ଜାତୀୟ ଏକତା ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଜାତୀୟ ସେବା ସଂସ୍ଥା ଏବଂ ରେଡକ୍ରସ ସଂସ୍ଥାର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଜାତୀୟ ଏକତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଉପ ନିୟନ୍ତ୍ରକ ତଥା ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ କୋର୍ଡିନେଟର ଶୁଭ୍ରାଂଶୁ କୁମାର ବେହେରା ଯୋଗ ଦେଇ ଉଭୟ ଜାତୀୟ ସେବା ସଂସ୍ଥା ଓ ରେଡକ୍ରସ୍ ସଂସ୍ଥାର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସନ୍ତୋଷ କୁମାର ରାଜୁ ଯୋଗ ଦେଇ ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ପୂର୍ବତନ ପ୍ରୋଗ୍ରାମ ଅଫିସର ସୁର୍ଯ୍ୟ ନାରାୟଣ ଡାକୁଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ଅଧ୍ୟାପକ ରାମଚନ୍ଦ୍ର ପୋଇ ଓ ସୁବ୍ରତା ପଢିହାରୀ ପରିଚାଳନା କରିଥିଲେ ।


