ଅସହାୟର ଆଶା ଭରଷା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ପୋଲସରା, (ଅନିଲ କୁମାର ମହାରଣା):ବିପତ୍ତି ସମୟରେ ସହଯୋଗ କରୁଥିବା ବ୍ୟକ୍ତି ପ୍ରକୃତ ବନ୍ଧୁ। ପୋଲସରା ବିଧାୟକ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ହେଉଛନ୍ତି ସେହିପରି ଜଣେ ବ୍ୟକ୍ତିତ୍ୱ। ପୋଲସରା ବ୍ଳକର ବିଭିନ୍ନ ଗ୍ରାମର ପାଞ୍ଚ ଜଣଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ବେଳେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମର ମୋହନ ସାହୁ (୫୦) ସୁରତରେ ଶ୍ରମିକ ଭାବେ କାମ କରୁଥିବା ସମୟରେ ଆକସ୍କିକ ମୃତ୍ୟୁ ବରଣ କରିଥିଲେ। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମର ସୁଦର୍ଶନ ସାହୁ (୪୫) ଆକସ୍କିକ ମୃତ୍ୟୁ ବରଣ କରିଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଏପ୍ରିଲ ୧୨ ତାରିଖ ଦିନ ଉଭୟ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାର ଦ୍ବୟଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ସୁନିତା ନାହାକ (୩୫) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଏହା ଶୁଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଏପ୍ରିଲ ୧୯ ତାରିଖ ଦିନ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପୋଲସରା ବ୍ଲକ୍ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ରୁନୁ ପ୍ରଧାନ (୩୫) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଏପ୍ରିଲ ୨୦ ତାରିଖ ଦିନ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ଢ଼ୁଙ୍କାପଡ଼ା ଗ୍ରାମର ମିଥୁନ ବରାଡ (୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ।ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଏପ୍ରିଲ ୨୧ ତାରିଖ ଦିନ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ