ଅଷ୍ଟପ୍ରହରୀ ଚାନ୍ଦାକୁ ନେଇ ଆକ୍ରମଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ବନ୍ଦାଳୋ ମଢ଼ିଆଳି ପଞ୍ଚାୟତ ବଳିପୁର ଗ୍ରାମରେ ଅଷ୍ଟପ୍ରହରୀ ଚାନ୍ଦାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତସୂଚନା ଅନୁଯାୟୀ କୀର୍ତ୍ତନ ଚାନ୍ଦା କୁ ନେଇ ମତ ମତାନ୍ତର ଦେଖା ଦେଇଥିଲା । ଏଥିରେ ଗ୍ରାମରନରେନ୍ଦ୍ର ଜେନା, ସୁରେନ୍ଦ୍ର ଜେନା ଓ ଗଗନ ଜେନା ଉତକ୍ଷିପ୍ତ ହୋଇ କୈଳାସ ଜେନା ଓ କୁଞ୍ଜବିହାରୀ ଜେନାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଆକ୍ରମଣ ହୋଇଥିବା ବ୍ୟକ୍ତିଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବା ବେଳେ ଏନେଇ ମଞ୍ଜୁରୀରୋଡ଼ ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡିଛି । ଏହାଛଡା ଅପରପକ୍ଷ ମଧ୍ୟ ସେମାନଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ