ଅର୍ଥ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି

ଆୟକର ଭରିବା ପାଇଁ ଆଧାର କାର୍ଡ ଅତି ଜରୁରୀ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ପହିଲା କିମ୍ବା ତା ପର ଠାରୁ ଆୟକର ପୈଠ କରିବାକୁ ପାନକାର୍ଡ଼ ସହ ଆଧାର କାର୍ଡ଼ ସଂଯୋଗ କରିବାକୁ ପଡ଼ିବ । ଆୟକର ବିଭାଗ ପାନ କାର୍ଡ ନମ୍ବର ସହ ଆଧାର କାର୍ଡ ଲିଙ୍କ କରିବା ସମୟ ସୀମାକୁ ଆଉ ଛଅ ମାସ ବୃଦ୍ଧି କରିଥିଲେ ମଧ୍ୟ ଏପ୍ରିଲ ପହିଲାରୁ ଏହି ନିୟମ ଲାଗୁ ହେବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ୨୦୧୭ ମସିହା ସୁଦ୍ଧା ପାନ କାର୍ଡ଼ ପ୍ରାପ୍ତ କରିଥିବା ବ୍ୟକ୍ତି ଏପ୍ରିଲ ୨୦୧୯ ପରେ ଆୟକର ପୈଠ ବେଳେ ଆଧାର ସଂଖ୍ୟା ଦେବାକୁ ପଡ଼ିବ । ଆୟକର ବିଭାଗ ଏଥିପାଇଁ ଅନ୍ତିମ ତାରିଖ ୨୦୧୯ ମାର୍ଚ୍ଚ ୩୧କୁ ରଖିଥିଲା । ତେବେ ଆୟକର ନିୟମ ଧାରା ୧୩୯ ଏଏ ର ଉପଧାରା ୩ ଅନୁସାରେ କିଛି ଲୋକଙ୍କୁ ବିନା ଆଧାରରେ ମଧ୍ୟ ଆୟକର ପୈଠ କରିବାକୁ ସୁଯୋଗ ଦିଆଯିବ । ପାନ କାର୍ଡ଼ ସହ ଆଧାର ସଂଖ୍ୟା ଲିଙ୍କ କରିବାକୁ ଆୟକର ବିଭାଗ ୱେସାଇଟକୁ ଯାଇ କିଛି ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ