ଅସ୍ତରଙ୍ଗ ଆକାଶ ରେ ଉଜ୍ବଳ ଆଲୋକ ଦେଖି ଲୋକେ ଭୟଭୀତ
ନିମାପଡ଼ା, (ସନ୍ତୋଷ ଦାଶ) ଆଜି ସଂଧ୍ୟା ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଆକାଶରେ ଦେଖାଯାଇଥିଲା ଏକ ଉଜ୍ୱଳ ଆଲୋକ । ଠିକ ରକେଟ ପରି ଅତି ନିକଟରୁ ଏକ ଉଜ୍ବଳ ଆଲୋକ ବାୟୁ ମଣ୍ଡଳକୁ ଭେଦକରି ଆଗକୁ ଆଗକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଅଲୋକଟି ପ୍ରାୟ ଦୁଇମିନିଟ ଧରି ଆକାଶରେ ଦେଖା ଯାଇଥିଲା । ତେବେ ଏହି ଆଲୋକଟି କଣ କେହି କିଛି ଅନୁମାନ କରିପାରୁ ନଥିବା ବେଳେ ଏହା ଏକ କ୍ଷେପଣାସ୍ତ୍ର ବୋଲି କିଛି ସମୟ ଲୋକ ମାନେ ଆଲୋଚନା କରି ଭୟଭୀତ ହୋଇ ପଡିଥିଲେ। କେହି ଏହାକୁ ମହାଜାଗତିକ ଦୃଶ୍ୟ ବୋଲି କହୁଛନ୍ତି । ତେବେ ଏହା କି ଆଲୋକ ତାହା ସ୍ପଷ୍ଟ ଭାବେ ଜଣା ପଡିନାହିଁ।