ଆଇଆରଇଏଲ ରେ ଯୋଗ ଶିବିର

(ଯୁଗାବ୍ଦ ନ୍ୟୁଜ) ଛତ୍ରପୁର ନିକଟସ୍ଥ ଆଇ.ଆ.ଇ କମ୍ପାନୀର ଆବାସିକା କଲୋନୀ ସ୍ଥିତ ସମୁଦାୟିକ କେନ୍ଦ୍ରରେ ଗତ ୧୪.୧୦.୧୯ ଠାରୁ ଆରମ୍ଭ କରି ୧୨.୧୧.୧୯ ପର୍ଯ୍ୟନ୍ତ ଏକ ମାସ ଧରି ଏକ ଯୋଗ ଶିବିର ଆୟୋଜିତ କରାଯାଇଥିଲା । ଯୋଗ ପ୍ରଶିକ୍ଷକ ରୂପେ ପତଞ୍ଜଳି ସେବା ସମିତି , ବ୍ରହ୍ମପୁର ର ଶ୍ରୀ ସୁବ୍ରତ କୁମାର ପୂଜାରୀ ,ଶ୍ରୀ କେ.ରବିବାବୁ ଙ୍କୁ ଏବଂ ଶ୍ରୀ ନୀଳମ୍ବର ପାଢୀ ଙ୍କ ତତ୍ତ୍ୱାବଧାନରେ ଉକ୍ତ ଶିବିରର ଆୟୋଜନ ହୋଇଥିଲା । ଏହି ଶିବିରରେ ଅନ୍ତିମ ଦିନରେ ଆଇଆରଇଏଲ ଲିମିଟେଡ,ଓସକମ ର ପ୍ରମୁଖ ଶ୍ରୀଯୁକ୍ତ ଏ.ଜେ.ଜନାର୍ଥନନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜକୁ ସ୍ୱସ୍ଥ ରଖିବାକୁ ହେଲେ କେବଳ ଯୋଗ ଦିବସ କିମ୍ବା ଯୋଗ ଶିବିରରେ ନକରି ପ୍ରତ୍ୟହ ଯୋଗଭ୍ୟାସ କରିବାକୁ ଉପସ୍ଥିତ ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ତଥା ଓଆଇଏସଏଫ ର ଯବାନ ମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥିଭାବେ ମହିଳା କଲ୍ୟାଣ କେନ୍ଦ୍ର ର ପୃଷ୍ଟପାଷକ ଶ୍ରୀମତୀ ଜେ.ରାମଲକ୍ଷ୍ମୀ ଯୋଗଦେଇ ବିଶେଷ କରି ମହିଳା ମାନଙ୍କୁ ପ୍ରତିଦିନ ଯୋଗଭ୍ୟାସ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ଶିବିରରେ ଆୟୋଜନ ତଥା ସଂଚାଳନ କରିବାରେ ଶ୍ରୀଯୁକ୍ତ ଗତିକୃଷ୍ଣ ନାୟକ ମହାପ୍ରବନ୍ଧକ ଏବଂ ପ୍ରଭାରି-ମାନବ ସମ୍ବଳ ପ୍ରବନ୍ଧନ,ଶ୍ରୀଯୁକ୍ତ କେ.ସି ସାହୁ ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ରଣଜୀତ କୁମାର ପଣ୍ଡା,କଲ୍ୟାଣ ଅଧିକାରୀ , ଶ୍ରୀ ଦୈତାରୀ ସେଠୀ ଏବଂ ଦେବୀ ପ୍ରସାଦପାଢୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ