କୁଳିଅଣା ରେ ଘରୋହୀଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା କୁଳିଅଣାରେ ଆଜି ଏକ ଘରୋହୀ ଯାତ୍ରୀବାହୀ ଗୌରୀ ଵସ OR04H1289 ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଉକ୍ତ ବସ ଟି ଖିଚିଂ ଠାରୁ ବାରିପଦା ଅଭିମୁଖେ ଯାଉଥିବା ସମୟରେ କୁଳିଅଣା ଠାରେ ଜାତୀୟ ରାଜପଥ ୧୮ ନମ୍ବର ରାସ୍ତା କଡ଼ରେ ଆଗ ଙ୍କ ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପୋଡିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ଦଶ ଜଣ ଗୁରୁତର ଅବସ୍ଥାରେ ଏବଂ ତିରିଶ ଜଣ ସାମାନ୍ଯ ଆହତ ହୋଇଥିବାର ସୂଚନା ମିଳିଛି l ଦୁର୍ଘଟଣା ଗ୍ରସ୍ତ ଯାତ୍ରୀଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି lଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ