ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ମୁକୁଳା ପଡିଛି।ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କା
ନିମାପଡ଼ା,(ସନ୍ତୋଷ ଦାଶ):ଏବେ ଅସ୍ଥିର ହୋଇପଡ଼ିଛି ପଡୋଶୀ ବାଂଲାଦେଶ । ସରକାର ଆଲର୍ଟରେ ରଖିଛନ୍ତି ସମୁଦ୍ର ଉପକୂଳରେ ଥିବା ଥାନା ଗୁଡ଼ିକୁ ଆଉ ନିର୍ଦ୍ଦେଶ ଦେଇଛନ୍ତି ଉପକୂଳ ଅଞ୍ଚଳରେ କଡା ପହରା କରିବାକୁ । ଜଳପଥରେ ସନ୍ଧିଗ୍ଧଙ୍କ ଗତିବିଧିଙ୍କ ଅନୁପ୍ରବେଶ ଉଦ୍ୟମ ଉପରେ କଡା ନଜର ରଖିବାକୁ ମେରାଇନ ପୋଲିସକୁ ନିର୍ଦ୍ଦେଶ ରହିଛି। କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଏବେ ମୁକୁଳା ପଡ଼ିଛି। ଅସ୍ତରଙ୍ଗ( ନୂଆଗଡ଼) ସାମୁଦ୍ରିକ ଥାନାରେ ନା ଅଛନ୍ତି ପର୍ଯ୍ୟାପ୍ତ ପରିମାଣ କର୍ମଚାରୀ ନା ଅଛି ଆନୁସଙ୍ଗିକ ବ୍ୟବସ୍ଥା । ନୂଆଗଡ ସାମୁଦ୍ରିକ ଥାନାରେ ସ୍ପିଡ଼ ବୋଟ ଥିଲେ ମଧ୍ୟ କିଛି ଦିନ ହେବ ବ୍ୟାଟେରୀ ଖରାପ ଯୋଗୁଁ ତାହା ଅଚଳ ହୋଇ ପଡ଼ିରହିଛି। ଏପରି ପରିସ୍ଥିତି ରେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ କିପରି ଉପକୂଳକୁ ସୁରକ୍ଷା ଦେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଆଲର୍ଟ ସୂଚନା ମିଳିବା ପରେ ଅସ୍ତରଙ୍ଗ ନିକଟବର୍ତ୍ତୀ ନୂଆଗଡ ସାମୁଦ୍ରିକ ଥାନା ପକ୍ଷରୁ ମାଛ ଧରା ଜେଠି ସହିତ ଘାଟରେ ପୋଲିସ ମୁତୟନ କରାଯାଇଛି।
ପୁରୀ ଜିଲ୍ଲାର ଉପକୂଳ ଅଞ୍ଚଳ ଏବେ ବଙ୍ଗ ଭାଷାଭାଷୀ ଙ୍କ ନିଜ ରାଜ୍ୟ ପାଲଟିଥିବା ସୂଚନା ମିଳିଛି। କିଛି ବ୍ୟକ୍ତି ଅସ୍ତରଙ୍ଗ ଅଞ୍ଚଳରେ ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ କିଏ ବାଂଲାଦେଶୀ, କିଏ ପଶ୍ଚିମବଙ୍ଗ ରୁ ଆସିଛନ୍ତି ତାହା ଜାଣିବା କଷ୍ଟସାଧ୍ୟ୍ୟ । ମାତ୍ର ଏବେ ବି ଏ ଅଞ୍ଚଳକୁ ଅନୁପ୍ରବେଶ ରହିଛି। ୨୦୦୫ ରେ କେନ୍ଦ୍ର ସରକାର ଙ୍କ ତାଗିଦ ପରେ ସର୍ଭେ ହୋଇଥିଲା ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ୨୦୧୪ମସିହାରେ ନୂଆଗଡ ସାମୁଦ୍ରିକ ଥାନା ସ୍ଥାପନା ହୋଇଥିଲା। ସ୍ଥଳପଥରେ କିଛି ପଂଚାୟତ ସହିତ ଜଳପଥରେ ୧୪ନଟିକାଲ ମାଇଲ ଯାଏଁ ନଜର ରଖିବାକୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା। ବିଶେଷ କରି ଜଳପଥରେ ହେଉଥିବା ଅନୁପ୍ରବେଶ, ଆତଙ୍କବାଦୀ କାର୍ଯ୍ୟ କଳାପ ଓ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଥାନା କରାଯାଇଥିଲା । କିନ୍ତୁ ନୂଆଗଡ ସାମୁଦ୍ରିକ ଥାନାରେ ୧୦ଜଣ କର୍ମଚାରୀ ଥିବାବେଳେ ମେରାଇନ ଟେକ୍ନିକାଲ ଷ୍ଟାଫ ମାତ୍ର ୯ଜଣ ଅଛନ୍ତି। ଏହା ସହ ସମୁଦ୍ର ମଧ୍ୟକୁ ଯିବାକୁ ଅଧିକ ଦକ୍ଷତା ପୂର୍ଣ୍ଣ ସ୍ପିଡ଼ ବୋଟ ନାହିଁ, ଅନୁପ୍ରବେଶକାରୀ ଙ୍କୁ ପ୍ରତିହତ କରିବା ପାଈଁ ବନ୍ଧୁକ, ଗୁଳି, ବାରୁଦ ନାହିଁ। ଏହା ସହ ତେଲ ପାଈଁ ଆସୁଥିବା ଅର୍ଥ ଠିକ ସେ ବିନିଯୋଗ ହେଉ ନାହିଁ କି କର୍ମଚାରୀଙ୍କ ପାଈଁ ଆବଶ୍ୟକ ମୁତାବକ ଷ୍ଟାଫ କ୍ଵାଟର ମଧ୍ୟ ନାହିଁ । ଏ ନେଇ ଉପକୂଳବାସି ଚିନ୍ତା ରେ ଅଛନ୍ତି । ଉପକୂଳ ସାମୁଦ୍ରିକ ଥାନା ଅଞ୍ଚଳରେ ବିଭିନ୍ନ ସମସ୍ୟା ଥିବାରୁ ଅନୁପ୍ରବେଶକାରୀ ପ୍ରବେଶ କରିବା ସହଜ ହେବ। ଏଣୁ ସରକାର ଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।