ଅସହାୟ କଳାକାରଙ୍କୁ କମ୍ବଳ ବଣ୍ଟନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଟାଉନହଲ ନିକଟସ୍ଥ ନୃତ୍ୟ ସଂଗୀତ କଳା ମନ୍ଦିର ପରିସରରେ ବାଲେଶ୍ୱର ବିଜେଡି ସାଂସ୍କୃତିକ ସମ୍ମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ସଦର ଓ ରେମୁଣା ଅଧିନସ୍ଥ ଦୁସ୍ଥ, ଅସହାୟ କଳାକାରମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରି କଳାକାର ହିତ ପାଇଁ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ହାତକୁ ନିଆଯିବ ବୋଲି ଜିଲ୍ଲା ସଂଯୋଜକ ଆଇନଜୀବୀ ଜ୍ୟୋତି ପ୍ରକାଶ ବାରିକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ଲାବଣ୍ୟ ବତୀ ବାରିକ, ବିଜେଡି ମହିଳା ରାଜ୍ୟ ସଂପାଦିକା ମୀନା ମହାନ୍ତି, ମହିଳା ଟାଉନ ସଭାପତି ରଂଜିତା ମହାପାତ୍ର, ମହିଳା ୱାର୍ଡ ସଭାପତି ମୀନତୀ ସେଠୀ, ପୂର୍ବତନ ନଗରପାଳ ଆଲୋକ ସାହୁ, ବିଜେଡି ଛାତ୍ର ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ । ଟାଉନ କୋର୍ଡିନେଟର ପ୍ରଶାନ୍ତ ମହାଋଣା, ୱାର୍ଡ କୋର୍ଡିନେଟର ଶରତ ମହାରଣା, ସମୀର ଖାନ୍, ସ୍ୱର୍ଣ୍ଣଲତା ପିରୀ, ମଧୁସ୍ମିତା ଲେଙ୍କା, ଗୌରୀ ଶଙ୍କର ସାହାଣୀ, ସନାତନ ଜେନା, ରେମୁଣା ବ୍ଲକ କୋର୍ଡିନେଟର ଶ୍ୟାମସୁନ୍ଦର ଦାସ, ସଦର ବ୍ଲକ କୋର୍ଡିନେଟର ରବିନ୍ଦ୍ର ବେହେରା, ଗୌରାଙ୍ଗ ଜେନା, ୱାର୍ଡ କୋର୍ଡିନେଟର ଶ୍ରୀନିବାସନ ପ୍ରଭୃତି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଜେଡି ଏସ.ସି ସେଲର ସଭାପତି ଶତ୍ରୁଘ୍ନ ମଲ୍ଲିକ ମଧ୍ୟ କମ୍ବଳ ବଣ୍ଟନ କରିଥିଲେ ।