ଅସହାୟ ଵାଲ୍ଲୀ କୁ ସହୟ କିଏ ?

ମୟୂରଭଞ୍ଜ, (ଓ୍ବାଇଏନ୍ଏସ୍):କଁଅଳ କାନ୍ଧରେ ପରିଵାର ର ଵୋଝ ,ପଢିଵା,ଖେଳିଵା ଵୟସରେ ନିଜର ଭାଇ,ଭଉଣି ପାଇଁ ପୋଥିରେ ଡୋରୀ ଵାନ୍ଧିଛି ୧୨ଵର୍ଷର କୁନି ଝିଅ ଵାଲ୍ଲୀମୁର୍ମୁ ,ମୟୂରଭଞ୍ଜ ଜିଲ୍ଲାରେ ସଭିଏଁ ପଢନ୍ତୁ, ସଭିଏଁ ଵଢନ୍ତୁ ସ୍ଲୋଗାନ ଏଵେ କୋଉଠି ଲୁଚି ଯାଇଛି, ଆଉଦେଖାଯାଉନି ପ୍ରଶାସନ ର ତତ୍ପରତା,ହୋଟେଲ, କିମ୍ବା ଟେଲର ଦୋକାନ ରେ ଥିଵା ୧୮ଵର୍ଷରୁ କମ ଅପାଠୁଆ ପିଲାଙ୍କୁ ଉଠାଇ ନେଇ ସ୍କୁଲରେ ଛାଡିଵା କପ୍ତିପଦା ଵ୍ଲକ ଜଡିଦା ଗ୍ରାମ ପଞ୍ଚାୟତ ର ତାଳପୋଖରୀ ଗାଁ ,ଏହିଗାଁର ଆଜକୁ ତିନି ଵର୍ଷ ପୂର୍ବରୁ ଵିପ୍ରମୁର୍ମୁ ଓ ତାର ସ୍ତ୍ରୀ ନିଜର ତିନି କଁଅଳ ପିଲାଙ୍କୁ ଛାଡି ଚାଲିଯାଇଥିଲେ, ଛୋଟ ଛୋଟ ପିଲାମାନଙ୍କୁ ଖାଇଵାକୁ ମୁଠାଏ ଦାନା ମିଳିଲାନି, ସେହି ଗାଁ ର ଜଣେ ସମ୍ପର୍କୀୟ ଵଡ ମା ଦୟାକରି ତାଙ୍କୁ ଘରେ ଆଶ୍ରୟ ଦେଲେ,ସେ ମଧ୍ୟ ଦରିଦ୍ର ସୀମାରେଖା ତଳେ ଥିଵାରୁ କୁନିଝିଅ ଵାଲ୍ଲୀ ଲୋକଙ୍କ କାମ କରୀ ଵାକୁ ଯାଉଥିଲେ, ଓ ମାଙ୍କ ନାମରେ ଥିଵା ରାସନ କାର୍ଡ ରୁ ଯାହାମିଳୁଥିଲା,ଚଳୁଥିଲେ,ମାତ୍ର ପାଠ ପଢିଵାକୁ ପ୍ରଵଳ ଆଗ୍ରହ ଥିଲେ ମଧ୍ୟ ପାଠ ପଢିଵାକୁ ଯାଇ ପାରୁ ନଥିଲେ,ନିଜର ୬ ଵର୍ଷ ର ସାନଭାଇ,୯ଵର୍ଷ ର ସାନ ଭଉଣି ପାଇଁ ନିକଟ ଜଙ୍ଗଲ ରୁ କାଠ ସଂଗ୍ରହ କରିବା, ରୋଷେଇ କରିବା ସହ ଛୋଟ ଭାଇ ଭଉଣୀ ଙ୍କୁ ସ୍କୁଲ ପଠାଇଵା ନିତିଦିନିଆ କାମ ପାଲଟିଥିଲା,ସମୟ ସମୟରେ ନିଜେ ମଧ୍ୟ ସ୍କୁଲ କୁ ଯାଉଥିଲା, ଏଵର୍ଷ ୭ ମଶ୍ରେଣୀରେ ପରୀକ୍ଷା ଦେଇଥିଲା ଵାଲ୍ଲୀ ।କଁଅଳ ଵୟସରେ ପରିଵାର ର ଵୋଝ ଵୋହି ଅଣନିଶ୍ଵାସୀ ହୋଇପଡିଥିଵା କୁନିଝିଅ ଟିକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍କୁଲର ପ୍ରଧାନ ଶିକ୍ଷକ ଓ ଗ୍ରାମ ଵାସୀ ପ୍ରଶାସନ ନିକଟରେ ନିଵେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ