ଅଳ୍ପକେ ବର୍ତ୍ତିଲେ ସ୍କୁଲ ପିଲା ଟ୍ରଲିକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱକୁ ଗଡ଼ିଲା ପିକଅପ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ନିଶାଶକ୍ତ ଡ୍ରାଇଭର ମାନଙ୍କର ବେପରୁଆ ଗାଡି ଚାଳନା ଏବେ ଜନସାଧାରଣଙ୍କୁ ବିପଦ ଆଣି ଦେଉଛି। କେତେବେଳେ ଗ୍ରାମ୍ୟ ରାସ୍ତାରେ ତ ପୁଣି କେତେବେଳେ ଜାତୀୟ ରାଜପଥରେ ନିଶାଶକ୍ତ ଗାଡି ଚାଳକଙ୍କ ଯୋଗୁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ଦେଖାଯାଉଛି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ଦୁଇଟା ବେଳେ ଓଡ଼ି୨୨ଏସ୨୩୭୩ପିକଅପ ଭ୍ୟାନଟି ପୂର୍ତ୍ତ ବିଭାଗ ରାସ୍ତାରେ ମାଳଦା ଅଭିମୁଖେ ଆସୁଥିଲା। ସରସଦା ବଜାର ନିକଟ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରଲିକୁ ଧକ୍କାଦେଇ ଏହା ସିଧା ରାସ୍ତା ପାର୍ଶ୍ୱ ନୟନଜୋରିକୁ ଗଡିଯାଇଥିଲା। ଅନତିଦୂରରୁ ଆସୁଥିବା କିଛି ସ୍କୁଲ ପିଲା ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଡ୍ରାଇଭର ଜଣକ ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା କରୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇ ଆତ୍ମଗୋପନ କରିଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ