.୪% ବୃଦ୍ଧି

ପରିଲକ୍ଷିତ ହୋଇଛି ।

 ମୋଟ ଉତ୍ପାଦ ଆମଦାନୀରେ ୮.୬ ପ୍ରତିଶତ ଏବଂ ବିନିର୍ମାଣ ଉତ୍ପାଦ

ଆମଦାନୀରେ ୧୨.୭ ପ୍ରତିଶତ ବୃଦ୍ଧି ହୋଇଛି ।

 ପ୍ରତିବର୍ଷ ଭାରତର ବଳକା ବିନିର୍ମାଣ ଉତ୍ପାଦ କାରବାରରେ ୦.୭ ପ୍ରତିଶତ

ଏବଂ ବଳକା ମୋଟ ଉତ୍ପାଦର କାରବାରରେ ୨.୩ ପ୍ରତିଶତ ବୃଦ୍ଧି ହୋଇଛି ।

ଭାରତରେ ବ୍ୟବସାୟିକ ସୁଗମତା ଲକ୍ଷ୍ୟ

 ବିଶ୍ୱ ବ୍ୟାଙ୍କର ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ ୨୦୧୪ରେ

୧୪୨ତମ ସ୍ଥାନରେ ଥିଲା । ମାତ୍ର ଏଥିରେ ଉନ୍ନତି ଘଟି ୨୦୧୯ରେ ଭାରତ

୬୩ତମ ସ୍ଥାନରେ ପହଁଚିଯାଇଛି ।

 ଏହା ସତ୍ୱେ ଆଉ କେତେକ ଦିଗ ଯେପରିକି ବ୍ୟବସାୟ ଆରମ୍ଭ କରିବା, ସମ୍ପତି

ପଞ୍ଜିକରଣ, ଟିକସ ପରିଶୋଧ ଏବଂ ଚୁକ୍ତି ଲାଭୁ କରିବା କ୍ଷେତ୍ରରେ ଭାରତ

ଏବେ ବି ବହୁ ପଛରେ ରହିଛି ।

ସମୀକ୍ଷାରେ ଅନେକ ଅଧ୍ୟୟନକୁ ସାମିଲ କରାଯାଇଛି:

 ବସ୍ତୁ ରପ୍ତାନିରେ ଲଜିଷ୍ଟିକ ସେବା ପ୍ରଦର୍ଶନ ରପ୍ତାନି ତୁଳନାରେ ଆମଦାନୀ

କ୍ଷେତ୍ରରେ ଅଧିକ ରହିଛି ।

 ବେଙ୍ଗାଲୁରୁ ବିମାନ ବନ୍ଦରରେ ଇଲେକ୍ଟ୍ରୋନିକ୍ସ ଆମଦାନୀ ଓ ରପ୍ତାନି ବ୍ୟବସ୍ଥା

ଭାରତର ବିଶ୍ୱସ୍ତରୀୟ ଲଜିଷ୍ଟିକ୍ସ ସେବାକୁ ପ୍ରଦର୍ଶିତ କରିଛି ।

 ଦେଶର ବିଭିନ୍ନ ବନ୍ଦରରେ ଜାହଜଗୁଡ଼ିରୁ ମାଲ ପରିବହନ ସମୟ ସୀମା

୨୦୧୮-୧୯ରେ ୨.୪୮ ଦିନରୁ ବୃଦ୍ଧି ପାଇ ୨୦୧୦-୧୧ରେ ୪.୬୭

ଦିନରେ ପହଁଚିଛି ।

 ଅଧିକ ବ୍ୟବସାୟିକ ସୁଗମତା ପାଇଁ ପରାମର୍ଶ :

 ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, କେନ୍ଦ୍ର ପରୋକ୍ଷ ଟିକସ ଓ ସୀମା ଶୁଳ୍କ

ବୋର୍ଡ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ବିଭିନ୍ନ ବନ୍ଦର କର୍ତୃପକ୍ଷଙ୍କ ମଧ୍ୟରେ

ଉତମ ସମନ୍ୱୟ ।

 ପର୍ଯ୍ୟଟନ ଏବଂ ବିନିର୍ମାଣ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଲକ୍ଷ୍ୟବଦ୍ଧ ଆଭିମୁଖ୍ୟ ଯାହା

ନିୟାମକ ଓ ପ୍ରକ୍ରିୟାକରଣ ଜନିତ ବାଧାକୁ ପ୍ରତ୍ୟେକ କ୍ଷେତ୍ରରେ ଦୂର

କରୁଥିବ ।

୨୦୧୯-୨୦ରେ ଭାରତର ଆର୍ଥିକ ସାଫଲ୍ୟ

 ବୈଶ୍ୱିକ ନିର୍ମାଣ, ବାଣିଜ୍ୟ ଓ ଚାହିଦା କ୍ଷେତ୍ରରେ ଦୁର୍ବଳ ସ୍ଥିତି ସତ୍ୱେ ଭାରତୀୟ

ସାମଗ୍ରୀକ ଘରୋଇ ଅଭିବୃଦ୍ଧି ହାର ୨୦୧୯-୨୦ରେ ସର୍ବାଧିକ ୪.୮

ପ୍ରତିଶତ ରହିଛି ।

 ୨୦୧୯-୨୦ରେ ବାସ୍ତବିକ ଖାଉଟି ହାର ସରକାରୀ ଉଦ୍ୟମ ଯୋଗୁ

ଅନେକାଂଶରେ ଉତମ ସ୍ଥିତିରେ ପହଂଚିଛି ।

 ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ କୃଷି ତଥା ତତଜନିତ କାର୍ଯ୍ୟ

ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର

ଅଧିକ ହୋଇଛି ।

 ୨୦୧୯-୨୦ରେ ଭାରତର ବୈଦେଶିକ କ୍ଷେତ୍ର ସର୍ବାଧିକ ସୁଦୃଢ଼ ହୋଇଛି ।

 ଚଳନ୍ତି ଖାତା ନିଅଂଟ ୨୦୧୯-୨୦ରେ ଜିଡିପିର ୧.୫ ପ୍ରତିଶତକୁ ହ୍ରାସ

ପାଇଛି । ୨୦୧୮-୧୯ରେ ଏହା ୨.୧ ପ୍ରତିଶତ ଥିଲା ।

 ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶରେ ଉଲ୍ଲେଖନୀୟ ଅଗ୍ରଗତି ।

 ଦେଶ ଦେଶ ମଧ୍ୟରେ ଆର୍ଥିକ ନେଣଦେଣରେ ଅଭିବୃଦ୍ଧି ।

 ବୈଦେଶିକ ମୁଦ୍ରା ବିନିମୟ କ୍ଷେତ୍ରରେ ଅଭିବୃଦ୍ଧି ।

 ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ସତ୍ୱେ ୨୦୧୯-୨୦ରେ ରପ୍ତାନୀ ତୁଳନାରେ

ଆମଦାନୀ ହ୍ରାସ ।

 ବର୍ଷ ଶେଷ ସୁଦ୍ଧା ମୁଦ୍ରାସ୍ଫିତୀ ହ୍ରାସ ସମ୍ଭାବନା ।

 ଖାଦ୍ୟ ପଦାର୍ଥ ଦରରେ ଅସ୍ଥାୟୀ ଅଭିବୃଦ୍ଧି ଯୋଗୁ ୨୦୧୯-୨୦ରେ

ମୁଦ୍ରାସ୍ଫିତୀ ହାର ୨୦୧୯-୨୦ ଆରମ୍ଭରେ ୩.୩ ପ୍ରତିଶତ ଥିବାବେଳେ

ଡିସେମ୍ବର ୨୦୧୯-୨୦ ସୁଦ୍ଧା ୭.୩୫ ପ୍ରତିଶତ ହୋଇଛି ।

 ଖାଉଟି ସୂଚକାଙ୍କ ସିପିଆଇ ଏବଂ ଡବ୍ଲ୍ୟୁପିଆଇରେ ଡିସେମ୍ବର ୨୦୧୯-

୨୦ରେ ବୃଦ୍ଧି ଅଧିକ ଚାହିଦାକୁ ସୂଚାଉଛି ।

 ଅଭିବୃଦ୍ଧି ଚକ୍ରର ମନ୍ଥରତା ଯୋଗୁଁ ଜିଡିପି ଅଭିବୃଦ୍ଧି ହାରରେ ମନ୍ଥରତାର ସ୍ପଷ୍ଟ

ସୂଚନା ।

 ବିନିଯୋଗ ଅଭିବୃଦ୍ଧି ଓ ଖର୍ଚ୍ଚ ଭଳି ବାସ୍ତବ କ୍ଷେତ୍ରକୁ ଭିତିକରି ଆର୍ଥିକ କ୍ଷେତ୍ର ଗତି

କରିଛି ।

 ପୁଞ୍ଜି ବିନିଯୋଗ, ରପ୍ତାନୀ ଓ ଖାଉଟି ବ୍ୟବହାରର ଅଭିବୃଦ୍ଧି ପାଇଁ ୨୦୧୯-

୨୦ରେ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

 ଦେବାଳିଆ ଏବଂ ଦେବାଳିଆପଣ ଆଚାର ସଂହିତା ଅନ୍ତର୍ଗତ ଦେବାଳିଆପଣ

ରୋକିବା ପ୍ରକ୍ରିୟା ତ୍ୱରାନ୍ୱିତ ।

 ଚାପଗ୍ରସ୍ତ, ରିଅଲ ଇଷ୍ଟେଟ ଏବଂ ଏନବିଏଫସି କ୍ଷେତ୍ରରେ କ୍ରେଡିଟ ସୁବିଧା ।

 ଜାତୀୟ ଭିତିଭୂମି ପାଇପଲାଇନ ୨୦୧୯-୨୦୨୫ ଘୋଷିତ ।

ବିତିୟ ବିକାଶ-

 ଅଣ ଟିକସ ରାଜସ୍ୱ ସଂଗ୍ରହରେ ବୃଦ୍ଧି ସହ ୨୦୧୯-୨୦ର ପ୍ରଥମ ଆଠ ମାସ

ମଧ୍ୟରେ ପୂର୍ବ ବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହରେ ଦ୍ରୁତ ବୃଦ୍ଧି ଘଟିଛି ।

 ୨୦୧୯-୨୦ରେ (ଡିସେମ୍ବର ୨୦୧୯ ସୁଦ୍ଧା) ୫ ଥର ମାସିକ ଜିଏସଟି

ସଂଗ୍ରହ ୧ ଲକ୍ଷ କୋଟି ଟପିଛି ।

ଚଳିତ ଆର୍ଥିକ ବର୍ଷରେ ଟିକସ କ୍ଷେତ୍ରରେ ଢ଼ାଂଚାଗତ ସଂସ୍କାର ।

 କର୍ପୋରେଟ ଟିକସ ହାରରେ ପରିବର୍ତନ

 ଜିଏସଟିର ସହଜ ପ୍ରବର୍ତନ ଲାଗି ପଦକ୍ଷେପ

 ଏଫଆରବିଏମ ଅଧିନିୟମ ଅନୁଯାୟୀ ରାଜ୍ୟମାନଙ୍କର ବିତିୟ ନିଅଂଟ

ନିୟନ୍ତ୍ରଣ ମଧ୍ୟରେ

 ସର୍ବେକ୍ଷଣ ଅନୁଯାୟୀ ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ଆର୍ଥିକ

ଏକତ୍ରୀକରଣ ଦିଗରେ ଯାତ୍ରା ଜାରି ରଖିଛନ୍ତି ।

ବାହ୍ୟକ୍ଷେତ୍ର-

 ବାଲାନ୍ସ ଅଫ ପେମେଂଟ(ବିଓପି):

 ମାର୍ଚ୍ଚ ୨୦୧୯ ଶେଷ ସୁଦ୍ଧା ଭାରତର ବିଓପି ସ୍ଥାନ ୪୧୨.୯ ବିଲିୟନ ଡଲାର

ଫୋରେକ୍ସ ରିଜର୍ଭରୁ ବୃଦ୍ଧି ପାଇ ସେପ୍ଟେମ୍ବର ୨୦୧୯ ସୁଦ୍ଧା ୪୩୩.୭

ବିଲିୟନ ଡଲାରରେ ପହଂଚିଛି ।

 ଚଳନ୍ତି ଖାତା ନିଅଂଟ (ସିଏଡି) ୨୦୧୮-୧୯ରେ ୨.୧ ପ୍ରତିଶତ ଥିଲା

ବେଳେ ୨୦୧୯-୨୦ ପ୍ରଥମାର୍ଦ୍ଧ ସୁଦ୍ଧା ୧.୫ ପ୍ରତିଶତ ହୋଇଛି ।

 ୧୦ ଜାନୁଆରୀ ୨୦୨୦ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୪୬୧.୨ ବିଲିୟନ

ଡଲାରରେ ପହଂଚିଛି ।

 ବିଶ୍ୱ ବାଣିଜ୍ୟ:

 ବୈଶ୍ୱିକ କାରବାରରେ ୨.୯ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଇଥିବା

ବେଳେ ବୈଶ୍ୱିକ ବାଣିଜ୍ୟ ୧.୦ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ

ବୋଲି ଆକଳନ କରାଯାଇଛି । ୨୦୧୭ରେ ଏହା ୫.୭ ପ୍ରତିଶତ ରହିଥିଲା ।

 ବୈଶ୍ୱିକ ଆର୍ଥିକ କାରବାରରେ ସୁଧାର ଆସି ୨୦୨୦ରେ ଏହା ୨.୯

ପ୍ରତିଶତରେ ପହଂଚିବ ବୋଲି ପୂର୍ବାନୁମାନ କରାଯାଇଛି ।

 ଆମେରିକା, ଚୀନ, ୟୁଏଇ, ସାଉଦୀ ଆରବ ଓ ହଂକଂ ଭାରତର ଶୀର୍ଷ ୫ଟି

ବ୍ୟବସାୟୀକ ଭାଗିଦାର ରହିଛନ୍ତି ।

 ରପ୍ତାନୀ:

 ପେଟ୍ରୋଲିୟମ ଉତ୍ପାଦ, ମୂଲ୍ୟବାନ ପଥର, ଔଷଧ ଓ ଜୈବିକ ସାମଗ୍ରୀ, ସୁନା ଓ

ଅନ୍ୟ ମୂଲ୍ୟବାନ ଧାତୁର ରପ୍ତାନୀ ବୃଦ୍ଧି ହୋଇଛି ।

 ୨୦୧୯-୨୦ର ଏପ୍ରିଲ ରୁ ନଭେମ୍ବର ମଧ୍ୟରେ ଆମେରିକା, ୟୁଏଇ, ଚୀନ ଓ

ହଂକଂକୁ ଭାରତରୁ ସର୍ବାଧିକ ସାମଗ୍ରୀ ରପ୍ତାନୀ ହୋଇଥିଲା ।

 ଆମଦାନୀ:

 ଅଶୋଧିତ ତୈଳ, ସୁନା, ପେଟ୍ରୋଲିୟମ ଉତ୍ପାଦ, କୋଇଲା, କୋକ ଓ ଖଣ୍ଡ

କୋଇଲା ଆଦିର ସର୍ବାଧିକ ଆମଦାନୀ ହୋଇଛି ।

 ଚୀନ ପରେ ଆମେରିକା, ୟୁଏଇ ଏବଂ ସାଉଦୀ ଆରବରୁ ଭାରତ ସର୍ବାଧିକ

ସାମଗ୍ରୀ ଆମଦାନୀ କରିଛି ।

 ତେବେ ଅଶୋଧିତ ତୈଳ ଏବଂ ସୁନା ମୂଲ୍ୟରେ ଅନ୍ତର୍ଜାତିୟ ବଜାରରେ

ଅସ୍ଥିରତାର ପ୍ରଭାବ ଆମଦାନୀ ଉପରେ ପଡିଛି । ଏହା ଜିଡିପିକୁ ମଧ୍ୟ ପ୍ରଭାବିତ

କରିଛି ।

 ଭାରତରେ ଲଜିଷ୍ଟିକ ଉଦ୍ୟୋଗ:

 ଭାରତରେ ଲଜିଷ୍ଟିକ୍ସ ଉଦ୍ୟୋଗର ଆକାର ବର୍ତମାନ ୧୬୦ ବିଲିୟନ

ଆମେରିକୀୟ ଡଲାର ଥିବାବେଳେ ଏହା ୨୦୨୦ରେ ୨୧୫ ବିଲିୟନ

ଆମେରିକୀୟ ଡଲାରରେ ପହଂଚିବାର ଅନୁମାନ କରାଯାଇଛି ।

 ବିଶ୍ୱ ବ୍ୟାଙ୍କ ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କ ଅନୁଯାୟୀ ଭାରତ ୨୦୧୮ରେ

ବିଶ୍ୱରେ ୪୪ତମ ସ୍ଥାନରେ ରହିଛି । ୨୦୧୪ରେ ଭାରତ ଏହି ସୂଚକାଙ୍କର

୫୪ତମ ସ୍ଥାନରେ ରହିଥିଲା ।

 ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ ଭାରତରେ ପ୍ରତ୍ୟକ୍ଷ

ବିଦେଶୀ ପୁଞ୍ଜି ନିବେଶ ପରିମାଣ ୨୪.୪ ବିଲିୟନ ଡଲାର ଥିବା ଜଣାଯାଇଛି ।

ଏହା ୨୦୧୮-୧୯ ବର୍ଷ ତୁଳନାରେ ଅଧିକ ।

 ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କଠାରୁ ମିଳୁଥିବା ଅର୍ଥ ରାଶି ବୃଦ୍ଧି ପାଇ

ଏହାର ପରିମାଣ ୨୦୧୯-୨୦ ବର୍ଷର ପ୍ରଥମ ୬ ମାସରେ ୩୮.୪ ବିଲିୟନ

ଡଲାର ରହିଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ ।

 ବାହ୍ୟ ଋଣ:

 ସେପ୍ଟେମ୍ବର ୨୦୧୯ ଶେଷ ସୁଦ୍ଧା ଏହା ଜିଡିପିର ୨୦.୧ ପ୍ରତିଶତ ଠାରୁ

ନିମ୍ନରେ ରହିଥିଲା ।

 ୨୦୧୪-୧୫ରେ ହ୍ରାସ ପରିଲକ୍ଷିତ ହେବା ପରେ ଏଫଡିଆଇ ପୋର୍ଟଫୋଲିଓ

ପ୍ରବାହ ଏବଂ ବାହ୍ୟ ବାଣିଜ୍ୟିକ ଋଣରେ ବୃଦ୍ଧି କାରଣରୁ ଜୁନ ୨୦୧୯ରେ

ଜିଡିପି ତୁଳନାରେ ଭାରତର ବାହ୍ୟ ଋଣ ଓ ଇକ୍ୟୁଟି ବୃଦ୍ଧି ପାଇଛି ।

ଦ୍ରା ପରିଚାଳନା ତଥା ଆର୍ଥିକ ମଧ୍ୟସ୍ଥତା:

 ୨୦୧୯-୨୦ରେ ନିମ୍ନ ଅଭିବୃଦ୍ଧି ହାର ତଥା ମୁଦ୍ରାସ୍ଫୀତି କାରଣରୁ ଏମପିସିର

୪ଟି ବୈଠକରେ ରେପୋ ରେଟକୁ ୧୧୦ ବେସିସ ପଏଂଟ ହ୍ରାସ

କରାଯାଇଥିଲା । ତେବେ ୨୦୧୯ ଡିସେମ୍ବରରେ ହୋଇଥିବା ୫ମ

ବୈଠକରେ ଏହାକୁ ଅପରିବର୍ତିତ ସ୍ଥିତିରେ ରଖାଯାଇଥିଲା ।

 ୨୦୧୯-୨୦ ଆର୍ଥିକ ବର୍ଷର ପ୍ରାରମ୍ଭିକ ୨ ମାସରେ ନଗଦର ସ୍ଥିତି ଦୁର୍ବଳ

ରହିଥିଲା କିନ୍ତୁ କିଛି ସମୟ ପରେ ଏହା ସୁବିଧାଜନକ ସ୍ଥିତିକୁ ଆସିଯାଇଥିଲା ।

 ମାର୍ଚ୍ଚ ଓ ଡିସେମ୍ବର ୨୦୧୯ ମଧ୍ୟରେ ମୋଟ ଅଚଳ ଅଗ୍ରୀମ ଅନୁପାତ

ବ୍ୟବସାୟିକ ବ୍ୟାଙ୍କଗୁଡିକ ଲାଗି ୯.୩ ପ୍ରତିଶତରେ ଅପରିବର୍ତିତ ରହିଥିଲା ।

 ଅଣବ୍ୟାଙ୍କିଙ୍ଗ ଆର୍ଥିକ ନିଗମଗୁଡିକ ଲାଗି ଏହା ମାର୍ଚ୍ଚ ୨୦୧୯ରେ ୬.୧

ପ୍ରତିଶତ ଥିଲାବେଳେ ଏଥିରେ ସାମାନ୍ୟ ବୃଦ୍ଧି ଘଟି ସେପ୍ଟେମ୍ବର ମାସରେ ୬.୩

ପ୍ରତିଶତରେ ପହଂଚିଥିଲା ।

 ଉଭୟ ଏନବିଏଫସି ଏବଂ ବ୍ୟାଙ୍କଗୁଡିକରେ ଋଣ ବୃଦ୍ଧି ହ୍ରାସ ପାଇବା ଫଳରେ

ଅର୍ଥ ବ୍ୟବସ୍ଥାକୁ ଆର୍ଥିକ ପ୍ରବାହ ବଜାୟ ରହିଥିଲା ।

 ୨୦୧୯ ଏପ୍ରିଲରେ ବ୍ୟାଙ୍କ ଋଣ ବୃଦ୍ଧି ହାର ୧୨.୯ ପ୍ରତିଶତ ଥିବାବେଳେ

ଡିସେମ୍ବରରେ ଏହା ହ୍ରାସ ପାଇ ୭.୧ ପ୍ରତିଶତରେ ପହଂଚିଥିଲା ।

ମୂଲ୍ୟ ଓ ମୁଦ୍ରାସ୍ଫୀତି:

 ୨୦୧୪ ପରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣାଧିନ ରହିଛି ।

 ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ମୁଦ୍ରାସ୍ଫୀତି ୨୦୧୮-୧୯ ଏପ୍ରିଲ ରୁ

ଡିସେମ୍ବର ମଧ୍ୟରେ ୩.୭ ପ୍ରତିଶତ ଥିବାବେଳେ ୨୦୧୯-୨୦ ଏପ୍ରିଲ ରୁ

ଡିସେମ୍ବର ମଧ୍ୟରେ ଏହା ୪.୧ ପ୍ରତିଶତରେ ପହଂଚିଥିଲା ।

 ପାଇକାରୀ ମୂଲ୍ୟ ସୂଚକାଙ୍କ ୨୦୧୮-୧୯ ଏପ୍ରିଲ ରୁ ଡିସେମ୍ବର ମଧ୍ୟରେ

୪.୭ ପ୍ରତିଶତ ଥିବାବେଳେ ୨୦୧୯-୨୦ ଏପ୍ରିଲ ରୁ ଡିସେମ୍ବର ମଧ୍ୟରେ

ଏହା ୧.୫ ପ୍ରତିଶତରେ ପହଂଚିଥିଲା ।

ମୂଲ୍ୟରେ ଅସ୍ଥିରତା:

 ୨୦୦୯-୧୪ ଅବଧି ତୁଳନାରେ ୨୦୧୪-୧୯ ଅବଧିରେ କେତେକ

ଡାଲିକୁ ବାଦ ଦେଲେ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମୂଲ୍ୟ ଅସ୍ଥିରତାରେ

ହ୍ରାସ ପାଇଛି ।

 ଉନ୍ନତ ବଜାର ବ୍ୟବସ୍ଥା, ପଣ୍ୟ ସୁବିଧା ଏବଂ ପ୍ରଭାବି ଏମଏସପି ବ୍ୟବସ୍ଥା

କାରଣରୁ ନିମ୍ନ ମୂଲ୍ୟ ଅସ୍ଥିରତା ପରିଲକ୍ଷିତ ହୋଇଥିବା ଅନୁମାନ କରାଯାଉଛି ।

 ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ ରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ରାଜ୍ୟ ଓ

କେନ୍ଦ୍ରଶାସିତ ପ୍ରଦେଶରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ – ସଂଯୁକ୍ତ (ସିପିଆଇସି) ମୁଦ୍ରାସ୍ଫୀତିରେ ପାର୍ଥକ୍ୟ ଦେଖିବାକୁ ମିଳିଛି । ଏହା ସହରାଂଚଳ ତୁଳନାରେ

ଗ୍ରାମାଂଚଳରେ କମ ରହିଛି । ବିଭିନ୍ନ ରାଜ୍ୟର ଗ୍ରାମାଂଚଳରେ ମଧ୍ୟ ଏହି ହାରରେ

ପାର୍ଥକ୍ୟ ଥିବା ପରିଲକ୍ଷିତ ହୋଇଛି ।

ସ୍ଥାୟୀ ବିକାଶ ଓ ଜଳବାୟୁ ପରିବର୍ତନ:

 ଯୋଜନାବଦ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକାରୀ

କରିବା ଦିଗରେ ଆଗେଇ ଚାଲିଛି ।

 ଏସଡିଜି ଭାରତ ସୂଚକାଙ୍କ:

 ହିମାଚଳ ପ୍ରଦେଶ, କେରଳ, ତାମିଲନାଡୁ, ଚଣ୍ଡିଗଡ ଅଗ୍ରଣୀ ।

 ଆସାମ, ବିହାର ଓ ଉତରପ୍ରଦେଶ ଆକାଂକ୍ଷି ଶ୍ରେଣୀରେ ।

 ଭାରତ, ୟୁଏନସିସିଡି ଅନ୍ତର୍ଗତ ସିଓଡି – ୧୪ ଆୟୋଜନ କରିଛି, ଯେଉଁଥିରେ

“ଦିଲ୍ଲୀ ଘୋଷଣା : ଭୂମିରେ ନିବେଶ ଏବଂ ଅବସର ଖୋଜିବା” ନୀତିକୁ ଗ୍ରହଣ

କରାଯାଇଛି ।

ଜଙ୍ଗଲ ଓ ବୃକ୍ଷ ପରିମାଣ ବୃଦ୍ଧି:

 ଦେଶରେ ଜଙ୍ଗଲର ପରିମାଣ ୨୪.୫୬ ପ୍ରତିଶତ ଭୌଗଳିକ କ୍ଷେତ୍ରରେ ବୃଦ୍ଧି

ପାଇ ଏହା ୮୦.୭୩ ମିଲିୟନ ହେକ୍ଟରରେ ପହଂଚିଛି ।

 କୃଷି ବର୍ଜ୍ୟ ଜଳାଇବା କାରଣରୁ ଉତ୍ପନ୍ନ ପ୍ରଦୂଷଣସ୍ତରରେ ବୃଦ୍ଧି ତଥା ବାୟୁ

ଗୁଣବତା ହ୍ରାସ ଏବେ ଚିନ୍ତାର ବିଷୟ । ତେବେ ବିଭିନ୍ନ ପଦକ୍ଷେପ ଦ୍ୱାରା ଏହି

ଘଟଣା ଏବେ ହ୍ରାସ ପାଇଛି ।

ଅନ୍ତର୍ଜାତୀୟ ସୌର ମେଂଟ:

 ସଦସ୍ୟ ଦେଶରୁ ୩୦ଟି ଫେଲୋସିପକୁ ସଂସ୍ଥାଗତ କରି ସହାୟକ ପାଲଟିଛି ।

 ଏକ୍ସିମ ବ୍ୟାଙ୍କ ଅଫ ଇଣ୍ଡିଆରୁ ୨ ବିଲିୟନ ଡଲାର ଋଣ ଏବଂ ଏଏଫଡି

ଫ୍ରାନ୍ସରୁ ୧.୫ ବିଲିୟନ ଡଲାର ଋଣ ।

 ୧ ହଜାର ମେଗାୱାଟ ସୌର ଶକ୍ତି ଏବଂ ୨.୭ ଲକ୍ଷ ସୌର ଜଳ ପମ୍ପ ଚାହିଦା

ପୁରଣ ଲାଗି ଉପାୟ ବିକଶିତ କରାଯାଇଛି ।

କୃଷି ଏବଂ ଖାଦ୍ୟ ପରିଚାଳନା:

 ଅନ୍ୟ କ୍ଷେତ୍ର ତୁଳନାରେ ଦେଶ ଜନସଂଖ୍ୟାର ଅଧିକାଂଶ ଲୋକ ପ୍ରତ୍ୟକ୍ଷ ଏବଂ

ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି ।

 ମୋଟ ମୂଲ୍ୟ ସମ୍ବର୍ଦ୍ଧନରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଭାଗିଦାରୀ ଦିନକୁ

ଦିନ ହ୍ରାସ ପାଇବାରେ ଲାଗିଛି । ବିକାଶ ପ୍ରକ୍ରିୟାର ଏହା ସ୍ୱଭାବିକ ପରିଣାମ ।

 କୃଷି, ବନୀକରଣ ଏବଂ ମତ୍ସ୍ୟପାଳନ କ୍ଷେତ୍ରରେ ମୋଟ ମୂଲ୍ୟ ସମ୍ବର୍ଦ୍ଧନ

ପରିମାଣ ୨.୮ ପ୍ରତିଶତ ରହିବାର ଅନୁମାନ କରାଯାଉଛି ।

 କୃଷିରେ ଯାନ୍ତ୍ରିକୀକରଣର କମ ଉପଯୋଗ କାରଣରୁ ଉତ୍ପାଦକତା ହ୍ରାସ ପାଇଛି

ା କୃଷି କ୍ଷେତ୍ରରେ ଯନ୍ତ୍ରର ଉପଯୋଗ ବ୍ରାଜିଲରେ ୭୫ ପ୍ରତିଶତ ଏବଂ ଚୀନରେ

ପାଖାପାଖି ୫୯.୫ ପ୍ରତିଶତ ଥିବା ବେଳେ ଭାରତରେ ମାତ୍ର ୪୦ ପ୍ରତିଶତ

ରହିଛି ।

 ତେବେ ଗତ ୫ ବର୍ଷ ମଧ୍ୟରେ ପ୍ରାଣି ସମ୍ପଦ କ୍ଷେତ୍ରରେ ୭.୯ ପ୍ରତିଶତ ବୃଦ୍ଧି

ପରିଲକ୍ଷିତ ହୋଇଛି । ଏହା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ

ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

 ୨୦୧୭-୧୮ରେ ଶେଷ ହୋଇଥିବା ଗତ ୬ ବର୍ଷ ମଧ୍ୟରେ ଖାଦ୍ୟ

ପ୍ରକ୍ରିୟାକରଣ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ୫.୦୬ ପ୍ରତିଶତ ରହିଛି ।

ଶିଳ୍ପ ଓ ଭିତିଭୂମି:

 ୨୦୧୮-୧୯ (ଏପ୍ରିଲ-ନଭେମ୍ବର)ରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ ୫.୦

ପ୍ରତିଶତ ଥିବା ସମୟରେ ୨୦୧୯-୨୦ (ଏପ୍ରିଲ-ନଭେମ୍ବର)ରେ ଏଥିରେ

୦.୬ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।

 ୨୦୧୮-୧୯ (ଏପ୍ରିଲ-ନଭେମ୍ବର)ରେ ସାର କ୍ଷେତ୍ରରେ -୧.୩ ପ୍ରତିଶତ

ବୃଦ୍ଧି ତୁଳନାରେ ୨୦୧୯-୨୦ (ଏପ୍ରିଲ-ନଭେମ୍ବର)ରେ ୪ ପ୍ରତିଶତ ବୃଦ୍ଧି

ହୋଇଛି ।

 ୨୦୧୮-୧୯ (ଏପ୍ରିଲ-ନଭେମ୍ବର)ରେ ଇସ୍ପାତ କ୍ଷେତ୍ରରେ ୩.୬ ପ୍ରତିଶତ

ବୃଦ୍ଧି ତୁଳନାରେ ୨୦୧୯-୨୦ (ଏପ୍ରିଲ-ନଭେମ୍ବର)ରେ ୫.୨ ପ୍ରତିଶତ ବୃଦ୍ଧି

ହୋଇଛି ।

 ଦେଶରେ ମୋଟ ଟେଲିଫୋନ ସଂଯୋଗ ସଂଖ୍ୟା ୨୦୧୯ ସେପ୍ଟେମ୍ବର ସୁଦ୍ଧା

୧୧୯.୪୩ କୋଟିରେ ପହଂଚିଛି ।

 ଶକ୍ତି ଉତ୍ପାଦନ କ୍ଷମତା ମାର୍ଚ୍ଚ ୨୦୧୯ରେ ୩,୫୬,୧୦୦ ମେଗାୱାଟରୁ ବୃଦ୍ଧି

ପାଇ ଅକ୍ଟୋବର ୨୦୧୯ ସୁଦ୍ଧା ୩,୬୪,୯୬୦ ମେଗାୱାଟରେ ପହଂଚିଛି ।

ସେବା କ୍ଷେତ୍ର:

 ଭାରତୀୟ ଅର୍ଥବ୍ୟବସ୍ଥାକୁ ସେବା କ୍ଷେତ୍ରର ଯୋଗଦାନ ୫୫ ପ୍ରତିଶତ ରହିଛି ।

ଏହା ଭାରତକୁ ଆସୁଥିବା ଏଫଡିଆଇ ପ୍ରବାହର ଦୁଇ ତୃତୀୟାଂଶ ଏବଂ ମୋଟ

ରପ୍ତାନୀର ୩୮ ପ୍ରତିଶତ ସ୍ଥାନ ଅକ୍ତିକାର କରିଛି ।

ସାମାଜିକ ଭିତିଭୂମି, ନିଯୁକ୍ତି ଓ ମାନବ ବିକାଶ:

 କେନ୍ଦ୍ର ଓ ରାଜ୍ୟଗୁଡିକ ଦ୍ୱାରା ସାମାଜିକ ସେବା (ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ)

ଉପରେ ଜିଡିପି ଅନୁପାତରେ ବ୍ୟୟ ୨୦୧୪-୧୫ ରେ ୬.୨ ପ୍ରତିଶତରୁ

ବୃଦ୍ଧି ପାଇ ୨୦୧୯-୨୦ରେ (ବଜେଟ ଅନୁମାନ)୭.୭ ପ୍ରତିଶତରେ

ପହଂଚିଛି ।

 ମାନବ ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ୨୦୧୭ରେ ୧୩୦ରେ

ଥିବାବେଳେ ୨୦୧୮ରେ ଏହା ୧୨୯ରେ ପହଂଚିଛି ।

 ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ଉଚ୍ଚ ଶିକ୍ଷାସ୍ତରରେ ମୋଟ ପ୍ରବେଶ ଅନୁପାତ ବୃଦ୍ଧି

ପାଇବାର ଆବଶ୍ୟକତା ରହିଛି ।

 ନିୟମିତ ମଜୁରି, ଦରମାପ୍ରାପ୍ତ କର୍ମଚାରୀଙ୍କ ଅଂଶଧନ ୨୦୧୧-୧୨ରେ

୧୮% ଥିବା ବେଳେ ଏହା ୨୦୧୭-୧୮ରେ ବୃଦ୍ଧି ପାଇ ୨୩%ରେ ପହଁଚିଛି ।

 ୨.୬୨ କୋଟି ନୂଆ ଚାକିରି ସୃଷ୍ଟି ହୋଇଥିବା ବେଳେ ଏଥିମଧ୍ୟରୁ

ଗ୍ରାମାଂଚଳରେ ୧.୨୧ କୋଟି ଏବଂ ସହରାଂଚଳରେ ୧.୩୯ କୋଟି ନିଯୁକ୍ତି

ସୁଯୋଗ ସୃଷ୍ଟି ହୋଇଛି ।

 ୨୦୧୧-୧୨ରେ ଅର୍ଥବ୍ୟବସ୍ଥାରେ ମୋଟ ଔପଚାରିକ ନିଯୁକ୍ତିର ପରିମାଣ

୮% ଥିବା ବେଳେ ଏହା ୨୦୧୭-୧୮ରେ ବୃଦ୍ଧି ପାଇ ୯.୯୮%ରେ

ପହଁଚିଛି ।

 ଭାରତର ଶ୍ରମ ବଜାରରେ ଲିଙ୍ଗଗତ ବୈଷମ୍ୟ ବୃଦ୍ଧି ପାଇଛି କାରଣ ଗ୍ରାମାଂଚଳ

ଶ୍ରମ ଶକ୍ତିରେ ମହିଳାଙ୍କ ଭାଗିଦାରୀ ହ୍ରାସ ପାଇଛି ।

 ଆୟୁଷ୍ମାନ ଭାରତ ଓ ମିଶନ ଇନ୍ଦ୍ରଧନୁଶ ଜରିଆରେ ଦେଶରେ ସ୍ୱାସ୍ଥ୍ୟ ସେବାର

ପ୍ରସାର ଅଧିକ ଉନ୍ନତ ହୋଇଛି ।

 ମିଶନ ଇନ୍ଦ୍ରଧନୁଷ ଜରିଆରେ ଦେଶର ୬୮୦ଟି ଜିଲ୍ଲାରେ ୮୭.୧୮ ଲକ୍ଷ

ଗର୍ଭବତୀ ମହିଳା ଓ ୩.୩୯ କୋଟି ଶିଶୁଙ୍କୁ ଟିକା ଦିଆଯାଇଛି ।

 ଗ୍ରାମାଂଚଳରେ ୭୬.୭% ଏବଂ ସହରାଚଂଳରେ ୯୬% ଲୋକଙ୍କ ନିକଟରେ

ପକ୍କା ଘର ରହିଛି ।

 ସ୍ୱଚ୍ଛତା

ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ : ପ୍ରମୁଖ

ବୈଶିଷ୍ଟ୍ୟ

 ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ୬ ରୁ ୬.୫

ପ୍ରତିଶତ ହେବା ଆକଳନ

 ଏପ୍ରିଲ୨୦୧୯ ରେ ମୁଦ୍ରାସ୍ଫୀତି ହାର ୩.୨ ପ୍ରତିଶତରୁ

ଡିସେମ୍ବର, ୨୦୧୯ ରେ ୨.୬କୁ ହ୍ରାସ

 ୨୦୧୯-୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଚଳନ୍ତି ଖାତା

ନିଅଂଟ ଜିଡିପିର ୧.୫ ପ୍ରତିଶତ

 ୨୦୧୯-୨୦ ରେ ବିତିୟ ନିଅଂଟ ଜିଡିପିର ୩.୩ ପ୍ରତିଶତ

 ୨୦୧୯-୨୦ ଏପ୍ରିଲରୁ ନଭେମ୍ବର ମଧ୍ୟରେ କେନ୍ଦ୍ର ପାଇଁ

ଜିଏସଟି ସଂଗ୍ରହରେ ୪.୧ ପ୍ରତିଶତ ବୃଦ୍ଧି

 ୨୦୧୯-୨୦ରେ ୫ଥର ଜିଏସଟି ସଂଗ୍ରହ ୧ ଲକ୍ଷ କୋଟିରୁ

ଊର୍ଦ୍ଧ୍ୱ

 ଅଣ ଟିକସ ରାଜସ୍ୱ ସଂଗ୍ରହରେ ବୃଦ୍ଧି ହେତୁ ଏପ୍ରିଲ ରୁ

ନଭେମ୍ବର ୨୦୧୯ ମଧ୍ୟରେ ରାଜସ୍ୱ ସଂଗ୍ରହରେ ୧୩

ପ୍ରତିଶତ ବୃଦ୍ଧି

 ୨୦୧୯-୨୦ର ପ୍ରଥମ ୮ ମାସରେ ପ୍ରତ୍ୟକ୍ଷ ବିଦେଶୀ

ପୁଞ୍ଜିନିବେଶ ୨୪.୪ ବିଲିୟନ ଡଲାର

 ୧୦ ଜାନୁଆରୀ ୨୦୨୦ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା

ଭଂଡାର ୪୬୧.୨ ବିଲିୟନ ଡଲାର

 ଦେଶର ବାଲାଂନ୍ସ ଅଫ ପେଂମେଂଟ ସ୍ଥିତିରେ ଉନ୍ନତି

 ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ କୃଷି,

ପ୍ରତିରକ୍ଷା ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ଅଧିକ

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି

 ସ୍ୱଚ୍ଛତା ଅଭ୍ୟାସ ପରିବର୍ତନ ଓ କଠିନ ଓ ବର୍ଜ୍ୟବସ୍ତୁ ପରିଚାଳନାକୁ ବଜାୟ ରଖିବା ଲାଗି ୨୦୧୯ରୁ ୨୦୨୯ ମଧ୍ୟରେ ୧୦ ବର୍ଷୀୟା ଗ୍ରାମୀଣ ସ୍ୱଚ୍ଛତା ରଣନୀତିର ଶୁଭାରମ୍ଭ କରାଯାଇଛି ।                        ଅଭ୍ୟାସ ପରିବର୍ତନ ଓ କଠିନ ଓ ବର୍ଜ୍ୟବସ୍ତୁ ପରିଚାଳନାକୁ ବଜାୟ ରଖିବା ଲାଗି ୨୦୧୯ରୁ ୨୦୨୯ ମଧ୍ୟରେ ୧୦ ବର୍ଷୀୟା ଗ୍ରାମୀଣ ସ୍ୱଚ୍ଛତା  ରଣନୀତିର ଶୁଭାରମ୍ଭ କରାଯାଇଛି ।     

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ