ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା

କଟକ,(ଓ୍ବାଇଏନଏସ): ଶାରଦୀୟ ଦୁର୍ଗା ପୂଜାର ଆଦ୍ୟପର୍ବ ମାଟି ଅନୁକୂଳ ସରିଛି। ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ଦୁର୍ଗା ପୂଜା । ଏଥିପାଇଁ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଅନୁଷ୍ଠିତ ହୋଇଥିଲା। ଦୁର୍ଗାପୂଜା ଆୟୋଜନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ସୂଚନା ଅନୁଯାୟୀ, ଆଜି କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ଦୁର୍ଗା ପୂଜା ପ୍ରସ୍ତୁତି ସଭା ବିଦ୍ୟାଧରପୁରସ୍ଥିତ ଦ୍ୱାରିକାମାୟୀ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଧରପୁର ପୂଜା କମିଟି ନିମନ୍ତ୍ରଣ କ୍ରମେ ପୂର୍ବାଞ୍ଚଳ ଶାନ୍ତି କମିଟି ଅଧୀନ ସମସ୍ତ ପୂଜା କମିଟିର ସଭାପତି, ସଂପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଗାମୀ ଦୁର୍ଗାପୂଜା ଓ ଭସାଣି ଉତ୍ସବର ସଫଳ ଆୟୋଜନ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୮ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗା ପୂଜା ହେବାକୁ ଦିନ ଧାର୍ଯ୍ୟ କରାଯାଇଛି । ଅକ୍ଟୋବର ୩ରେ ମାଆଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ବୈଠକରେ ରାସ୍ତାଘାଟ ମରାମତି, ଭିତ୍ତିଭୂମି ସମସ୍ୟା, ଦୁର୍ଗା ପୂଜା ଆୟୋଜନ ସଂପର୍କିତ ବିଭିନ୍ନ ସମସ୍ୟା, ଭସାଣି ଶୋଭାଯାତ୍ରା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିର୍ବାଚିତ ଜନପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ, ଜିଲ୍ଳା ପ୍ରଶାସନ, ସିଏମ୍‌ସି କର୍ତ୍ତୃପକ୍ଷ ଓ କମିସନ୍‌ରେଟ୍‌ ପୁଲିସ ପ୍ରଶାସନ ମଧ୍ୟ ଯୋଗଦେବେ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ