ଅଲୋଡ଼ା ପାଲଟିଛନ୍ତି ବିଶିଷ୍ଠ ପାଲା ଗାୟକ

ନୟାଗଡ ,  (ଯୁଗାବ୍ଦ ନ୍ୟୁଜ) :  ଅଲୋଡ଼ା ପାଲଟି ଯାଇଛନ୍ତି ବିଶିଷ୍ଠ ପାଲା ଗାୟକ ସମ୍ରାଟ ବିଶ୍ଵନାଥ ଦାଶ ପାଟ୍ଟଯୋଶୀ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଂଚାୟତ ଅନ୍ତର୍ଗତ ରମାବିଲ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ ।  ଓଡ଼ିଶାର କୋଣ ଅନୁକୋଣରେ ପାଲା ଗାୟକ ଭାବେ ବେଶ ପରିଚିତ ଥିଲେ। ଆଜି ସେ ଆର ପାରି ରେ କିନ୍ତୁ ତାଙ୍କର ପ୍ରତିମୂର୍ତ୍ତୀ ମୂକସାକ୍ଷୀ । ସେତେବେଳେ ବହୁ ନେତା ମନ୍ତ୍ରୀ, ଅନୁଷ୍ଠାନ, ପ୍ରାଶାସନିକ ଅଧିକାରୀଙ୍କ ଠାରୁ ବହୁ ମାନପତ୍ର ବା ପ୍ରସଂଶା ପତ୍ର ପାଇଛନ୍ତି । ଆଜି କିନ୍ତୁ ତାଙ୍କ ଜନ୍ମ ଜୟନ୍ତୀ ହୋଇଥିବା ବେଳେ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ତ ଦୂରର କଥା ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଟିଏ ମଧ୍ୟ ମଧ୍ଯ ଅର୍ପଣ ହୋଇନାହିଁ । ଏବେ ସେ ଅଲୋଡ଼ା ନା କେହିଁ ନେତା, ନା ପ୍ରଶାସନିକ ଅଧିକାରୀ ନା କୌଣସି ଅନୁଷ୍ଠାନ ? ଅଲୋଡ଼ା ନୟାଗଡ ମାଟିର ରତ୍ନ । କିନ୍ତୁ ତାଙ୍କ ଶିଷ୍ୟ ପାଲା ଗାୟକ ଜଗନ୍ନାଥ ପରିଡା ପ୍ରତି ବର୍ଷ ନିଜ ଗୁରୁଙ୍କ ଜନ୍ମ ବାର୍ଷିକୀ ପାଳନ କରି ଆଶୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ