ଅଳାଁ ନବମୀ ରେ ୧୦୮ ଆରତୀ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
(ଯୁଗାବ୍ଦନ୍ୟୁଜ)ପବିତ୍ର ଅଁଳା ନବମୀ ଅବସରରେ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସ୍ଥିତ ଗୋକୁଳ ଧାମରେ ୧୦୮ ଆରତୀ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ଆରତୀ ପରେ ଭାଗବତ ଗୀତା ପାଠ କରାଯାଇଥିଲା । ଏବଂ ଦିବ୍ୟ ଜୀବନ ସଂଘ ଓ ଭକ୍ତ ମାନଙ୍କ ଦ୍ୱାରା ଭଜନ ପରିବେଶଣ କରାଯାଇଥିଲା । ପରେ ଶ୍ରୀ ହରି ଦାସ ଭାଗବତ ପାଠ କରି ଜାମଳା ଅର୍ଜୁନ ଉଦ୍ଧାର ଚରିତ୍ର ବିଶଦ ଭାବେ ବର୍ଣ୍ଣନା କରିଥିଲେ ।ତା ସହ ସ୍ଥାନୀୟ ଲାଞ୍ଜିପଲ୍ଲୀ ବୃନ୍ଦାବନ ଶିଶୁ ଉଦ୍ୟାନ ପରିଶେଷରେ ପ୍ରବଚକ ଶ୍ରୀ ରାଧାକାନ୍ତ ଦାସଜୀ ମହାରାଜା ମାନସ ର କେଉଟ ଚରିତ୍ର ବହୁ ସୁନ୍ଦର ଓ ସରଳ ଭାବରେ ବ୍ୟାଖ୍ୟା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାତା ଜଗନ୍ନାଥ ,ସହଦେବ ପାତ୍ର , ଚକାଧର ଚୈଧୁରୀ ,ନବୀନ ଶତପଥୀ,ରଘୁନାଥ ପାତ୍ର ,ବସନ୍ତ ମୁନି,ଅତୁଲ୍ୟ ସ୍ୱାଇଁ ଙ୍କ ସମେତ ଗୋସାଣୀ ନୂଆଁ ଗାଁ ଦିବ୍ୟ ଜୀବନ ସଂଘର ସଦସ୍ୟ ତଥା ବହୁ ଭକ୍ତ ମାନେ ଯୋଗଦେଇଥିଲେ ।