ଅ‌ଗ୍ନି ବିପ‌ନ୍ନ ଦଶ ପରିବାରକୁ ମର୍ଣ୍ଣି ଟିମର ସହାୟତା

ସୋରଡା (ରଜନୀ ମହାପା‌ତ୍ର): ସୋରଡା ବ୍ଲକ ଗେଂଜା ପଂଚାୟତ ରାଧାକୃଷ୍ଣପୁର ଗ୍ରାମରେ ଗତ କାଲି ନିଆଁ ଲାଗି ଦଶ ପରିବାର ସର୍ବସ୍ୱନ୍ତ ହୋଇଯାଇଛନ୍ତି।ଏପରିକି ସେମାନଙ୍କ ପାଖରେ ପିନ୍ଧା ଲୁଗା ଛଡା ଆଉ କିଛି ନାହିଁ।ନା ପେଟକୁ ଦାନା ନା ଶରୀର କୁ କନା କେବଳ ଆଖିରୁ ଲୁହ ଗଡ଼ାଇ ଗ୍ରାମ ଦାଣ୍ଡ ରେବସିଥିଲେ।ଏହି ଦୁର୍ଦିନ ସମୟରେ ସୋରଡା ସହର ରେଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମର୍ଣ୍ଣି ଟିମ ଗ୍ରାମରେ ଯାଇ ପହଁଚି ଥିଲେ।ପ୍ରତେକ ପରିବାରକୁ ଲୁଗା, ଗାମୁଛା, ଚାଉଳ, ଆଳୁ, ଚୁଡା, ଚିନି, ପଟି ,ବାସନ ସେଟ, ବିସ୍କେଟ ଏବଂ ଛୋଟ ପିଲା ଙ୍କ ପାଇଁ ଡ୍ରେସ ଧରି ଗ୍ରାମରେ ପହଞ୍ଚିଥିଲେ।ଏହି ଅନୁଷ୍ଠାନ ର ସଦସ୍ୟ ମାନଙ୍କୁ ଦେଖି ମହିଳା ମାନେ ଆତ୍ମ ବିଭୋର ହୋଇଯାଇଥିଲେ।ମର୍ଣ୍ଣି ଟିମ ର ସଭାପତି ଶିବ ଶଙ୍କର ପଣ୍ଡା, ଏବଂ ଅନ୍ୟ ସଦସ୍ୟ ରାଜେଶ ପାତ୍ର, ରାମ ନାଥ ସାହୁ, ମନୋଜ ସ୍ୱାର, ମହେନ୍ଦ୍ର ପାତ୍ର, ସରୋଜ ପ୍ରଧାନ, ଜୟ ସ୍ୱାର, ସୂର୍ଯ୍ୟ ପାଳ, ପ୍ରମୋଦ ସାହୁ, କଂହୁ ମହାରଣା ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ରହି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।ସଂସ୍ଥା ସଭାପତି କହିଛନ୍ତି ଏପରି କାମ କରିବା ଦ୍ୱାରା ଆମମାନଙ୍କୁ ଆନନ୍ଦ ମିଳେ।ଏପରି କାମ ଆଗରୁ କରିଛୁ ଆଗକୁ କରିବୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ