ଅଲ ଇଣ୍ଡିଆ ପୁଲିସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଛତ୍ରପୁରର ବଲାଲ ଖାନଙ୍କୁ ସ୍ୱର୍ଣ୍ଣ ପଦକ

ଛତ୍ରପୁର, (ଦେବଦତ୍ତ ମହାରଣା):୭୨ ତମ ଅଲ ଇଣ୍ଡିଆ ପୁଲିସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗଞ୍ଜାମ ପୁଲିସ ଜିଲ୍ଲାରେ କାର୍ଯ୍ୟରତ ବଲାଲ ଖାନଙ୍କୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୭୫କିଲୋ ବର୍ଗରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅକ୍ଟୋବର ୪ରୁ ୮ ତାରିଖ ପର୍ଯ୍ୟନ୍ତ ହରିଆନା ର କର୍ଣ୍ଣଲ ଠାରେ ୭୨ ତମ ଅଲ ଇଣ୍ଡିଆ ପୁଲିସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ରେ ଓଡିଶାର ୬ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିବା ବେଳେ ଗଂଜାମ ଜିଲ୍ଲା ଛତ୍ରପୁର ର ବଲାଲ ଖାନ (ପୁଲିସ କର୍ମଚାରୀ ) ଅଂଶ ଗ୍ରହଣ କରିଥିଲେ । ୧୮ଜଣଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୂର୍ବରୁ ସେ ଜୁଲାଇ ମାସରେ ଦକ୍ଷିଣ ଏସିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ଯୋଗିତାରେ ସ୍ୱର୍ଣ୍ଣ ଜିତିଥିଲେ । ସେ ବର୍ତମାନ ଗଞ୍ଜାମ ଜିଲାରେ କନେଷ୍ଟବଳ ଭାବେ ଚାକିରି କରୁଛନ୍ତି । ଏହି ସଫଳତା ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୂଭେଛାର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ