ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ଟା ବେଳେ ସଂସଦରେ ୨୦୨୧-୨୨ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବା ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରାଳୟରେ ପହଞ୍ଚିଛନ୍ତି। ତାଙ୍କ ସହ ଅଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର। ଥର ଅର୍ଥମନ୍ତ୍ରୀ ପାରମ୍ପରିକ ବଜେଟ୍‌ ବ୍ରିଫ୍‌କେସ୍‌ ଓ ବହି-ଖାତା ପରିହାର କରିଛନ୍ତି। ଏସବୁ ପରିବର୍ତ୍ତେ ସେ ଭାରତରେ ନିର୍ମିତ ଏକ ‘ଟ୍ୟାବ୍‌ଲେଟ୍‌’ ଧରିଛନ୍ତି। ୨୦୨୧-୨୨ ବଜେଟ୍‌ ସମ୍ପୂର୍ଣ୍ଣ କାଗଜରହିତ କରାଯାଇଛି। ଏଥର ବଜେଟ୍‌ କାଗଜ ମୁଦ୍ରଣ ନ ହେବା ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଘଟଣା। ଏବର୍ଷ ବଜେଟ୍‌ର କେବଳ ସଫ୍‌ଟ୍‌ କପି ସେୟାର୍‌ କରାଯିବ। ଏଥିପାଇଁ ସଂସଦର ଉଭୟ ସଦନରୁ କେନ୍ଦ୍ର ସରକାର ଅନୁମତି ପାଇଛନ୍ତି। ସଦ୍ୟ ସୂଚନା ଅନୁସାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥମନ୍ତ୍ରାଳୟରୁ ବାହାରି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ସେ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ଯିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ