ଅସହାୟ ମହିଳାଙ୍କୁ ଶୀତବସ୍ତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଆଗାମୀ ଶୀତ ଋତୁ କୁ ଦୃଷ୍ଟିରେ ରଖି ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଅସହାୟ ମହିଳା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି l ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ପରିସରରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛତ୍ରପୁର ପ୍ରେସ କ୍ଳବ ର ସଭାପତି ପ୍ରଶାନ୍ତ କୁମାର ମହାରଣା ଙ୍କ ପୌରହିତ୍ୟ ରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବି. ପାଇକପଡା ଗ୍ରାମର ପ୍ରାୟ ୧୧ ଜଣ ଅସହାୟ ମହିଳାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ବିଷିଷ୍ଠ ଶିକ୍ଷାବିତ୍ ସୋମନାଥ ସାହୁ, ୧୦ ନମ୍ବର ୱାର୍ଡ କାଉନସିଲର ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର, ରାଧେଶ୍ୟାମ ଫାଉଣ୍ଡେସନ୍ ର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ସାମ୍ବାଦିକ ସରୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ଯଶୋଦା ଫାଉଣ୍ଡେସନ ସର୍ବଦା ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଥାଏ ଏଣୁ ଫାଉଣ୍ଡେସନ୍ ର ଏଭଳି ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯଶୋଦା ଫାଉଣ୍ଡେସନ ର ସୁଦେଷ୍ଣା ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।