ଆଇଟିଆଇ କାର୍ଣ୍ଣିଭାଲ-୨୦୨୦

ଭୁବନେଶ୍ୱର-: ତମାଣ୍ଡୋ ଠାରେ ଆଜି ଷ୍ଟେଟ ପ୍ରାଇଭେଟ ଆଇଟିଆଇ ଭୁବନେଶ୍ୱର ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିବସ ପ୍ରଥମ ମ୍ୟାଚ୍‌ରେ ସ୍ପେଶାଲ ଆଇଟିଆଇ ଜଟଣୀ ସ୍ୱାମୀ ବିବେକାନନ୍ଦ ଆଇଟିଆଇକୁ ୬୧ ରନରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ବିଟ୍‌କ୍ୟାଟ ଆଇଟିଆଇ ସ୍କୋପ ଆଇଟିଆଇକୁ ୧ ରନରେ ପରାସ୍ତ କରିଥିବା ବେଳେ କିଟ୍ ଆଇଟିଆଇ ୧୦୨ ରନରେ ଗଣେଶ ଆଇଟିଆଇକୁ ପରାସ୍ତ କରିଥିଲା । ଚତୁର୍ଥ ମ୍ୟାଚରେ ଟେରେସା ଆଇଟିଆଇ ସିଭିରମଣ ଆଇଟିଆଇକୁ କରିଥିଲା । ବିଟ କ୍ୟାଟ୍ ଆଇଟିଆଇ ଫାଇନାଲ ମ୍ୟାଚକୁ ପ୍ରବେଶ କରିଛି । ଏହି ମ୍ୟାଚରେ ଷ୍ଟେଟ ପ୍ରୋଗ୍ରେସିଭ ଆଇଟିଆଇର ସଭାପତି ଅରୁଣ ନାୟକ, ଜୋନାଲ ସମ୍ପାଦକ ସିଦ୍ଧେଶ୍ୱର ମହାନ୍ତି, ନିଶିକାନ୍ତ ସେଠୀ, ହିମାଂଶୁ ବଳିୟାର ସିଂ, ମିଲନ ମହାପାତ୍ର, ଶତୃଘ୍ନ ପ୍ରଧାନ, ବିଶ୍ୱଜିତ ବେହେରା ଏବଂ ଅକ୍ଷୟ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ମ୍ୟାଚର ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିବା ଖେଳାଳିଙ୍କୁ ସମ୍ମାନିତ କରାଯାଇଥିଲା । ଆସନ୍ତା ୧୭ ତାରିଖ ଦିନ ଏହି ପଡ଼ିଆରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ସମସ୍ତ ଆଇଟିଆଇକୁ ଆମନ୍ତ୍ରଣ କରାଯାଇଛି । ଆଜିର ମ୍ୟାଚକୁ ଅମ୍ପାୟାର ସୁଜ୍ଞାନ ଦାଶ, ପ୍ରକାଶ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଶ୍ରୀକାନ୍ତ ମହାରଣା, ସମ୍ପଦ କୁମାର ସ୍ୱାଇଁ, ହରିହର ଖଡ଼ାଙ୍ଗେ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ