ଅଳିଆ ଗଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
ଜୟପୁର : ଜୟପୁର ପାରାବେଢାର ଏକ ସପିଂ ମହଲ ସାମ୍ନାରେ ଥିବା ଅଳିଆ ଗଦାରୁ ୍ଣଜଣେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । କୋମଳମତି ଶିଶୁ ଟିକୁ କେହି ହତ୍ୟା କରି ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୋମଳମତି ଶିଶୁକୁ ହତ୍ୟା କରି ଫୋପାଡି ଦେଇଥିବାରୁ ଜନସାଧାରଣ ଅସନ୍ତୋଷ ଦେଖାଦେଇଛି ।