ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କର ବନ୍ଧୁ ମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଡାକ୍ତର ରାଖାଲ ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରବିନ୍ଦ୍ର କୁମାର ପଟ୍ଟନାୟକ, ରାଜେନ୍ଦ୍ର ମହାନ୍ତି, ଉତ୍କଳ ରଂଜନ ମହାନ୍ତି, ନବ କିଶୋର ମହାନ୍ତି,ବଂଶୀଧର ଆଚାର୍ୟ୍ୟ,ବଂଶୀଧର ବେହେରା, ଉଲ୍ଲାସ ଚନ୍ଦ୍ର ରାୟ, ସଚ୍ଚିଦାନନ୍ଦ ପରିଡା ଆଦି ଯୋଗ ଦେଇଥିଲେ । ଆସନ୍ତା ଜୁଲାଇ ମାସରେ ବିଦ୍ୟାଳୟରେ ହେବାକୁ ଥିବା ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ଆଚାର୍ୟ୍ୟଙ୍କ ଶ୍ରାଦ୍ଧ ଦିବସ ନିରାଡମ୍ବରରେ ପାଳନ କରାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ପୁରାତନ ଛାତ୍ର ରବିନ୍ଦ୍ର ନାଥ ପରିଜାଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ଇଂ ଅକ୍ଷୟ ସାହାଣୀ ପରିଚାଳନା କରିଥିଲେ ।