ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ଘଟଣାକୁ ପ୍ରେସ୍‍ କ୍ଲବ ତରଫରୁ ତୀବ୍ର  ନିନ୍ଦା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ନ୍ୟୁଜ୍‌ ଚ୍ୟାନେଲ ର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ଘଟଣାକୁ ତୀବ୍ରଭାବେ ନିନ୍ଦା କରିଛି କନ୍ଧମାଳ ଜିଲା ପ୍ରେସ୍‍ କ୍ଲବ । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛି କ୍ଲବ୍ । ଫୁଲବାଣୀ ପ୍ରେସ୍‍ କ୍ଲବଠାରେ ସଭାପତି ସୁନିଲ୍‍ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଡ଼.ଅରୁପ କୁମାର ଜେନା, କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ଉସଭାପତି ସତ୍ୟ ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ତ୍ରିନାଥ ସାହୁ, ସଦାଶିବ୍‍ ପାତ୍ର, ସନ୍ତୋଷ ଦିଗାଲ, ପ୍ରଶାନ୍ତ ଜେନା, ସୂର୍ଯ୍ୟ ନାରାୟଣ ବେହେରା, ଆଦିତ୍ୟ ତ୍ରିପାଠୀ, ବାପି ପଟନାୟକ, ରମେଶ ପ୍ରଧାନ, ରଂଜନ ଦାସ, ଶିବ ବିଶ୍ୱାଳ, ବ୍ରଜ ମୋହନ ନାୟକ, ଖିରୋଦ ସାହାଣୀଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ ତାଙ୍କ ଖଲାସ ପାଇଁ ଦାବି କରିଥିଲେ।ବିଶେଷ କରି ରାଜ୍ୟ ସରକାରଙ୍କ ଦୁର୍ନୀତି, ଅନିୟମିତତା ସମ୍ପର୍କିତ ଖବର ନିର୍ଭୀକ ଭାବେ ନିୟମିତ ପରିବେଷଣ କରି ଲୋକ ଲୋଚନକୁ ଆଣୁଥିବା ଫଳରେ ଆକ୍ରୋଶମୂଳକ ଭାବେ କୌଣସି ସୁଯୋଗ ନଦେଇ ତାଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗାର ସଠିକ୍‍ ଭାବେ ତଦନ୍ତ କରି ଅନ୍ୟାୟ ଭାବେ ଗିରଫ କରାଯାଇଥିବା ଅଭିଯୋଗ କରି ସାମ୍ବାଦିକମାନେ ତ୍ରୀବ ବିରୋଧ କରିଥିଲେ । ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଏତଦ ବ୍ୟତୀତ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫୋଟ ଗ୍ରାଫର ଅଶୋକ ପଣ୍ଡା ଦୁର୍ଘଟଣାରେ ପ୍ରାଣ ହରାଇଥିବାକୁ ନେଇ ମଧ୍ୟ ଏହି ସଭାରେ ଶୋକ ପ୍ରକାଶ କରାଯିବା ସହିତ ଏନେଇ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ