ଅସହାୟ ପୂର୍ଣ୍ଣ ଚନ୍ଦ୍ରଙ୍କୁ ସହାୟତା କଲା ସିଦ୍ଧି ଦୁର୍ଗା ସଙ୍ଗଠନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପୋଡାପାଟଣା ଗ୍ରାମର ଅସହାୟ ଓ ଟିବି ରୋଗରେ ପିଡିତ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କୁ ଭଦ୍ରକ ବରପଦା କପାସିଆସ୍ଥିତ ସିଦ୍ଧି ଦୁର୍ଗା ଯୁବ ସଙ୍ଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି । ସଂଗଠନର ସଭାପତି ଭରତ ବାରିକ, ପରିଚାଳକ ଜିତେନ୍ଦ୍ର ବେହେରା, ସଭ୍ୟ ପଦ୍ମଲୋଚନ ବେହେରା ସଂପୃକ୍ତ ଅସହାୟଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାରକୁ ରାଶନ ସାମଗ୍ରୀ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ସଂପୃକ୍ତ ଅସହାୟ ବ୍ୟକ୍ତିଙ୍କ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହା ଲୋକ ଲୋଚନକୁ ଆସିଥିଲା । ଖବର ପ୍ରକାଶ କରିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଂଗଠନ ପକ୍ଷରୁ ଧନ୍ୟବାନ ଅର୍ପଣ କରାଯାଇଛି ।