ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା ମୟୁରଭଞ୍ଜ ବନ୍ଦ ପ୍ରଭାବ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା କରଞ୍ଜିଆ ରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ପ୍ରଭାବ ଶୂନ୍ୟ ଥିବା ଦେଖିବାକୁ ମିଳିଛି । ଦୋକାନ ବଜାର, ବ୍ୟାଙ୍କ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସହିତ ଗାଡି ମୋଟର ଚଳାଚଳ ସ୍ୱାଭାବିକ ରହିଥିଲା । ଆଦିବାସୀ ଛାତ୍ର ଙ୍କୁ ମାଡ଼ ପ୍ରତିବାଦ ଓ ଅଭିଯୁକ୍ତ ଙ୍କ ଗିରଫ ଦାବିରେ ଛାତ୍ର ଛାତ୍ରୀଙ୍କ ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲା ମଶା ଆର୍ମି କରଞ୍ଜିଆ ର ସଭାପତି ମନରଞ୍ଜନ ଟୁଡୁ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଦେବାଶିଷ ଶୁଣ୍ଢି, ଅଙ୍କିତ କୁମାର ସେଠୀ, ନରେନ୍ଦ୍ର ବାଙ୍କୀରା ପ୍ରମୁଖ ଙ୍କ ସହିତ ପ୍ରାୟ ୫ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ସେହିପରି ପାଞ୍ଚପିଢ଼ ମିଳିତ ଆଦିବାସୀ ମଞ୍ଚ ର ସଭପତି ପଦ୍ମଲୋଚନ ଟୁଡୁ, ସମ୍ପାଦକ ଚୈତନ୍ୟ ପୂର୍ତ୍ତି,ଲାଲୁପ୍ରସାଦ ହାଁସଦା ପ୍ରମୁଖ ସହଯୋଗ କରିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା । ଏହି ପ୍ରତିବାଦ ଶୋଭାଯାତ୍ରା କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରୁ ବାହାରି କରଞ୍ଜିଆ ସହର ପରିକ୍ରମା ପରେ ପୁଣି ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମାପ୍ତ ହୋଇଥିଲା । ଘଟଣା ରୁ ପ୍ରକାଶ ଯେ କୁଳିଅଣା ଥାନା ରୀତୟନି ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରକୁ ପ୍ରିନସିପାଲଙ୍କ ସାନ ଭାଇ ମାଡ଼ ମାରୁଥିବା ଭିଡିଓ ଭାଇରଲ ହୋଇଥିଲା ।ଅଭିଯୋଗ ଅନୁସାରେ ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଇଲେକ୍ଟିସିଆନ ଟ୍ରେଡ଼ ପିଲାଙ୍କ ଆଡିମିଟ କାର୍ଡ ଆସିବା ବଦଳରେ ଫିଟର ଟ୍ରେଡ଼ ଆଡିମିଟକାର୍ଡ ଆସିଥିଲା । ଏହାସହ ଫିଟର ଟ୍ରେଡ଼ ପିଲାଙ୍କପାଇଁ ଇଲେକ୍ଟିସିଆନର ଆଡିମିଟି କାର୍ଡ ଆସିଥିଲା ଏନେଇ ଛାତ୍ରମାନେ କଲେଜ ପ୍ରିନସିପାଲକୁ ଅଭିଯୋଗ କରିଥିଲେ ହେଲେ ଛାତ୍ରମାନଙ୍କ ସମସ୍ୟା ସମାଧାନ ବଦଳରେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା । ହେଲେ ଭୂଲ ଆଡିମିଟ କାର୍ଡରେ ପରୀକ୍ଷା ଦେବାକୁ ଛାତ୍ର ମାନେ ରାଜି ହୋଇନଥିଲେ । ସମସ୍ୟାକୁ ସମାଧାନ କରିବାକୁ ଯାଇ କଲେଜର ଗେଟ ବନ୍ଦ କରି ଆନ୍ଦୋଳନ କରିଥିଲେ । ଗେଟ୍ ବନ୍ଦ କରିବାକୁ ନେଇ ପ୍ରିନସିପାଲଙ୍କ ସାନ ଭାଇ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ ଯାହାଫଳରେ ନ୍ୟାୟ ଦାବିକରି ଛାତ୍ର ମାନେ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।