ଅଲଣାହାଟରେ ଜଳଛତ୍ର ଉଦଘାଟିତ
ନାଉଗାଁ, (ୱାଇଏନ୍ଏସ୍): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ଅମରେନ୍ଦ୍ର ସେନାର ଯୁବନେତା ତଥା ଅଲଣା ବଜାର କମିଟିର ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ ଉଦ୍ୟମରେ ନାଉଗାଁ ବ୍ଳକ ଅଲଣାହାଟରେ ଜଳଛତ୍ର ଖୋଲାଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ସାହୁ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଗ୍ରୀଷ୍ମ ପ୍ରବାହ ଶେଷ ହେବା ପର୍ଯ୍ୟନ୍ତ ଏହି ଜଳଛତ୍ର ଖୋଲା ରହିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।


