ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର
ଚୌଦ୍ୱାର:(ଦୀପକ୍ କୁମାର ବେଉରା) କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ କରଞ୍ଜି ଗ୍ରାମ ନିକଟରେ ଜଣେ ଯୁବକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରାସ୍ତାରେ ଦୈଉଡୁଥିବା ବେଳେ ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିବା ପରେ ସେଠାରୁ କଟକ ବଡ ମେଡିକାଲ କୁ ପଠାଇଥିବା ଜଣାପଡିଛି। ତେବେ ଯୁବକ ଜଣଙ୍କ ପରିଚୟ ମିଳିନଥିବା ବେଳେ ଯୁବକ ଜଣଙ୍କ ଦେହରେ ନିଆଁ ଲାଗିଥିବା ସ୍ଥାନୀୟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ ଏବଂ ଯୁବକ ଜଣଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଖଵରଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଲା ଯୁବକ ଜଣଙ୍କ ଦେହରେ ନିଆଁ ଲାଗି 40ପ୍ରତିଶତ ପୋଡ଼ିଯାଇଥିଲେ ମଧ୍ୟ ନିଜେ ରାସ୍ତାରେ ଚାଲି ଚାଲି ଯିବା ଆମ୍ବୁଲାନ୍ସ ରେ ଚଢିବା ଅଞ୍ଚଳ ବାସୀଙ୍କୁ ଚକିତ କରିଛି। ତେବେ ଯୁବକ ଙ୍କ ଦେହରେ ନିଆଁ କେମିତି ଲାଗିଲା ଏଭଳି ଅବସ୍ଥା କିପରି ହେଲା ତାହା ଜଣାପଡୁନାହିଁ ।